close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏଥର ସବୁଜ ଦୀପାବଳି

ଏଥର ଦିଲ୍ଲୀରେ ସବୁଜ ଦୀପାବଳି । ଗ୍ରୀଣ ବାଣର ବ୍ୟବହାର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାଧାରଣ ବାଣ ଓ ଫୋଟକା ଫୁଟାଇବା ଉପରେ କଟକଣା ।

ଏଥର ସବୁଜ ଦୀପାବଳି

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଦଶହରାର ଉତ୍ସବ । ଆଜି ସବୁଆଡ଼େ ରାବଣପୋଡ଼ିର ଆୟୋଜନ କରାଯାଇଛି । କିନ୍ତୁ ରାବଣପୋଡ଼ି ରାଜଧାନୀ ଦିଲ୍ଲୀକୁ ପ୍ରଦୂଷିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ଏଥିପାଇଁ ପ୍ରଦୂଷଣମୁକ୍ତ ରାବଣପୋଡ଼ି ପାଇଁ ଆରମ୍ଭ ହୋଇଛି ଯୋଜନା ।
ପ୍ରଦୂଷଣରୁ ଦିଲ୍ଲୀ ସହରକୁ ବଞ୍ଚାଇବା ପାଇଁ ଗ୍ରୀନ୍ କ୍ରାକର ବା ସବୁଜ ବାଣ ମାଧ୍ୟମରେ ରାବଣ ଦହନ ପାଇଁ ଯୋଜନା କରାଯାଇଛି ।  ଗତବର୍ଷ ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ । ଏବେ ଦିଲ୍ଲୀରେ କେବଳ ଗ୍ରୀନ କ୍ରାକର ବ୍ୟବହାର ପାଇଁ ଅନୁମତି ରହିଛି । କିନ୍ତୁ ବର୍ତ୍ତମାନ ସୁ୍ଦ୍ଧା ଦିଲ୍ଲୀରେ ସବୁଜ ବାଣର ଦର୍ଶନ ମଧ୍ୟ ହୋଇନାହିଁ । ଏବେ କାରିଗରମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କାରଣ କାରିଗରଙ୍କୁ ରାବଣ ମୂର୍ତ୍ତି ପାଇଁ ତ ଅର୍ଡର ଦିଆଯାଇଛି କିନ୍ତୁ ଏ ଯାଏ ଗ୍ରୀନ ବାଣ ପାଇଁ ଅର୍ଡର ମଧ୍ୟ ଦିଆ ଯାଇନାହିଁ ।

ଦିଲ୍ଲୀରେ ଛୋଟବଡ଼ ମିଶାଇ ପ୍ରାୟ ୩ ଶହରୁ ଅଧିକ ରାମଲୀଳା ଅନୁଷ୍ଠାନ ପକ୍ଷରୁ ଉତ୍ସବ ଆୟୋଜନ ହୋଇଛି । ଦଶହରାରେ ରାବଣପୋଡ଼ି ସହ ବିଭିନ୍ନ ଆତସବାଜୀର ମଧ୍ୟ ବ୍ୟବସ୍ଥା ହୋଇଛି । କିନ୍ତୁ ବାଣ ବ୍ୟବହାର ଉପରେ ରୋକ ଲାଗିଥିବାରୁ ଏହାକୁ ନେଇ ଆୟୋଜକ କମିଟି ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟ ଚଳିତ ବର୍ଷ ପାଇଁ ଯେଉଁ ଗ୍ରୀନ ବାଣ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ସେଥିରେ  ବୋରିଅମ୍ ନାଇଟ୍ରେଟର ବ୍ୟବହାର କରାଯିବ ନାହିଁ । ଏଲୁମିନିୟମ୍ ଖିବ କମ୍ ପରିମାଣରେ ବ୍ୟବହାର ହେବା ସହ ବାରୁଦ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି ।  ଗ୍ରୀନ ବାଣରେ ହାନିକାରକ କେମିକାଲର ବ୍ୟବହାର ୬୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗ୍ରୀନ ବାଣର ବ୍ୟବହାରରେ ସଲଫର୍ ପରି ଗ୍ୟାସ୍ ଖୁବ୍ କମ୍ ପରିମାଣରେ ନିର୍ଗତ ହୋଇଥାଏ ।

ଏବେ ଆଶା କରାଯାଉଛି ଖୁବଶୀଘ୍ର ରାଜଧାନୀ ଦିଲ୍ଲୀରେ ସବୁଜ ବାଣର ବିକ୍ରି ଆରମ୍ଭ ହେବ । ଏହା ସହ ରାବଣ ଦହନ ସମୟରେ ବାୟୁ ମଣ୍ଡଳରେ ପ୍ରଦୂଷଣରସ୍ତର ମଧ୍ୟ ନବଢ଼ିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।  ଚଳିତବର୍ଷ ରାବଣପୋଡ଼ି ସମୟରେ ବାୟୁ ପ୍ରଦୂଷଣ କରୁଥିବା ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଚେତାବନୀ ରହିଥିବାରୁ ଏଥରର ରାବଣପୋଡ଼ିକୁ ଦର୍ଶକ ନୂଆ ରୂପରେ ଦେଖିବା ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ବଡ଼ କଥା ହେଉଛି, ଆୟୋଜକମାନେ କେତେ ଏହି ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି । ଆଜି ସ୍ଥିତି ଏମିତି ଉପୁଜିଲାଣି, ଯଦି ଆମେ ସଚେତନ ନହେବା ତେବେ ବୋଧ ହୁଏ ସେ ଦିନ ଆଉ ଦୂର ନୁହେଁ, ଯେବେ ଆମକୁ ଆମର କଲାକର୍ମ ପାଇଁ ପଶ୍ଚାତାପ କରିବାକୁ ପଡ଼ବ । ଖାସ୍ କରି ରାଜଧାନୀ ଦିଲ୍ଲୀର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ଦଶହରା ଓ ଦୀପାବଳି ପରେ ଏଠାରେ ବାୟୁ ପ୍ରଦୂଷଣର ସ୍ତର ବିଶେଷ ଭାବରେ ବୃଦ୍ଧି ପାଇଥାଏ । ଏମିତିକି ଡିସେମ୍ବର ସୁଦ୍ଧା ବାୟୁ ପ୍ରଦୂଷଣର ସ୍ତର ଏତେ ବଢ଼ିଯାଏ କି, କୁହୁଡ଼ିର ଭ୍ରମ ସୃଷ୍ଟି କରେ । ଏଣୁ ଚଳିତବର୍ଷ ଦିଲ୍ଲୀ ସରକାର ଓ ସୁପ୍ରିମକୋର୍ଟ ବେଳ ଥାଉ ଥାଉ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଖିବାର କଥା ଏଥର ଦିଲ୍ଲୀର ବାୟୁମଣ୍ଡଳକୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ରଖାଯାଇପାରୁଛି ନା ନାହିଁ ? ଯଦି ନିୟମକୁ ସମସ୍ତେ ପାଳନ କରିବେ ତେବେ ନିଶ୍ଚିତ ଭାବେ ଆମେ ଏହି ବାୟୁ ପ୍ରଦୂଷଣକୁ ।