ଆହତ ଚାଳକକୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେଠାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
Trending Photos
)
ପ୍ରେମାନନ୍ଦ ପୂଜାରୀ, ମୋହନା: ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗି ଘାଟିରେ କୋଭିଡ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଫଳରେ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଚାଳକ ଜଣଙ୍କ ଜିରାଙ୍ଗ ଗାଁର ବିକାଶ ଶବର । ତାଙ୍କୁ ପ୍ରଥମେ ମୋହନା ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
ଯାହା ଜଣାପଡ଼ିଛି, କୋବିଡ୍୧୯ ଡ଼୍ୟୁଟିରେ ଚାଲିଥିବା ଟାଟାଏସି ଗାଡ଼ିଟି ଗତକାଲି ରାତିରେ ଚାନ୍ଦିପୁଟରୁ ୨ ଜଣ କୋରୋନା ରୋଗୀଙ୍କୁ ନେଇ ପରଳାଖେମୁଣ୍ଡି କୋଭିଡ଼ ମେଡିକାଲରେ ଛାଡିବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ମୋହନା ଫେରୁଥିବା ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ନାରିଙ୍ଗି ଘାଟି ରାସ୍ତାର ଡାହାଣ ପଟକୁ ଖସି ପଡିଥିଲା । ଆହତ ଚାଳକକୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେଠାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।