ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟାନ୍ନ ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୦୨୯ରେ ପହଞ୍ଚିଛି।
Trending Photos
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଜାରି ରହିଛି କୋରୋନାର ତାଣ୍ଡବ। ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ଏହା ଦ୍ୱାରା ହୋଇଛନ୍ତି କବଳିତ। ଏଥିରୁ ବାଦ ପଡିନାହିଁ ଭାରତ। ଦିନକୁ ଦିନ ଏହାର ପ୍ରକୋପ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଦେଖିବାକୁ ମିଳିଛି ଏହି ଭାଇରସର ଉପସ୍ଥିତି।
ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ସୋମବାର ମଧ୍ୟାନ୍ନ ସୁଦ୍ଧା ୩୮ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ଆଜିକୁ ମିଶାଇ ରାଜ୍ୟରେ ମୋଟ ମହାମାରୀରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୨୦୧୮ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୭୪୦୯ ନମୁନା ପରୀକ୍ଷା ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଗୁଜୁରାଟରୁ ଏବଂ ଜଣେ କର୍ଣ୍ଣାଟକରୁ ଫେରିଥିଲେ। ଅନ୍ୟ ୮ ଜଣ ଚେନ୍ନାଇର କୋୟାମବେଦୁ ମାର୍କେଟ ବୁଲିଥିବା ଜଣାପଡଛି।
ରାଜ୍ୟରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ୯୭୫ରେ ପହଞ୍ଚିଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ୯୭୫ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୪୫ରେ ଅପରିବର୍ତ୍ତିତ ରହିଛି।
ଅନ୍ୟପଟେ ଉତ୍ତର-ପଶ୍ଚିମ ଭାରତୀୟ ରାଜ୍ୟ ରାଜସ୍ଥାନରେ କୋରୋନା ଯୋଗୁଁ ୧୧୦ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କୋରୋନା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୬ ନୂତନ ପଜିଟିଭ ଚିହ୍ନଟ ହୋଇଛି।
ରାଜସ୍ଥାନରେ ମୋଟ ୩୯୪୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ୧୫୫୬ଟି କେସ ସକ୍ରିୟ ରହିଛି।
ମେ ୧୧ ତାରିଖ ସୋମବାର ମଧ୍ୟାନ୍ନ ସୁଦ୍ଧା ଦେଶରେ ମୋଟ ୪୪,୦୨୯ କୋରୋନା ପଜିଟିଭ ସକ୍ରିୟ ରହିଥିବା ବେଳେ ୨୦,୯୧୬ ସୁସ୍ଥ ହୋଇଛନ୍ତି । କୋରୋନା ଭାଇରସ ଯୋଗୁଁ ଦେଶରେ ମୋଟ ୨୨୦୬ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କୋରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ମହାରାଷ୍ଟ୍ର।