close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେମିତି ରହିଛି କାଶ୍ମୀର ସ୍ଥିତି, ପରଖିଲେ ୟୁରୋପୀୟ ସାଂସଦ

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଦେଶୀ ପ୍ରତିନିଧି ମଣ୍ଡଳୀ କାଶ୍ମୀର ଗସ୍ତ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ସ୍ଥାନୀୟ ଅଞ୍ଚଳରେ କଣ ପ୍ରଭାବ ପକାଇଛି ଏବଂ ଏନେଇ ଲୋକଙ୍କ ମତାମତ କଣ ରହିଛି, ତାହା ଜାଣିବା ପାଇଁ ପ୍ରୟାସ କରିଛନ୍ତି ଏହି ପ୍ରତିନିଧି ଦଳ । ସେହିପରି କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ବିଷୟରେ ବିଦେଶୀ ପ୍ରତିନିଧି ମଣ୍ଡଳୀକୁ ଅବଗତ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । 

କେମିତି ରହିଛି କାଶ୍ମୀର ସ୍ଥିତି, ପରଖିଲେ ୟୁରୋପୀୟ ସାଂସଦ
ଫଟୋ ସୌଜନ୍ୟ: ଏଏନଆଇ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଦେଶୀ ପ୍ରତିନିଧି ମଣ୍ଡଳୀ କାଶ୍ମୀର ଗସ୍ତ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ସ୍ଥାନୀୟ ଅଞ୍ଚଳରେ କଣ ପ୍ରଭାବ ପକାଇଛି ଏବଂ ଏନେଇ ଲୋକଙ୍କ ମତାମତ କଣ ରହିଛି, ତାହା ଜାଣିବା ପାଇଁ ପ୍ରୟାସ କରିଛନ୍ତି ଏହି ପ୍ରତିନିଧି ଦଳ । ସେହିପରି କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ବିଷୟରେ ବିଦେଶୀ ପ୍ରତିନିଧି ମଣ୍ଡଳୀକୁ ଅବଗତ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । 

ପ୍ରତିନିଧି ଦଳ କାଶ୍ମୀରରେ ସ୍ଥିତି ପରଖୁଥିବା ବେଳେ ବିରୋଧୀଙ୍କ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମାୟାବତୀ, ଅସଉଦ୍ଦୀନ ଓୱେସୀ, କପିଲ ସିବଲ ପ୍ରମୁଖ ୟୁରୋପିଆନ ପ୍ରତିନିଧିଙ୍କ ଗସ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ସାଂସଦଙ୍କୁ କାଶ୍ମୀର ଯିବାକୁ ମିଳୁନି । ହେଲେ ବିଦେଶୀଙ୍କୁ କିପରି ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଏମାନେ । 

ଜମ୍ମୁ କାଶ୍ମୀର ସ୍ଥିତି ଏବେ ବି ସ୍ୱାଭାବିକ ହୋଇନି । ହେଲେ ସରକାର ବିଦେଶୀଙ୍କୁ କାଶ୍ମୀରରେ ସବୁକିଛି ଠିକ ଚାଲିଛି ବୋଲି ଦେଖାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି । ରାଜ୍ୟର ବିକାଶ ଓ କାଶ୍ମୀରକୁ ଆତଙ୍କବାଦୀ କବଳରୁ ମୁକ୍ତ କରିବା ପାଇଁ ଧାରା ୩୭୦ର ଉଚ୍ଛେଦ ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ ଏହି ଦାବିକୁ ବିରୋଧୀ ଅସ୍ୱୀକାର କରିଛନ୍ତି ।  

କାଶ୍ମୀରରେ ଆତଙ୍କବାଦର ବିନାଶ ପାଇଁ ଏପରି ପଦକ୍ଷେପ ନିଆଯିବା ସହ ଆଗକୁ ଆତଙ୍କବାଦ ସହ ମୁକାବିଲା କରିବାକୁ ହେଲେ ଆନ୍ତର୍ଜାତିକ ସହଯୋଗ ଜରୁରୀ ବୋଲି ସୋମବାର ପ୍ରଧାନମନ୍ତ୍ରୀ ପ୍ରତିନିଧି ମଣ୍ଡଳୀକୁ କହିଥିଲେ ।  ସାରା ବିଶ୍ୱରେ ଏବେ ଆତଙ୍କବାଦ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । ତେଣୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ମୋଦି କହିଥିଲେ ।  ଜମ୍ମୁ କାଶ୍ମୀରକୁ ନେଇ ବିଶ୍ୱ ଦରବାରରେ ଭାରତ ବିରୋଧରେ ଅପପ୍ରଚାର କରୁଛି ପାକିସ୍ତାନ । ହେଲେ ଏଥର ପାକିସ୍ତାନର ଅସଲ ଉଦ୍ଦେଶ୍ୟ  ୟୁରୋପୀୟ ପ୍ରତନିଧିଙ୍କୁ ମଧ୍ୟ ଅଛପା ରହିବନାହିଁ । 

କାଶ୍ମୀରରେ ଆତଙ୍କବାଦୀ ଗୋଟିଏ ପରେ ଗୋଟିଏ ଆକ୍ରମଣ ଜାରି ରଖିଥିବାବେଳେ ଅନ୍ତରାଷ୍ଟ୍ରୀୟ ଚାପରୁ ବର୍ତ୍ତିବାକୁ ପାକିସ୍ତାନ ନୂଆ ଷଡ଼ଯନ୍ତ୍ର ରଚିଛି ।  ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବାର ନାମ ପରିବର୍ତ୍ତନ କରି  ଟାର୍ଗେଟ ଲିଷ୍ଟ ଜାରି କରିଛି । ଲସ୍କର ଏ ତୋଏବା ଆତଙ୍କବାଦୀ ସଂଗଠନର ନାମ ପରିବର୍ତ୍ତନ କରି ଅଲ ଇଣ୍ଡିଆ ଲସ୍କର ଏ ତୋଏବା ରଖାଯାଇଛି । ପ୍ରଥମଥର ପାଇଁ  ଆତଙ୍କବାଦୀଙ୍କ ଟାର୍ଗେଟରେ କ୍ରିକେଟର ବିରାଟ୍ କୋହଲି ରହିଛନ୍ତି ।  ଆସନ୍ତା ସପ୍ତାହରେ ଦିଲ୍ଲୀରେ କୋହଲିଙ୍କ ମ୍ୟାଚ୍ ରହିଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ଅନେକ ବିଶିଷ୍ଟ ନେତା ରହିଥିବା ଜଣାପଡ଼ିଛି । ହିଟ୍ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ,ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାମ ରହିଛି ।