• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ପୃଥିବୀର ନିକଟତର ହେଉଛି ଉଲକାପିଣ୍ଡ...

ପୃଥିବୀର ନିକଟତର ହେଉଛି ଉଲକାପିଣ୍ଡ...

ଧ୍ୱଂସାଭିମୁଖୀ ଉଲକା ପିଣ୍ଡ...

Edited ByZee Odisha Desk
Published: Apr 25, 2020, 09:56 PM IST|Updated: Apr 25, 2020, 09:56 PM IST
joinshare
ପୃଥିବୀର ନିକଟତର ହେଉଛି ଉଲକାପିଣ୍ଡ...

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    2

    Top 10 News Today: ୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ,ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ

    3

    Odisha Weather: ପାଣିପାଗ ବିଭାଗର ସୂଚନା,୮ରୁ ବଢିବ ବର୍ଷା

    4

    Panchayat Election 2026:'ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ'

    5

    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖରେ ପୃଥିବୀର ନିକଟତର ହେବ ବିରାଟକାୟ ଉଲକା ପିଣ୍ଡ । ଏନେଇ ବିଭିନ୍ନ ମହାକାଶ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ଆମେ ଜାଣୁ ଅନେକ ଗୁଡିଏ ଗ୍ରହାଣୁ ବା ଉଲକାପିଣ୍ଡ ମଙ୍ଗଳ ଓ ବୃହସ୍ପତ୍ତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟ କୁ ପରିକ୍ରମା କରୁଛନ୍ତି । ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ତେବେ ବେଳେବେଳ ଏହି ଗ୍ରହାଣୁ ଗୁଡିକ ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଦ୍ବାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି । ସେଥିରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ବାୟୁମଣ୍ଡଳରେ ପୋଡି ପାଉଁଶ ହୋଇଯାଇଥାଏ । ତେବେ ବଡ ଗ୍ରହାଣ ପୃଥିବୀରେ ପଡିଲେ ବିପୁଳ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୯ ତାରିଖରେ ଯେଉଁ ଗ୍ରହାଣୁ ଆସୁଛି ତାହା ପୃଥିବୀ ମଧ୍ୟରେ ଧକ୍କା ହେବାର ସମ୍ଭାବନା ନଥିବା ଏକ ପ୍ରକାର ଆକଳନ କରାଯାଇଛି ।

    ଗ୍ରହାଣୁ ଧକ୍କାରେ ଧ୍ବଂସ ହୋଇଯିବ କି ପୃଥିବୀ ? ଲୋପ ପାଇଯିବ କି ଜୀବଜଗତ ? କଣ ସତରେ ଉଲକା ପିଣ୍ଡ ପୃଥିବୀକୁ ଭସ୍ମ କରିଦେବ ? ଆସନ୍ତା ୨୯ ତାରିଖରେ ପୃଥିବା ଆଡକୁ ମାଡି ଆସୁଥିବା ବିରାଟ ଗ୍ରହାଣୁକୁ ନେଇ ଆକଳନ ହେବା ପରେ ଲୋକ ମାନଙ୍କ ମନରେ ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଯାହାକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇଯାଇଛି । ବାସ୍ତବରେ ଏକ ବିଶାଳକାୟ ଗ୍ରହାଣୁ ଏପ୍ରିଲ ମାସ ଶେଷ ଆଡକୁ ପୃଥିବୀର ନିକଟତର ହେବ । ଯାହାର ନାମ କରଣ କରାଯାଇଛି ‘ଗ୍ରହାଣୁ ୫୨୭୬୮ ୧୯୯୮ ଓଆର୦୨’। 

    ଏପ୍ରିଲ ୨୯ ତାରିଖ ଭାରତୀୟ ସମୟ ଅପରାହ୍ନ ୪ଟା ୨୮ ମିନିଟରେ ଏହା ପୃଥିବୀର ସର୍ବନିମ୍ନ ନିକଟତର ହେବାର ସମ୍ଭାବନା ରହିଛି । ସେତେବେଳେ ଏହାର ଦୂରତା ପ୍ରାୟ ୬ ନିୟୁତ କିଲୋମିଟର ଅର୍ଥାତ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ପ୍ରାୟ ୧୬ ଗୁଣା । ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୩୧ ହଜାର ୩୨୦ କିଲୋମିଟର ରହିଛି । ଆକଳନ ଅନୁଯାୟୀ ଏହା ୧୮ଶହ ମିଟର ଚଉଡା ଏବଂ ୪ କିଲୋମିଟର ଲମ୍ବା ଯାହା ହିମାଳୟ ପର୍ବତ ଠାରୁ ୧୦ ଗୁଣା ବଡ ।

    ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ସୁଦ୍ଧା ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନୀକ ମାନଙ୍କ ଦ୍ବାର ପୃଥିବୀ ନିକଟରେ ୨୦ କୋଟିରୁ ଅଧିକ ଏପରି ପିଣ୍ଡମାନ ଠାବ କରାଯାଇ ତାର ଆକାର, ଗଠନ, ତଥା କକ୍ଷପଥ ଗଣନା କରାଯାଇ ଧକ୍କା ନେଇ ଆକଳନ କରି ତାଲିକା ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨ ହଜାରଟି ଏପରି ପିଣ୍ଡ ଠାବ କରାଯାଇଛି ଯ଼ାହା ଭବିଷ୍ୟତରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି ସେସବୁର ଗତିବିଧି ଉପରେ କଡା ନଜର ରଖାଯାଇଛି । ତେବେ ଆସନ୍ତା ୨୯ରେ ଆସିବାକୁ ଥିବା ଗ୍ରହାଣୁ ଏବଂ ପୃଥିବୀ ମଧ୍ୟରେ ଧକ୍କା ହେବାର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ ବୋଲି ଉପ ନିର୍ଦ୍ଦେଶକ କହିଛନ୍ତି ।

    Add Zee News as a Preferred Source
    TAGS:
    meteorite
    earth
    Star
    April