ସୁଚିତ୍ରା ସେଣ୍ଡ, ନୂଆଦିଲ୍ଲୀ: କୁପୋଷଣ ଓଡ଼ିଶାର ଏକ ପ୍ରମୁଖ ସମସ୍ୟା । କୁପୋଷଣର ଶିକାର କେବଳ ଛୋଟ ପିଲା ହୁଅନ୍ତି ତାହା ନାହଁ, ମହିଳାମାନେ ମଧ୍ୟ ଆମ ଦେଶର ବହୁ ପରିମାଣରେ କୁପୋଷଣର ଶିକାର ହୋଇଛନ୍ତି । ଶରୀରରକୁ ଆବଶ୍ୟକ ପରିମାଣର ନ୍ୟୁଟ୍ରିସନ ନ ମିଳିଲେ ଶରୀରରେ ବିଭିନ୍ନ ପ୍ରକାର ରୋଗ ବସା ବାନ୍ଧିଥାଏ । ଅନେକ ଶାରିରୀକ ଓ ମାନସିକ ସମସ୍ୟା ମୁଖ୍ୟ ସମସ୍ୟା ହୋଇ ଠିଆହୁଏ । ନିଜକୁ ସୁସ୍ଥ ରଖିବା ପାଇଁ ଆମର ଖାଦ୍ୟରେ ଆବଶ୍ୟକୀୟ ପୋଷକ ନେବା ଜରୁରୀ ଅଟେ । ପନିପରିବା, ଫଳ ଓ ଦୁଗ୍ଧଜାତ ଦ୍ରବ୍ୟ ଦୈନିକ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ । ଜାଣନ୍ତୁ ଜଣେ ବ୍ୟକ୍ତି କେଉଁ ପ୍ରକାର ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଗ୍ରହଣ କରିବେ ।
୧. ଭିଟାମିନ୍ A
ଭିଟାମିନ୍ A ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସହାୟକ ହୋଇଥାଏ । ଇମ୍ୟୁନ ସିଷ୍ଟମ ଷ୍ଟ୍ରଙ୍ଗ ହେବା ଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା କମ ରହେ । କ୍ୟାନ୍ସର ଭଳି ମାରାତ୍ମକ ରୋଗ କବଳରୁ ଲଢିବା ପାଇଁ ଶକ୍ତି ଯୋଗାଇଥାଏ ଭିଟାମିନ A । ଭିଟାମିନ୍ A ଗ୍ରହଣ କଲେ ଶରୀରରେ ଶ୍ୱେତ କଣିକା ବର୍ଦ୍ଧିତ ହୁଏ । ଯାହା ଶରୀରକୁ ସବୁବେଳେ ସଂକ୍ରମଣରୁ ଦୂରରେ ରଖିବାକୁ ସହାୟକ ହୋଇଥାଏ ।
ଉତ୍ସ
ଟମାଟୋ, ବିନ୍ସ, ଗାଜର, ଗ୍ରୀନମଟର, ବ୍ରାକଲିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ A ମହଜୁଦ ହୋଇଛି ।
ଉପକାର
ଯଦି ଆପଣ ଭିଟାମିନ୍ A ଜାତ ଖାଦ୍ୟ ଗ୍ରହଣ କରୁଛନ୍ତି । ତେବେ ଆପଣଙ୍କ କେଶ ଝଡ଼ିବା, ଜଣ୍ଡିସ ରୋଗ, ଭୋକ ନହେବା ଭଳି ସମସ୍ୟାରୁ ମୁକ୍ତି ପାଇବେ ।
୨. ଆଇରନ
ଆଇରନର ଆବଶ୍ୟକତା କୋଷକୁ ଅକ୍ସିଜେନ ପହଞ୍ଚାଇବା ଓ କାର୍ବନ ଡାଇ-ଅକ୍ସାଇଡକୁ ବାହାର କରିବାରେ ସହାୟକ ହୋଇଥାଏ । ଶରୀରରେ ଶକ୍ତି ବଢାଇବା ହେଉ ଅବା ସଂକ୍ରାମକ ରୋଗକୁ ଶରୀରରୁ ରକ୍ଷା କରିବା ପାଇଁ ଆଇରନ ବେଶ ସହାୟକ ହୋଇଥାଏ ।
