ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ
Advertisement

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅଗ୍ନିକାଣ୍ଡ । ୭ ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ଅଗ୍ନିକାଣ୍ଡ । ୯ ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲେ । ପିଏମଓ ପକ୍ଷରୁ ଟ୍ୱିଟ କରି ଏନେଇ ସୂଚନା ଦିଆଯାଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅଗ୍ନିକାଣ୍ଡ । ୭ ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ଅଗ୍ନିକାଣ୍ଡ । ୯ ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲେ । ପିଏମଓ ପକ୍ଷରୁ ଟ୍ୱିଟ କରି ଏନେଇ ସୂଚନା ଦିଆଯାଇଛି । 

ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସନ୍ଧ୍ୟା ସାଢ଼େ ୭ଟା ବେଳକୁ ଅଗ୍ନିଶମ କର୍ମଚାରୀମାନେ ଖବର ପାଇଥିଲେ । ତେବେ ତୁରନ୍ତ ୯ ଦମକଳ ଗାଡି ନିଆଁଲିଭା କାର୍ଯ୍ୟରେ ଲାଗିପଡିଥିଲା । ସନ୍ଧ୍ୟା ୮ଟା ବେଳକୁ ନିଆଁକୁ ଆୟତ୍ତ କରିନେଇଥିଲେ ଅଗ୍ନିଶମ କର୍ମଚାରୀ ।

ତେବେ ପିଏମଓ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଆବାସ କିମ୍ବା ଅଫିସରେ ଅଗ୍ନିକାଣ୍ଡ ଘଟିନାହିଁ । ଅଗ୍ନିକାଣ୍ଡ LKM କମ୍ପ୍ଲେକ୍ସ ସ୍ଥିତ SPG ରିସେପ୍ସନ ନିକଟରେ ହୋଇଥିଲା । 

ଆହୁରି ପଢ଼ନ୍ତୁ; ୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