Advertisement
Article Detail0/zeeodisha/odisha691337
Zee OdishaOther Newsନିଶା କାରବାରର ନିଆରା ଟେକନିକ କବଳରେ ଯୁବ ପିଢ଼ି

ନିଶା କାରବାରର ନିଆରା ଟେକନିକ କବଳରେ ଯୁବ ପିଢ଼ି

କୋରୋନା ମହାମାରୀ ପାଇଁ ସାରା ଦେଶ ଲକଡାଉନରେ. କିନ୍ତୁ ଦେଶର ଏହି ସଂକଟ ସମୟରେ ମଦ ବ୍ୟବସାୟ ବ୍ୟବସାୟ କିନ୍ତୁ ଜୋର ଧରିଛି.

ନିଶା କାରବାରର ନିଆରା ଟେକନିକ କବଳରେ ଯୁବ ପିଢ଼ି

ରଘୁନାଥ ସାହୁ, ଅନୁଗୋଳ: କୋରୋନା ମହାମାରୀ ପାଇଁ ସାରା ଦେଶ ଲକଡାଉନରେ. କିନ୍ତୁ ଦେଶର ଏହି ସଂକଟ ସମୟରେ ମଦ ବ୍ୟବସାୟ ବ୍ୟବସାୟ କିନ୍ତୁ ଜୋର ଧରିଛି. ଅନଲାଇନରେ ହେଉଛି ବ୍ୟବସାୟ । ଏହି ଘଟଣା କିନ୍ତୁ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଅନୁଗୋଳର ଯୁବ ଗୋଷ୍ଠୀଙ୍କୁ ମଦ ମିଳୁ ନଥିବାରୁ ଏବେ କଫ ସିରପ ନିଶା ଆପଣେଇ ନେଇଛନ୍ତି । 

ଲକଡାଉନ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ଗତ ପ୍ରାୟ ଦେଢ ମାସରୁ ଊର୍ଦ୍ଧ୍ଵ ସମୟ ଧରି ମଦ ଦୋକାନ ସବୁ ବନ୍ଦ ରହି ଥିଲା । କାଁ ଭାଁ ଚୋରାରେ ମିଳୁଥିବା ମଦ ମଧ୍ୟ ମିଳୁଥିଲା । ତା ପୁଣି ଉଚ୍ଚା ଦରରେ । ଏବେ କିନ୍ତୁ ମିଳୁଛି ମଦ ଅନଲାଇନ ମାଧ୍ୟମରେ । ଯାହାକି ମଦ ଅଭ୍ୟସ୍ତମାନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ଏଥିପାଇଁ ସେମାନେ ଆପଣେଇ ନେଇଛନ୍ତି ଅଲଗା ଉପାୟ । ବଜାରରେ ଅତି ସହଜରେ ଏବଂ ଶସ୍ତାରେ ମିଳିଯାଉଥିବା କଫ ସିରପକୁ ଏବେ ସେମାନେ ନିଶା ପାଇଁ ବ୍ୟବହାର କରୁଛନ୍ତି । ଆଉ ଏହି ନିଶା କରୁଥିବା ଯୁବକ ମାନଙ୍କ କହିବା କଥା ଏହା ମଦ ଭଳି ନିଶା ହେଉଛି । କିନ୍ତୁ ଏହାର ଗନ୍ଧ ନାହିଁ । ଯାହା ଫଳରେ ସାମ୍ନା ଲୋକ ମଦ ପିଇଥିବା ସମ୍ପର୍କରେ ଜାଣି ମଧ୍ୟ ପାରିବ ନାହିଁ । ସବୁ ଔଷଧ ଦୋକାନୀମାନେ ସହଜରେ ଏହି ଔଷଧ ଦେଉ ନଥିବା ଯୋଗୁଁ ଲୁଚା ଚୋରାରେ କିଣି ପିଇବାକୁ ପଡୁଛି । ଆଉ ଏହାକୁ ପିଇବା ପରେ ଫୂର୍ତ୍ତି ଲାଗୁଛି ଆଉ କାମ କରିବାକୁ ମଜା ଆସୁଛି ବୋଲି କହୁଛନ୍ତି ନିଶାଗ୍ରସ୍ତ ଯୁବକମାନେ।

ସେପଟେ ନିଶା କାରବାରର ଏହି ନିଆରା ଟେକନିକକୁ ଆପଣେଇଛନ୍ତି ଯୁବଗୋଷ୍ଠୀ । ସ୍ୱାସ୍ଥ୍ୟଗତ ସମସ୍ୟା ପରିବର୍ତ୍ତେ ନିଶା ପାଇଁ ବହୁଳମାତ୍ରାରେ ବ୍ୟବହାର ହେଉଛି ଏହି ସିରପ। ଔଷଧ ନାରେ ବିକ୍ରି ହେଉଛି ଜହର। କମ ଟଙ୍କାରେ ନିଶା ଭାବରେ ବିକ୍ରି ହେଉଛି କଫ ସିରପ । ଅସାଧୁ ଲାଭଖୋର ବ୍ୟବସାୟୀ ଚଳାଉଛନ୍ତି ନିଶା କାରବାରର ରାକେଟ । ଅତି ସହଜରେ ବଜାରରେ ଏହା ଉପଲବ୍ଧ ହୋଇ ଯାଉଥିବାରୁ ଏହାକୁ ନିଶା ଭାବରେ ବ୍ୟବହାର କରି ନେଲେଣି ଯୁବ ଗୋଷ୍ଠୀ । 

Add Zee News as a Preferred Source

ଶୁଖିଲା କାଶ ହେଲେ ଏହାକୁ ଡାକ୍ତର ଔଷଧ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇ ଥାଆନ୍ତି । ହେଲେ ଏଥିରେ ମଧ୍ୟ ନିଶା ଥିବାରୁ ଏହାକୁ ଔଷଧ ବଦଳରେ ନିଶା ଆକାରରେ ଗ୍ରହଣ କରି ନେଉଛନ୍ତି ଯୁବ ଗୋଷ୍ଠୀ । ଯାହା ସ୍ୱାସ୍ଥ୍ୟ ପାଇଁ ଅହିତକର । ମଦ ପିଉଥିବା ବ୍ୟକ୍ତିଙ୍କଠାରୁ ନିଶା ଅଭ୍ୟାସ ଛଡା ଯାଇ ପାରିବ କିନ୍ତୁ ଏହି କଫ ସିରପ ନିଶା କରୁଥିବା ଲୋକଙ୍କ ଠାରୁ ଅହି ଅଭ୍ୟାସ ଛଡାଇବା କଷ୍ଟକର ବୋଲି ଡାକ୍ତର କହିଛନ୍ତି । ଏହା ବ୍ୟତୀତ ଏହାକୁ ଗ୍ରହଣ କରୁଥିବା ବ୍ୟକ୍ତିର କିଡନୀ , ହାର୍ଟ ଓ ଶ୍ଵାସ ଭଳି ରୋଗ ହେବାର ଅଧିକ ସମ୍ଭାବନା ରହିଛି । ଏଣୁ ଏହାକୁ ନ ନେବା ପାଇଁ ଡାକ୍ତର ଦିଗାମ୍ବର ସାହୁ (ଭେଷଜ ବିଶେଷଜ୍ଞ) ପରାମର୍ଶ  ଦେଇଛନ୍ତି । 

 

About the Author