Advertisement
Article Detail0/zeeodisha/odisha666495
Zee OdishaOther Newsଆସନ୍ତା ୩୦ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ଲକଡାଉନ ରହିବ

ଆସନ୍ତା ୩୦ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ଲକଡାଉନ ରହିବ

ମହାରାଷ୍ଟ୍ର ପରେ ତେଲଙ୍ଗାନା ବଢାଇଲା ଲକଡାଉନ ଅବଧି

ଆସନ୍ତା ୩୦ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ଲକଡାଉନ ରହିବ

ହାଇଦ୍ରାବାଦ: ଦେଶରେ କୋରୋନା ସ୍ଥିତି ସଂକଟଜନକ ସ୍ଥିତିରେ ରହିଛି। ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ୨୧ଦିନିଆ ଲକଡାଉନ ଘୋଷଣା କରିଥିଲେ। ତେବେ ତାହା ୧୪ ତାରିଖରେ ଶେଷ ହେବ। ସେପଟେ କିନ୍ତୁ ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟର ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ଘୋଷଣା କରିଛନ୍ତି।  

ଆଜି ସନ୍ଧ୍ୟାରେ ତେଲଙ୍ଗାନା ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ଘୁଞ୍ଚାଇ ଦେଇଛନ୍ତି। ଏନେଇ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ। ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଆଉ ଚାରିଟି ରାଜ୍ୟ ଲକଡାଉନ ଘୁଞ୍ଚାଇ ସାରିଛନ୍ତି। ଲକଡାଉନ ଘୁଞ୍ଚାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଉଭା ହୋଇଥିଲା। ଏହାକୁ ଅନୁକରଣ କରି ପଞ୍ଜାବ ମଧ୍ୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ଘୁଞ୍ଚାଇ ଥିବା ବେଳେ ଆଜି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ମଧ୍ୟ ଲକଡାଉନ ଅବଧିକୁ ଘୁଞ୍ଚାଇ ଦେଇଛନ୍ତି।  

ସୂଚନା ଯୋଗ୍ୟ ବର୍ତ୍ତମାନ  ସୁଦ୍ଧା ତେଲଙ୍ଗାନାରେ ମୋଟ ୪୮୭ଟି ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୧୭୬୧ଟି ମାମଲା ରହିଛି। ଏହା ସହିତ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ଭାବେ ମଧ୍ୟ ଉଭା ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ପଞ୍ଜାବରେ ୧୫୮ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଓଡ଼ିଶାରେ ୫୦ଟି ମାମଲା ରହିଛି। ତେବେ ଓଡ଼ିଶାରେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣକର ମୃତ୍ୟୁ ହୋଇଛି।  

Add Zee News as a Preferred Source

 

 

About the Author