Advertisement
Article Detail0/zeeodisha/odisha677328
Zee OdishaOther Newsମହାନୁଭବ ଅର୍ଦ୍ଧେନ୍ଦୁଙ୍କ ଉଦାରୀମନ, ଏତିକି ଦିନ ଖାଦ୍ୟ ଯୋଗାଇବାକୁ ଅପିଲ...

ମହାନୁଭବ ଅର୍ଦ୍ଧେନ୍ଦୁଙ୍କ ଉଦାରୀମନ, ଏତିକି ଦିନ ଖାଦ୍ୟ ଯୋଗାଇବାକୁ ଅପିଲ...

ପ୍ରଶାସନ ଅନୁମତି ଦେଲେ ଖାଦ୍ୟ ଯୋଗାଇବେ ଅଭିନେତା ଅର୍ଦ୍ଧେନ୍ଦୁ...

ମହାନୁଭବ ଅର୍ଦ୍ଧେନ୍ଦୁଙ୍କ ଉଦାରୀମନ, ଏତିକି ଦିନ ଖାଦ୍ୟ ଯୋଗାଇବାକୁ ଅପିଲ...

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ମହାନୁଭବ ଅର୍ଦ୍ଧେନ୍ଦୁଙ୍କ ଉଦାରବାଦୀ ମନ। ଲକଡାଉନ ସମୟରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ସହାୟତାର ହାତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ସାହୁ। ଏହି ଲକଡାଉନ ସମୟରେ ସେ ଖାଦ୍ୟ ଯୋଗାଇବେ। ଏଥିପାଇଁ ସେ ସରକାରଙ୍କ ଠାରୁ ଅନୁମତି ଲୋଡ଼ିଛନ୍ତି ବୋଲି ଜୀ ମିଡ଼ିଆକୁ ଫୋନ ଯୋଗେ ସୂଚନା ଦେଇଛନ୍ତି। 

ଅର୍ଦ୍ଧେନ୍ଦୁଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ। ବର୍ତ୍ତମାନ ସେ ପୋଲସରାସ୍ଥିତ ତାଙ୍କ ପୈତୃକ ଘରେ ରହିଛନ୍ତି। ତେବେ ଏହି ସମୟରେ ଜିଲ୍ଲାର କିଛି ଗରିବ ତଥା ପ୍ରବାସୀ ଓଡ଼ିଆଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି। ସେ କହିଛନ୍ତି କି, ଏହି ସମୟରେ ମୁଁ ସମାଜର ସେବା କରିବାକୁ ଚାହୁଁଛି। ମାତ୍ର ବିଭିନ୍ନ ସରକାରୀ ଆଦବକାଇଦା ଓ ଲକଡାଉନ ନିୟମ କାରଣରୁ ବାହାରକୁ ଯିବା ପାଇଁ ଅନୁମତି ମିଳିପାରୁନାହିଁ। ଏଥିପାଇଁ ମୋତେ ସରକାରଙ୍କ ଠାରୁ ଅନୁମତି ଆଣିବାରେ ଅଛି ବୋଲି ସେ ସୂଚନା ଦେଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କି, ଜିଲ୍ଲା ପ୍ରଶାସନ ମୋତେ ଅନୁମତି ଦେଲେ ପୋଲସରା ଅଞ୍ଚଳରେ ରହିଥିବା ପ୍ରବାସୀ ଓଡ଼ିଆ ତଥା ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇବେ। ଏପରିକି ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଏହି ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସେ। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି। 'ପ୍ରଶାସନ ଅନୁମତି ଦେବା ପରେ କେଉଁଠାରେ, କେତେଥର ଓ କେତେ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ ସେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।

Add Zee News as a Preferred Source

 

About the Author