Advertisement
Article Detail0/zeeodisha/odisha679629
Zee OdishaOther Newsଇଣ୍ଟରନେଟ ସେବା ଚାଲୁ କରିବା ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଣ୍ଟରନେଟ ସେବା ଚାଲୁ କରିବା ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

 ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ଚାଲୁ କରିବା ନେଇ ଗୃହ ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।    

ଇଣ୍ଟରନେଟ ସେବା ଚାଲୁ କରିବା ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ୪ଜି ଇଣ୍ଟରନେଟ ସେବା ଚାଲୁ କରିବା ନେଇ ଗୃହ ମନ୍ତ୍ରାଳୟର ସଚିବଙ୍କ ଦ୍ୱାରା ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସମୟରେ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରରେ ଇଣ୍ଟରନେଟ ସେବା ପୁନର୍ବାର କାର୍ଯ୍ୟକ୍ଷମ କରିବା ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ ହୋଇଛି।  
  
ଏହି ମାମଲାର ଶୁଣାଣି କରିବାକୁ ଯାଇ ଜଷ୍ଟିସ ଏନଭି ରମନ୍ନାଙ୍କ ନେତତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ ବର୍ତ୍ତମାନର ସଂକଟ ସମୟରେ  ଜାତୀୟ ସୁରକ୍ଷା ଏବଂ ମାନବାଧିକାର ଉପରେ ଭାରସାମ୍ୟ ରକ୍ଷା କରି ପଦକ୍ଷେପ ନେବା ଦରକାର। ଏବେ ଦେଶରେ ଚାଲିଥିବା ମହାମାରୀ ଏବଂ କଠିନ ସମୟରେ ସତର୍କ ନଜର ରଖିବା ଆବଶ୍ୟକ। କାଶ୍ମୀର ଘାଟିରେ ଇଣ୍ଟରନେଟ ସେବା ଚାଲୁ କରିବା ନେଇ ଗୃହ ମନ୍ତ୍ରାଳୟର ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ଯୋଗଯୋଗ ବିଭାଗର ସଚିବ ଏବଂ ଜମ୍ମୁ କାଶ୍ମୀରର ସଚିବଙ୍କୁ ସାମିଲ କରିବା ନେଇ ଜଣାଇଛନ୍ତି । 

ବନ୍ଦ ହୋଇଥିବା ୪ଜି ଇଣ୍ଟରନେଟ ସେବାକୁ କାଶ୍ମୀରରେ ପୁନର୍ବାର ଚାଲୁ କରିବା ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ, ହାଇସ୍ପିଡ ଇଣ୍ଟରନେଟ ବନ୍ଦ କରିବା ଦ୍ୱାରା  ଅନଲାଇନ ମାଧ୍ୟମରେ ହେଉଥିବା କାମ ପ୍ରଭାବିତ ହେଉଛି। ଉପଲବ୍ଧ ହେଉଥିବା ୨ଜି ଇଣ୍ଟରନେଟ ସେବା ଏଥିପାଇଁ ଯଥେଷ୍ଟ ନୁହେଁ।   

ଗତ ୪ ତାରିଖରେ ଏ ସମ୍ପର୍କିତ ମାମାଲାର ଶୁଣାଣି କରି କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଥିଲେ। ପୂର୍ବରୁ ଏହି ମାମଲାରେ କୋର୍ଟରେ ଆବେଦନକାରୀ, ସଲିସିଟିର ଜେନେରାଲ ଏବଂ ଆଟର୍ଣ୍ଣିଂ ଜେନେରାଲ(ଏଜି) ନିଜର ପକ୍ଷ ରଖିଥିଲେ। ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ କାଶ୍ମୀର ଘାଟିରୁ ଗତବର୍ଷ ଅଗଷ୍ଟରୁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଥିଲେ ଏଜି। 

Add Zee News as a Preferred Source

ଗତବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରୁ ୩୭୦ ଏବଂ ୩୫(ଏ) ଧାରା ହଟାଇବା ସହ ଏହାକୁ ବିଭାଜିତ କରି ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ।  ସେବଠୁ ଭାରତର ରାଜନୈତିକ ମାନଚିତ୍ରରେ ଜମ୍ମୁ କାଶ୍ମୀର ଏବଂ ଲଦାଖ ନାମରେ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡିହୋଇଛି।