କ୍ୱାରେଣ୍ଟାଇନ ସେଣ୍ଟରର ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି
Advertisement
Article Detail0/zeeodisha/odisha677817

କ୍ୱାରେଣ୍ଟାଇନ ସେଣ୍ଟରର ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ଚେଇଁ ଉଠିଲା ଜିଲ୍ଲା ପ୍ରଶାସନ....

କ୍ୱାରେଣ୍ଟାଇନ ସେଣ୍ଟରର ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

ପ୍ରିୟବ୍ରତ ସାହୁ, କନ୍ଧମାଳ: ଗଞ୍ଜାମ ହେଉ କି ଭଦ୍ରକ। ଏସବୁ ଜିଲ୍ଲାରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର(କ୍ୱାରେଣ୍ଟାଇନ ସେଣ୍ଟର)ରେ ପ୍ରବାସୀଙ୍କ ଗଣ୍ଡଗୋଳ, ଖାଦ୍ୟ ଫୋପାଡିବା, ଗୋଷ୍ଠୀ ସଂଘର୍ଷ ଓ ଟିକଟକ ଭିଡିଓ କରିବା ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏମିତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କଡା ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦେଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବାହାର ଫେରନ୍ତାଙ୍କ ଉପରେ କଡା ନଜର ରଖିବା ଆରମ୍ଭ କରି ଦେଇଛି ଜିଲ୍ଲା ପ୍ରଶାସନ ଓ ପୋଲିସ।

କନ୍ଧମାଳ ପ୍ରଶାସନ ଏ ନେଇ ସତର୍କ ମଧ୍ୟ ହୋଇ ପଡିଛି। ଜିଲ୍ଲାର କୌଣସି ସଙ୍ଗରୋଧ କେନ୍ଦ୍ରରେ ଯେଭଳି କିଛି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥି ନିମନ୍ତେ ତନାଘନା ଆରମ୍ଭ ହୋଇଛି। ଜିଲ୍ଲାପାଳ ଡା.ବୃନ୍ଦା ଡି ଓ ଏସପି ପ୍ରତୀକ ଗୀତା ସିଂ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ସ୍ଥିତି ପରଖିଛନ୍ତି। କେନ୍ଦ୍ରରେ ଥିବା ବାହାର ଫେରନ୍ତାଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ବାହାର ଫେରନ୍ତା ଆସି ରହିବାକୁ ଥିବା କେନ୍ଦ୍ର ମଧ୍ୟ ସେମାନେ ବୁଲି ଦେଖିଛନ୍ତି। ସେମାନଙ୍କ ରହିବା ଓ ଖାଇବା କଥା ଭଲ ଭାବେ ବୁଝିବା ସହ କଡା ନଜର ରଖିବାକୁ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। 

ଯଦି କୌଣସି କେନ୍ଦ୍ରରେ ବିଶୃଙ୍ଖଳା କିଏ ସୃଷ୍ଟି କରିବେ ତୁରନ୍ତ ପୋଲିସକୁ ଜଣାଇବାକୁ ଏସପି କହିଛନ୍ତି। କନ୍ଧମାଳକୁ ସମୁଦାୟ ୧୬ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିବାର ରହିଛି। ଯାହାକି ଏବେ ସୁଦ୍ଧା ୪୫୭ ଜଣ କେରଳରୁ ଆସିଥିବା ବେଳେ ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଆଉ କୋଟାରୁ ୧୦ ଜଣ ଛାତ୍ରଛାତ୍ରୀ ବି ମଙ୍ଗଳବାର ଆସି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି।  

ଗତକାଲି ବୁଧବାର ୩୦ ଜଣ ପ୍ରବାସୀ କନ୍ଧମାଳକୁ ଆସିଛନ୍ତି। ସେମାନଙ୍କୁ ଆଣିବାକୁ ଏକ ଟିମ୍ ବ୍ରହ୍ମପୁର ଯାଇଥିଲା। ଆଉ ଏଥି ନିମନ୍ତେ ବସର ବ୍ୟବସ୍ଥା କରାଯାଇଥିଲା। ଆଉ ଆସିଥିବା ପ୍ରବାସୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୧୦ ଜଣ, ସୁରତରୁ ୮ ଜଣ ଓ ବାଙ୍ଗାଲୋରରୁ ୧୨ ଜଣ ବୋଲି ସୂଚନା ମିଳିଛି।

;