ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
Advertisement

ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

 କୋଭିଡ-19 ପାଇଁ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇ ପାରି ନ ଥିବା ବେଳେ ବର୍ଷା ଋତୁ ଆସିହଲାଣି । କିପରି ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖାଯାଇ ପାରିବ ସେ ଦିଗରେ କୁହାଯାଇଥିଲା ।

ଫାଇଲ ଫଟୋ

ଅଜୟ କୁମାର ନାଥ, ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି(ଶୁକ୍ରବାର) ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଅଗ୍ନିଶମ ବିଭାଗ ତରଫରୁ ସମସ୍ତ ଉପକରଣ ପ୍ରଦର୍ଶନ କରାଯାଇଥିଲା । କୋଭିଡ-19 ପାଇଁ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇ ପାରି ନ ଥିବା ବେଳେ ବର୍ଷା ଋତୁ ଆସିହଲାଣି । କିପରି ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖାଯାଇ ପାରିବ ସେ ଦିଗରେ କୁହାଯାଇଥିଲା ।

କେମିତି ସେହି ଉପକରଣ ସାହାଯ୍ୟରେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସଠିକ ଭାବରେ ହୋଇ ପାରିବ । ସେ ଦିଗରେ ସମସ୍ତଙ୍କୁ ବୁଝାଯିବା ସହ ସଚେତନ କରାଯାଇଥିଲା । ବର୍ଷା ସମୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ରହିଥାଏ । ଅଗ୍ନିଶମ ବିଭାଗର କର୍ମଚାରୀମାନେ କିଭଳି ଭାବରେ ଏ ସବୁ ବିପଦର ମୁକାବିଲା କରି ପାରିବେ । ସେ ଦିଗରେ ମଧ୍ୟ ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିଲା । ଏ ବାବଦରେ ବିଶେଷ ସୂଚନା ପ୍ରଦାନ କରିଥିଲେ ସମ୍ବଲପୁରର ଜରୁରୀକାଳୀନ ଅଧିକାରୀ । ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ ।