Advertisement
Article Detail0/zeeodisha/odisha691857
Zee OdishaOther Newsକୋରୋନା ପାଇଁ ମାଛ ବ୍ୟବସାୟ ପ୍ରଭାବିତ, ୪ ଦଫା ଦାବି ରଖିଲା ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ

କୋରୋନା ପାଇଁ ମାଛ ବ୍ୟବସାୟ ପ୍ରଭାବିତ, ୪ ଦଫା ଦାବି ରଖିଲା ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ

ଓଡିଶା ଉପକୂଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଛ ବ୍ୟବସାୟ ବନ୍ଦ ରଖିବାକୁ ସଂଘର ନିଷ୍ପତ୍ତି

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନାରାୟଣ ବେହେରା, ପାରାଦୀପ: କୋରୋନା ଯୋଗୁଁ ମାଛ ବ୍ୟବସାୟ ପ୍ରଭାବିତ । ଓଡିଶା ଉପକୂଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ  ମାଛ ବ୍ୟବସାୟ ବନ୍ଦ ରଖିବାକୁ ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ନିକଟରେ ୪ ଦଫା ଦାବି ରଖିଛି ସଂଘ । 

fallback

ଏନେଇ ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦର ନିଲାମ ଗୃହରେ ମହାସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ହୋଇଥିଲା । ବୈଠକରେ ପାରାଦୀପ, ଧାମରା, ବାହାବଳପୁର, ଖରିନାସୀ, ବଳରାମ ଗଡି ମତ୍ସ୍ୟଜୀବୀ ସଂଘର ପାରମ୍ପରିକ ମତ୍ସ୍ୟଜୀବୀ ଓ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ କୋରୋନା ଯୋଗୁଁ ମତ୍ସ୍ୟଜୀବୀଙ୍କ ପାଇଁ ଉପୁଜୁଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । 

Add Zee News as a Preferred Source

୪ ଦଫା ଦାବି ରଖିଛି ସଂଘ

  1. ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗାରେ ବ୍ୟବହୃତ ଡିଜେଲରେ ଭ୍ୟାଟ୍ ପ୍ରତ୍ୟାହାର କରିବା । 
  2. ଓଡିଶା -ପଶ୍ଚିମବଙ୍ଗ ସୀମା ପାଖାପାଖି ରାଜପଥ ପାର୍ଶ୍ଵ ଅଞ୍ଚଳରେ ଦୀଘା ଭଳି ଏକ ମତ୍ସ୍ୟ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବା । 
  3. ପ୍ରତି ବୋଟରେ ଥିବା କର୍ମଚାରୀମାନଙ୍କୁ କୋଭିଡ୍-୧୯ର ଚିକିତ୍ସା ସହାୟତା ଯୋଗାଇ ଦେବା । 
  4. କୋରୋନାରେ ମୃତ୍ୟୁ ହେଲେ କ୍ଷତିପୂରଣ ପ୍ରଦାନ କରିବା ଓ ଏଥି ସହିତ ମତ୍ସ୍ୟ ଶିଳ୍ପକୁ ଥଇଥାନ କରିବା ତଥା ବୋଟ୍ ମାଲିକଙ୍କୁ କ୍ଷୁଦ୍ରଶିଳ୍ପ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ।  

fallback

ଏହି ଦାବି ଗୁଡିକ ସରକାର ଗ୍ରହଣ ନକରିବା ପର୍ଯ୍ୟନ୍ତ ଓଡିଶା ଉପକୂଳରେ ମାଛଧରା ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମାଛଧରା ବନ୍ଦ ହେବା ଦ୍ୱାରା ୧୦ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଆଶଙ୍କା ରହିଛି । 

About the Author