୯ ଘଣ୍ଟା ଶୋଇବା ପାଇଁ କମ୍ପାନୀ ଦେଉଛି ୧ ଲକ୍ଷ ଟଙ୍କା

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ କମ୍ପାନୀ ଶୋଇବା ପାଇଁ ଆପଣଙ୍କୁ ୧ ଲକ୍ଷ ଟଙ୍କା ଦେବ । କେତେ ଭଲ ହେବ ନା ଆପଣ ୯ ଘଣ୍ଟା ଶୋଇବାକୁ ପାଇବା ସହ ୧ ଲକ୍ଷ ଟଙ୍କାର ମଧ୍ୟ ପାଇଁ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଚୟନ ହେବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଅଫର ବିଷୟରେ....

୯ ଘଣ୍ଟା ଶୋଇବା ପାଇଁ କମ୍ପାନୀ ଦେଉଛି ୧ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ କମ୍ପାନୀ ଶୋଇବା ପାଇଁ ଆପଣଙ୍କୁ ୧ ଲକ୍ଷ ଟଙ୍କା ଦେବ । କେତେ ଭଲ ହେବ ନା ଆପଣ ୯ ଘଣ୍ଟା ଶୋଇବାକୁ ପାଇବା ସହ ୧ ଲକ୍ଷ ଟଙ୍କାର ମଧ୍ୟ ପାଇଁ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଚୟନ ହେବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଅଫର ବିଷୟରେ....

କେଉଁ କମ୍ପାନୀ ଦେଉଛି ଏହି ଅଫର? 
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅନଲାଇନ ଫର୍ମ ବେକଫିଟ ଏହି ଅଫର ଦେଉଛନ୍ତି । ଅନଲାଇନ ସ୍ଲିପ ସଲ୍ୟୁଶନ ଫର୍ମ ନିଜର ଏହି ପ୍ରୋଗ୍ରାମର ବିକଫିଟ ସ୍ଲିପ ଇଣ୍ଟର୍ନଶିପର ନାଁ ଦେଇଛି । 

କଣ ସର୍ତ୍ତ ଲାଗୁ ରହିଛି?
ଏହି ଇଣ୍ଟର୍ନଶିପରେ କେବଳ କିଛି ଲୋକଙ୍କ ହିଁ ଚୟନ କରାଯିବ । ଏଠାରେ ଆପଣଙ୍କୁ କମ୍ପାନୀ ତରଫରୁ ଦିଆଯାଇଥିବା ବେଡରେ ଶୋଇବାକୁ ପଡିବ । ପ୍ରତିଦିନ ଆପଣଙ୍କୁ କହିବାକୁ ପଡ଼ିବ ଆପଣଙ୍କ ନିଦ କିପରି ଥିଲା, ଭଲ ନା ଖରାପ ।

ଶୋଇବା ପାଇଁ ଏତେ ଟଙ୍କା କଣ ଦିଆଯାଉଛି?
କମ୍ପାନୀ ଶୋଇବା ପାଇଁ କିଛି ଲୋକଙ୍କୁ କାଉନସିଲ କରିବ । ପରେ ସେମାନଙ୍କ ଶୋଇବାର ଶୈଳୀଙ୍କୁ ଟ୍ରାକ କରାଯିବ । ଏହାସହ ବିଶେଷଜ୍ଞଙ୍କ ଉପଦେଶ ମଧ୍ୟ ମିଳିବ । ଯେଉଁ ଲୋକେ ଶୋଇବାକୁ ଆସିବେ, ସେମାନଙ୍କ ନିଦକୁ ରେକର୍ଡ କରାଯିବ । ସେମାନଙ୍କ ଶୋଇବାର ଶୈଳୀକୁ ନୋଟିସ କରାଯିବ । ବିଜେତାଙ୍କୁ ସ୍ଲିପ ଟ୍ରେକର ମଧ୍ୟ ଦିଆଯିବ ।

ଜାଣନ୍ତୁ କେତେ ଦିନ ଯାଏ ଶୋଇବାକୁ ପଡିବ?
କମ୍ପାନୀର ନିୟମ ଅନୁସାରେ, ଏହି ସ୍କିମରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ ୧୦୦ ଦିନ ଯାଏ ୯ ଘଣ୍ଟା ଶୋଇବାକୁ ପଡ଼ିବ । ଏଠାରେ ସେହିମାନଙ୍କୁ ସ୍ଥାନ ମିଳିବ, ଯେଉମାନେ ନିଜ ନିଦକୁ ଅନ୍ୟ ସମସ୍ତ କାର୍ଯ୍ୟ ଠାରୁ ଅଧିକ ଗୁରୁତ୍ୱ ଦେଇଥାଏ । 

ନା କାମ, ନା ଘର ଛାଡ଼ିବାକୁ ପଡିବ
ଅଧିକ କାମ ଓ ଚିନ୍ତା ଯୋଗୁଁ ଲୋକଙ୍କ ନିଦ ଖରାପ ହୋଇଥାଏ । ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏଥିପାଇଁ କମ୍ପାନୀ ଏହି ଇଣ୍ଟର୍ନଶିପ ନେଇ ଆସିଛି । ଏଥିପାଇଁ ଆପଣଙ୍କୁ ନିଜ କାମ ସହ ଘର ମଧ୍ୟ ଛାଡ଼ିବାକୁ ପଡ଼ିବ ନାହିଁ ।