ଉତ୍ସ
ସବୁଜ ରଙ୍ଗର ପନିପରିବା, ବିନ୍ସ, ମାଛ, ଡାଲି ଓ ଅଣ୍ଡା ଭଳି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ ।
ଉପକାର
ଭିଟାମିନ ସି ଯୁକ୍ତ ଫଳ ଓ ପନିପରିବା ଖାଇବା ଦ୍ୱାରା ଶରୀରକୁ ଅଧିକ ପିରମାଣର ଆଇରନ ମିଳିଥାଏ ।
୩. ଆୟୋଡିନ୍
ଶିଶୁଙ୍କ ମାନସିକ ବିକାଶ ପାଇଁ ଆୟୋଡିନର ବ୍ୟବାହର ଜରୁରୀ ଅଟେ । ଗର୍ଭାବସ୍ଥାରେ ଆୟୋଡିନର ମାତ୍ରା କମ କାରଣରୁ ମିସକ୍ୟାରେଜ, ଆଗୁଆ ପ୍ରସବ ଓ ଶିଶୁଙ୍କ ଶରୀରରେ ଅନେକ ପ୍ରକାର ଶାରିରୀକ ସମସ୍ୟା ଦେଖାଦେଇଥାଏ । ଆୟୋଡିନର ଅଭାବରେ ଥକାପଣ, ଥାଇରଏଡ, ହାଇ କୋଲୋଷ୍ଟ୍ରଲ, ଅବସାଦ, ମୋଟାପଣ, ମାନସିକ ବିକୃତି, ଭଳି ସମସ୍ୟା ଦେଖାଦେଇଥାଏ ।
ଉତ୍ସ
ଆୟୋଡିନ୍ ଯୁକ୍ତଲୁଣରେ ଅଧିକ ପରିମାଣରେ ଆୟୋଡିନ ଥାଏ । ଏହା ବ୍ୟତୀତ ଅଣ୍ଡାର କେଶର, ସମୁଦ୍ର ମାଛ, ମାଛ, କ୍ଷୀର ଓ ମିୟୋନିଜ୍ ଭଳି ଖାଦ୍ୟରେ ଆୟୋଡିର ମାତ୍ରା ଅଧିକ ଥାଏ ।
ଉପକାର
ଆୟୋଡିନ ଶରୀର ପାଇଁ ବହୁତ ଜରୁରୀ ଅଟେ । ହେଲେ ଅଧିକ ପରିମାଣର ଆୟୋଡିନ ସେବନ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆୟୋଡିନର ଅଧିକ ମାତ୍ରାରେ ସେବନ ଦ୍ୱାରା ମୁହଁ ଓ ଗଳାରେ ପୋଡ଼ାଜଳା ହୋଇଥାଏ । ପେଟଜନିତ ଯନ୍ତ୍ରଣା, ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ ।
୪.ପ୍ରୋଟିନ୍
ଶୀରରର ଗଠନ କରୁଥିବା ତତ୍ତ୍ୱ ମଧ୍ୟରୁ ପ୍ରୋଟିନ ଅନ୍ୟତମ । ମାଂସପେଶୀକୁ ଷ୍ଟ୍ରଙ୍ଗ କରିବା ପାଇଁ ପ୍ରୋଟିନର ଆବଶ୍ୟକତା ଅଧିକ ରହିଛି । ଯଦି ଆପଣଙ୍କ ମାଂସପେଶୀ ଅଧିକ ଷ୍ଟ୍ରଙ୍ଗ ତ ଆପଣ ଅଧିକ ସମୟ ସୁସ୍ଥ ରହିବେ ।
ଉତ୍ସ
ଶରୀର ପାଇଁ ଆବଶ୍ୟକ ପ୍ରୋଟିନ, ଅଣ୍ଡା, କ୍ଷୀର, ଦହି, ଡ୍ରାଇଫ୍ରୁଟ୍ସ, ଚିକେନ ଓ ପନୀରରେ ଅଧିକ ଥାଏ ।
ଉପକାର
ପ୍ରୋଟିନର କମ ସେବନ ଦ୍ୱାରା , ଚର୍ମରେ ଲାଲ ଦାଗ ଦେଖାଦେବା, ନଖ ଭାଙ୍ଗିବା ଓ କେଶ ରୁକ୍ଷ ହେବା ଭଳି ସମସ୍ୟା ଦେଖାଦେଇଥାଏ ।