ଭୟଙ୍କର ଷଡ଼ଯନ୍ତ୍ର, ଦେଶରେ କୋରୋନା ପ୍ରସାର କରିବାକୁ ବାହାରୁ ଆସୁଛନ୍ତି ରୋଗୀ
Advertisement
Article Detail0/zeeodisha/odisha665969

ଭୟଙ୍କର ଷଡ଼ଯନ୍ତ୍ର, ଦେଶରେ କୋରୋନା ପ୍ରସାର କରିବାକୁ ବାହାରୁ ଆସୁଛନ୍ତି ରୋଗୀ

ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖଛନ୍ତି। ଏପରିକି ରାଜ୍ୟ ସରକାର ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କୁ ଯଥାସମ୍ଭବ ସମର୍ଥନ ମଧ୍ୟ କରୁଛନ୍ତି। କିନ୍ତୁ ଏହି ସମୟରେ ଏଭଳି କିଛି ଖବର ଆସିଛି, ଯାହା ସରକାରଙ୍କର ନୁହେଁ ବରଂ ଦେଶବାସୀଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶ

ଭୟଙ୍କର ଷଡ଼ଯନ୍ତ୍ର, ଦେଶରେ କୋରୋନା ପ୍ରସାର କରିବାକୁ ବାହାରୁ ଆସୁଛନ୍ତି ରୋଗୀ

ନୂଆଦିଲ୍ଲୀ: ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖଛନ୍ତି। ଏପରିକି ରାଜ୍ୟ ସରକାର ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କୁ ଯଥାସମ୍ଭବ ସମର୍ଥନ ମଧ୍ୟ କରୁଛନ୍ତି। କିନ୍ତୁ ଏହି ସମୟରେ ଏଭଳି କିଛି ଖବର ଆସିଛି, ଯାହା ସରକାରଙ୍କର ନୁହେଁ ବରଂ ଦେଶବାସୀଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶ ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢାଇବା ପାଇଁ କରାଯାଇଛି ଭୟଙ୍କର ଷଡ଼ଯନ୍ତ୍ର। ନେପାଳର ରାସ୍ତା ଦେଇ କିଛି ଆକ୍ରାନ୍ତଙ୍କୁ ଦେଶ ମଧ୍ୟରେ ପ୍ରବେଶ କରାଯାଇଥିବା ସୂଚନା ରହିଛି।  

ମିଳିଥିବା ସୂଚନା ମୁତାବକ ବିହାରର ପଶ୍ଚିମ ଚମ୍ପାରନ(ବେତିୟା)ର ଜିଲ୍ଲା ଅଧିକାରୀ କୁନ୍ଦନ କୁମାରଙ୍କ ଏକ ପତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତଗତ ହେବା ପରେ ଏହି ଷଡଯ଼ନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଉକ୍ତ ଚିଠିରୁ ମିଳିଥିବା ସୂଚନା ମୁତାବକ ବିଶେଷ କରି ବିହାରରେ ଏହି କୋରୋନା ଭାଇରସର ସଂକ୍ରମଣକୁ ବ୍ୟାପକ କରିବାକୁ ପ୍ରୟାସ କରାଯାଇଥିଲା। ଏକ ଜାତୀୟ ସ୍ତରର ଗଣମାଧ୍ୟମନ ନିକଟରେ ଥିବା ପତ୍ରରେ ପୋଲିସ ଅଧିକ୍ଷକଙ୍କ ମାଧ୍ୟମରେ ଜିଲ୍ଲାଧିକାରୀ ସୀମା ସୁରକ୍ଷା ବଳ(ଏସଏସବି)ର ୪୭ତମ ବାହିନୀକୁ ସୂଚନା ଦେଇଥିଲେ। ଦେଶ ମଧ୍ୟରେ କୋରୋନା ସଂକ୍ରମିତଙ୍କୁ ଭାରତରେ ପ୍ରବେଶ କରାଇ ଦିଆଯାଇଥିବା ନେଇ ଏସଏସବିକୁ ସୂଚନା ଦିଆଯାଇଛି।  

fallback

ତେବେ ଉକ୍ତ ଚିଠି ମୁତାବକ ଦେଶ ମଧ୍ୟରେ ପ୍ରବେଶ କରିଥିବା ସମସ୍ତ ଆକ୍ରାନ୍ତ ମୁସଲିମ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଏମାନଙ୍କୁ ଜାଲିମ ମୁଖିଆ ନାମକ ଜଣେ ବ୍ୟକ୍ତି ଭାରତ ମଧ୍ୟରେ ପ୍ରବେଶ କରାଇବାରେ ସାହାଯ୍ୟ କରିଥିବା ଜଣାପଡ଼ିଛି। ସେ ନେପାଳର ପାରସା ଜିଲ୍ଲାର ସେରଓ୍ୱା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବାସିନ୍ଦା ବୋଲି ସୂଚନା ରହିଛି। ଏକ ଷଡ଼ଯନ୍ତ୍ର ଅନୁଯାୟୀ ଜାଲିମ ମୁଖିଆ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନେପାଳ ସୀମା ରାସ୍ତା ଦେଇ ଭାରତରେ ପ୍ରବେଶ କରାଇଥିବା ଜଣାପଡ଼ିଛି।  

ସେପଟେ ବେତିୟା ଜିଲ୍ଲାଧିକାରୀଙ୍କ ଏହି ପତ୍ର ସାମ୍ନାକୁ ଆସିବା ପରେ ଗୃହ ସଚିବ ଆମିର ସୁବାନୀ କହିଛନ୍ତି କି, ଘଟଣାର ସବୁ ଦିଗ ଉପରେ ତଦନ୍ତ ଚାଲିଛି। ଏନେଇ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ସୂଚନା ଦିଆଯାଇଛି। ଆମିର ସୁବାନୀ ଆହୁରି ମଧ୍ୟ କହିଛନ୍ତି କି, ସେମାନଙ୍କୁ କୌଣସି ପରିସ୍ଥିତିରେ ଦେଶ ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମାମଲା ନେପାଳରେ ହିଁ ରହିଛି। ମାତ୍ର ଏହି ଘଟଣା ସାମ୍ନାକୁ ଆସିବା ପରେ ହିଁ ଆମେ ଯବାନ ମାନଙ୍କୁ ଆର୍ଲଟ କରିଦେଇଛୁ। ସେମାନେ ଦେଶ ମଧ୍ୟରେ ପ୍ରବେଶ କରି ନାହାନ୍ତି। ଦେଶ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି।  

ସେହିପରି ଏସଏସବି ଡିଜି କହିଛନ୍ତି କି, ଆମେ ସୀମାରେ କଡ଼ା ନଜର ରଖିଛୁ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରିଛୁ। ନେପାଳ ମଧ୍ୟ ଏହି କଡ଼ା ସୁରକ୍ଷାକୁ ଆପଣେଇଛି। ଆମେମାନେ ପୁରା ଘଟଣା ଉପରେ ନଜର ରଖିଛୁ ବୋଲି ସେ କହିଥିଲେ। ଏଠାରେ ଆମେ କହି ରଖୁଛୁ ଯେ, ବିଗତ କିଛି ଦିନ ମଧ୍ୟରେ ହଠାତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେହିପରି ୧୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣକର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

;