ଶ୍ରୀ ରାମକୃଷ୍ଣ ଧାମର ସ୍ୱାମୀ ପ୍ରେମାନନ୍ଦ ପୁରୀଙ୍କ ଦେହାନ୍ତ ପରେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ସିଧା ପ୍ରସାରଣ କରାଯାଇଛି ।
Trending Photos
)
ଜୋହାନିସବର୍ଗ: ଦକ୍ଷିଣ ଆଫ୍ରିକାରେ ହିନ୍ଦୁ ନେତାଙ୍କ ମୃତ୍ୟୁ । ଅନ୍ତିମ ସଂସ୍କାରର ହେଲା ଲାଇଫ ଟେଲିକାଷ୍ଟ । ଶ୍ରୀ ରାମକୃଷ୍ଣ ଧାମର ସ୍ୱାମୀ ପ୍ରେମାନନ୍ଦ ପୁରୀଙ୍କ ଦେହାନ୍ତ ପରେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ସିଧା ପ୍ରସାରଣ କରାଯାଇଛି । ସ୍ୱାମୀଜୀଙ୍କ ମୃତ୍ୟୁ କୋରୋନା କାରଣରୁ ନୁହେଁ, ନିମୋନିଆ ଯୋଗୁଁ ହୋଇଥିଲା ।
ଏବେ ସମଗ୍ର ବିଶ୍ୱରେ କୋରୋନା ଆତଙ୍କ । ଦକ୍ଷିଣ ଆଫ୍ରିକାରେ ମଧ୍ୟ । ସେଠି ମଧ୍ୟ ଲକ୍ ଡାଉନ ଘୋଷଣା କରାଯାଇଛି । ତେବେ ସ୍ୱାମୀଜୀଙ୍କ ବହୁ ଅନୁଗାମୀ ରହିଛନ୍ତି । ତେଣୁ ଅନ୍ତିମ ସଂସ୍କାର ବେଳେ ବହୁ ଲୋକଙ୍କ ସମାଗମ ହେବାର ଆଶଙ୍କା ରହିଥିଲା । ତେଣୁ ଅନ୍ତିମ ସଂସ୍କାର ବେଳେ ଅଧିକ ଲୋକ ନଆସିବାକୁ ଅନୁରୋଧ କରାଯାଇଥିଲା । ମାତ୍ର ୫୦ ଜଣ ଲୋକଙ୍କ ଉପସ୍ଥିତିରେ ହିଁ ସ୍ୱାମୀଜୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସେହିପରି ଅନ୍ୟ ଅନୁଗାମୀଙ୍କ ପାଇଁ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା ।
ଏଠାରେ କହିରଖୁଛୁ, ଗତ ୨୦୦୧ ମସିହାରେ ଶ୍ରୀ ରାମକୃଷ୍ଣ ଧାମ ସ୍ୱାମୀଜୀ ସ୍ଥାପନ କରିଥିଲେ । ଜୋହାନିସବର୍ଗର ଦକ୍ଷିଣରେ ଅବସ୍ଥିତ ଲେନାସିଆରେ ସ୍ୱାମୀଜୀଙ୍କ ହଜାର ହଜାର ଅନୁଗାମୀ ଅଛନ୍ତି । ସ୍ୱାମୀ ପ୍ରେମାନନ୍ଦ ବିଶେଷକରି କୁନି କୁନି ପିଲାଙ୍କ ପାଇଁ ବହୁ ମାନବୀୟ କାମ କରୁଥିଲେ । ଦକ୍ଷିଣ ଆଫ୍ରିକାରେ ଶିଶୁଙ୍କ ପାଇଁ ପ୍ରେରଣାଦାୟକ କାମ କରିଯାଇଛନ୍ତି ସ୍ୱାମୀ ପ୍ରେମାନନ୍ଦ ପୁରୀ ।