ମୋହନାର ୨ଟି ସ୍ଥାନରେ ଚୋରି ଅଭିଯୋଗ
Trending Photos
ପ୍ରେମାନନ୍ଦ ପୂଜାରୀ, ଗଜପତି: ଗୋଟିଏ ପଟେ ଲକଡାଉନ ତ ଅନ୍ୟପଟେ ଚୋରଙ୍କ ଦୌରାତ୍ମ୍ୟ । ଜିଲ୍ଲାର ମୋହନା ଥାନା ଚାନ୍ଦିପୁଟ ଗ୍ରାମରେ ଚୋରି ହୋଇଥିବା ଅଭିଯୋଗ । ଗତ ରାତିରେ ଦୁଇଟି ସ୍ଥାନରୁ ତାଲା ଓ କବାଟ ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଆଜି ସକାଳୁ ଚାନ୍ଦିପୁଟ ବଜାର ସ୍ଥିତ ଏକ ମୋବାଇଲ ଦୋକାନର କବାଟ ଭଙ୍ଗାଥିବା ଦେଖିବାକୁ ମିଳିଥିଲା । ପରେ ଦୋକାନୀ ଆସି ଦେଖିବାରୁ ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲା । ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।
ସେହିପରି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟାଳୟରୁ ତାଲା ଭାଙ୍ଗି ଗୋଟିଏ କମ୍ପ୍ୟୁଟର ସେଟ୍ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ I ପୁର୍ବରୁ ଏହି ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ସାମ୍ନାକୁ ଆସିଛି । ଆଉ ଲକଡାଉନ୍ ଯୋଗୁ ଚୋରଙ୍କୁ ପୁରା ସୁବିଧା ମଧ୍ୟ ହେଉଛି । ତେବେ ଘଟଣା ସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ପହଞ୍ଚି ତଦନ୍ତ ଚଳାଇଛନ୍ତି ।