୨୦୦୨ ଗୁଜରାଟ ହିଂସା ମାମଲାରେ ମୋଦି ସମେତ ଅନ୍ୟ କିଛି ନେତାଙ୍କୁ କ୍ଲିନ ଚିଟ୍
Advertisement

୨୦୦୨ ଗୁଜରାଟ ହିଂସା ମାମଲାରେ ମୋଦି ସମେତ ଅନ୍ୟ କିଛି ନେତାଙ୍କୁ କ୍ଲିନ ଚିଟ୍

ନାନବଟି ମେହତା କମିଶନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ନେତାଙ୍କୁ କ୍ଲିନଚିଟ ଦେଇଛି

ସୌଜନ୍ୟ: ସୋସିଆଲ ମିଡିଆ

ଗୁଜରାଟ: ୨୦୦୨ ଗୁଜରାଟ ହିଂସା ମାମଲାରେ ବୁଧବାର ନାନବଟି ମେହତା କମିଶନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ନେତାଙ୍କୁ କ୍ଲିନଚିଟ ଦେଇଛି । ୨୦୦୨ ମସିହାରେ ହୋଇଥିବା ହିଂସାରେ ବେସରକାରୀ ତଥ୍ୟ ଅନୁଯାୟୀ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିବା ପରେ ସାରା ରାଜ୍ୟର ଏକ ହାଜରରୁ ଅଧିକ ଲୋକଙ୍କୁ ମାରି ଦିଆଯାଇଥିଲା । ଯେଉଁଥିରେ ୫୯ଜଣ ତୀର୍ଥଯାତ୍ରୀ ମଧ୍ୟ ସାମିଲ ଥିଲେ । ତୀର୍ଥଯାତ୍ରୀମାନେ ଅଯୋଧ୍ୟାରୁ ଫେରୁଥିବାବେଳେ ଫେବୃୟାରୀ ୨ ତାରିଖରେ ତାଙ୍କର ହତ୍ୟାର କରାଯାଇଥିଲା । ମୃତକ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨୫ଜଣ ମହିଳା ଥିଲେ ଓ ୧୪ଜଣ ଶିଶୁ ଥିଲେ ।

fallback

ତେବେ ଗୁଜରାଟ ବିଧାନସଭାରେ ନାନବଟି କମିଶନର ରିପୋର୍ଟ ଉପସ୍ଥାପନ ହୋଇଛି । ୨୦୧୨ ଗୁଜରାଟ ଦଙ୍ଗାରେ ସରକାରୀ ହିସାବ ମୁତାବକ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରୁଥିବା ନାନବଟି କମିଶନ ପ୍ରଥମେ ୨୦୦୯ରେ ରିପୋର୍ଟ ଦାଖଲ କରିଥିଲେ । ଦ୍ୱିତୀୟ ରିପୋର୍ଟ ୨୦୧୪ରେ ଦାଖଲ ହୋଇଥିଲା । ତୃତୀୟ ତଥା ଚୂଡ଼ାନ୍ତ ରିପୋର୍ଟ ଗୁଜରାଟ ବିଧାନସଭାରେ ଦାଖଲ ହୋଇଛି । ୪୮୮ ସରକାରୀ ଅଧିକାରୀ ଓ ପୋଲିସଙ୍କ ସତ୍ୟପାଠ ଆଧାରରେ ୨ ହଜାର ୫ ଶହ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦାଖଲ ହୋଇଛି  । ଆଉ ଏହି ରିପୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନ୍ୟ କେତେକ ନେତାଙ୍କୁ କ୍ଲିନଚିଟ ଦେଇଛି ।