ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ଖୁବଶୀଘ୍ର ହୋଇପାରନ୍ତି ଗିରଫ !
Advertisement

ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ଖୁବଶୀଘ୍ର ହୋଇପାରନ୍ତି ଗିରଫ !

ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଖୁବଶୀଘ୍ର  ଗିରଫ  ହୋଇ ପାରନ୍ତି।  ତାଙ୍କ  ବିରୋଧରେ ଠକେଇ ଓ ଚେକ୍ ବାଉନ୍ସ ଭଳି ମାମଲାର ରାୟ ଶୁଣାଇଛନ୍ତି ରାଞ୍ଚି ଅଦାଲତ। ତାଙ୍କ ନାରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। 

ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ଖୁବଶୀଘ୍ର ହୋଇପାରନ୍ତି ଗିରଫ !

ତପସ୍ୱିନୀ ମହାଳିକ, ମୁମ୍ବାଇ: ଅଭିନୟ ଛାଡ଼ି ଚିଟଫଣ୍ଡରେ ଛନ୍ଦି ହୋଇଛନ୍ତି ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ।  ଖୁବଶୀଘ୍ର ସେ ଗିରଫ ମଧ୍ୟ ହୋଇ ପାରନ୍ତି।  ତାଙ୍କ  ବିରୋଧରେ ଠକେଇ ଓ ଚେକ୍ ବାଉନ୍ସ ଭଳି ମାମଲାର ରାୟ ଶୁଣାଇଛନ୍ତି ରାଞ୍ଚି ଅଦାଲତ। ତାଙ୍କ ନାରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଆପଣ ଭାବୁଥିବେ ଆମେ କାହା ବିଷୟରେ କହୁଛୁ। ଆମେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅମିଷା ପଟେଲଙ୍କ କଥା କହୁଛୁ।

ଅମିଷା ପଟେଲଙ୍କ ନାମରେ ଠକେଇ ଅଭିଯୋଗ ହୋଇଛି। ସେ ୨.୫୦କୋଟି ଟଙ୍କା ଠକେଇ କରିଥିବା ନେଇ ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂହ  ଅଭିଯୋଗ କରିଥିଲେ।  ରାଞ୍ଚି ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ପରେ ମାମଲା କୋର୍ଟକୁ ଯାଇଥିଲ।  

କୋର୍ଟଙ୍କ ନିର୍ଦେଶ ଅନୁଯାଇ ଅମିଷା ପଟେଲଙ୍କୁ ଗରିଫ କରିବା ପାଇଁ ମୁମ୍ବାଇ ଯିବ ରାଞ୍ଚି ପୋଲିସ । ଅଜୟ କୁମାର ସିଂହ ଶନିବାରେ ଦେଇଥିବା ଏକ ବୟାନରେ କହିଛନ୍ତି, ଯେ ଅମିଷା ପଟେଲ ଓ ତାଙ୍କ ବିଜନେସ୍ ପାର୍ଟନର କୁନାଲ ଏକ ଫିଲ୍ମ ନିର୍ମାଣ ପାଇଁ ତାଙ୍କ ଠାରୁ ୨.୫୦କୋଟି ଟଙ୍କା ନେଇଥିଲେ। ୨୦୧୮ ରେ ଫିଲ୍ମ ରିଲିଜ ହେବା ପରେ ପଇସା ଫେରାଇବେ ବୋଲି କହିଥିଲେ, କିନ୍ତୁ ପିଲ୍ମଟି ୨୦୧୮ ରିଲିଜ ହେଲା ନାହିଁ। ଯେତେବେଳେ ସେ ଅମିଷାଙ୍କୁ ଟଙ୍କା ମାଗିଲି ସେତେବେଳେ ସେ ୩ କୋଟିର ଗୋଟିଏ ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଯାଇଛି ବୋଲି କହିଛନ୍ତି ଅଜୟ ସିଂହ ।

ଖାଲି ଏତିକି ନୁହେଁ ଅଜୟ ଆହୁରି କହିଛନ୍ତି, '' ଯେ ଅମିଷା ଓ ତାଙ୍କ ସାଙ୍ଗ କୁନାଲ ତାଙ୍କ ଫୋନ୍ କଲ୍ ରିସିଭ କରୁନଥିଲେ। ପରେ ଅଜୟ ଆଇନର ଆଶ୍ରୟ ନେଇ ନୋଟିସ ପଠାଇଥିଲେ ମଧ୍ୟ ଅମିଷା କୌଣସି ରିପ୍ଲାଏ ବା ପ୍ରତିଉତ୍ତର ଦେଇନଥିଲେ। ତେଣୁ ବାଧ୍ୟ ହୋଇ ରାଞ୍ଚି ଅଦାଲତର ଦ୍ୱାରସ୍ଥ ହେବା ସହ ଅମିଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଅଜୟ। 

fallback

ଚଳଚ୍ଚିତ୍ର ନିର୍ମାତାଙ୍କ କହିବା ଅନୁଯାଇ ୨୦୧୭ ମସିହା ଅମିଷା ପଟେଲଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା, ସେହି ସମୟରେ ଏକ ଫିଲ୍ମ ନିର୍ମାଣକୁ ନେଇ ବୁଝାମଣା ମଧ୍ୟ ହୋଇଥିଲା। ଆଉ ଫିଲ୍ମର ଏକ-ତୃତୀୟାଂଶ  ସୁଟିଂ ମଧ୍ୟ ହୋଇସାରିଥିଲା, କିନ୍ତୁ ପରବର୍ତ୍ତି ସମୟରେ ସାମାନ୍ୟ ଆର୍ଥିକ ସମସ୍ୟା ଉପୁଜିବାରୁ ପ୍ରଜେକ୍ଟ ଟି ଅଧାରୁ ବନ୍ଦ ହୋଇଯାଇଥିଲା। ସେତେବେଳକୁ ଅଜୟ କୁମାର ସିଂହ ୨.୫ କୋଟି ନିବେଶ କରିସାରିଥିଲେ। 

ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ନାମରେ ଅନ୍ୟ ଏକ ଠକେଇ ମାମଲାକୁ ମଧ୍ୟ ରହିଛି। ସେ  ଏକ ଇଭେଣ୍ଟ୍ ପାଇଁ ଟଙ୍କା ନେଇଥିବା ବେଳେ ସେହି  କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ ।