ଏହି ପରିବାରେ ଅଛି ଭରପୁର ଭିଟାମିନ, ନିୟମିତ ଖାଆନ୍ତୁ ଓଜନ ନିୟନ୍ତ୍ରଣରେ ରହିବ
Advertisement

ଏହି ପରିବାରେ ଅଛି ଭରପୁର ଭିଟାମିନ, ନିୟମିତ ଖାଆନ୍ତୁ ଓଜନ ନିୟନ୍ତ୍ରଣରେ ରହିବ

ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଶରୀରର ପୋଷଣ ଆବଶ୍ୟକତା ପୁରଣ କରିବାରେ ସାହାର୍ଯ୍ୟ କରେ । 

ଏହି ପରିବାରେ ଅଛି ଭରପୁର ଭିଟାମିନ, ନିୟମିତ ଖାଆନ୍ତୁ ଓଜନ ନିୟନ୍ତ୍ରଣରେ ରହିବ

ଭୁବନେଶ୍ୱର: ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଶରୀରକୁ ମୁଖ୍ୟ ପୋଷକ ତତ୍ତ୍ୱ ଯୋଗାଇଥାଏ । ତେବେ ଶୀତ ଦିନେ ମଟର ଛୁଇଁ ପରିବା ଅଧିକ ଦେଖିବାକୁ ମିଳିଥାଏ । ଆଜିକାଲି ସବୁ ସମୟରେ ଏହା ବଜାରରରେ ଉପଲବ୍ଧ ହେଉଥିଲେ ମଧ୍ୟ ଶୀତ ଦିନେ ଏହି ପରିବାର ଅଧିକ ଚାହିଦା ରହିଥାଏ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟି ଏନ୍ଫ୍ଲଏମେଟ୍ରିର ଗୁଣ ପ୍ରଚୁର ମାତ୍ରାରେ ରହିଛି। ଏହା ଭିଟାମିନ 'ସି', 'ଇ' ଓ ଜିଙ୍କର ମାତ୍ର ପ୍ରଚୁର ରହିଛି । ଏହା ଶରୀରର ପୋଷଣ ଆବଶ୍ୟକତା ପୁରଣ କରିବାରେ ସାହାର୍ଯ୍ୟ କରେ । ତେବେ ଆସନ୍ତୁ ଜାଣିବା ମଟର ଛୁଇଁ  ଖାଇବା ଦ୍ୱାରା  ଶରୀରକୁ କେଉଁ ସବୁ ଲାଭ ମିଳିଥାଏ । 

fallbackଇମ୍ୟୁନିଟି ବଢାଏ 
ମଟର ଛୁଇଁରେ ଭରପୂର ମାତ୍ରାରେ କେରୋଟିନ  ରହିଛି । ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରରେ  ଇମ୍ୟୁନିଟି ବଢ଼ିବାରେ ସହାୟକ ହୋଇଥାଏ । 

କ୍ୟାନ୍ସରରୁ ରକ୍ଷା କରେ 
ମଟର ଛୁଇଁରେ Phytonutrients ରହିଛି  । ଏହି ତତ୍ତ୍ୱ ଶରୀରରୁ  କ୍ୟାନସର ପରି ଭୟଙ୍କର ରୋଗରୁ ଦୂରେଇ ରଖିଥାଏ । ଏଥିଲାଗି ଖାଦ୍ୟରେ  ସବୁଜ ମଟର ସାମିଲ କରନ୍ତୁ  ।
 
କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ 
ମଟର ଛୁଇଁରେ ଥିବା  ଫାଇବର  କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

fallbackହାଡ଼ ଶକ୍ତ କରିଥାଏ  
ମଟର ଛୁଇଁରେ ଭିଟାମିନ୍ ଭରପୁର ମାତ୍ରାରେ ରହିଛି।  ଏହା  ଶରୀରର ହାଡ଼କୁ ମଜବୁତ୍ କରିବାରେ ସହାୟକ ହୋଇଥାଏ । 

ଓଜନ ନିୟନ୍ତ୍ରଣ କରେ

ମଟର ଛୁଇଁରେ  କ୍ୟାଲୋରୀ ଏବଂ କମ୍ ଫ୍ୟାଟ୍ ରହିଛି  । ଯାହା ଶରୀରର ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଏହାକୁ  ନିୟମିତ ଖାଦ୍ୟରେ ସାମିଲ କଲେ ସାରାଦିନ ଶକ୍ତି ଯୋଗାଇଥାଏ।