ଭୟଙ୍କର ହୋଇପଡ଼ିଥିବା ବାୟୁ ପ୍ରଦୂଷଣରୁ ବଞ୍ଚିବା ପାଇଁ ଆଜି ହିଁ ଘରେ ଲଗାନ୍ତୁ ଏହି ଗଛ

ମନୁଷ୍ୟକୁ ସୁସ୍ଥ ରହିବାକୁ ହେଲେ ସୁସ୍ଥ ବାତାବରଣ ସହ ସ୍ୱଚ୍ଛ ବାୟୁ ମଧ୍ୟ ଆବଶ୍ୟକ ଅଟେ । ହେଲେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ କାରଣରୁ ଏପରି ଅନେକ ଚାରାର ଚାହିଦା ବଢ଼ିବାରେ ଲଗିଛି । ଯାହାକୁ ଘରେ ରଖିବା ଦ୍ୱରା ଆମ ଆଖପାଖର ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିପାରିବ ।

ଭୟଙ୍କର ହୋଇପଡ଼ିଥିବା ବାୟୁ ପ୍ରଦୂଷଣରୁ ବଞ୍ଚିବା ପାଇଁ ଆଜି ହିଁ ଘରେ ଲଗାନ୍ତୁ ଏହି ଗଛ
ଭୟଙ୍କର ହୋଇପଡ଼ିଥିବା ବାୟୁ ପ୍ରଦୂଷଣରୁ ବଞ୍ଚିବା ପାଇଁ ଆଜି ହିଁ ଘରେ ଲଗାନ୍ତୁ ଏହି ଗଛ

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: ମନୁଷ୍ୟକୁ ସୁସ୍ଥ ରହିବାକୁ ହେଲେ ସୁସ୍ଥ ବାତାବରଣ ସହ ସ୍ୱଚ୍ଛ ବାୟୁ ମଧ୍ୟ ଆବଶ୍ୟକ ଅଟେ । ହେଲେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ କାରଣରୁ ଏପରି ଅନେକ ଚାରାର ଚାହିଦା ବଢ଼ିବାରେ ଲଗିଛି । ଯାହାକୁ ଘରେ ରଖିବା ଦ୍ୱରା ଆମ ଆଖପାଖର ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିପାରିବ ।

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଦେଶର ଅନେକ ରାଜ୍ୟରେ ମଧ୍ୟ ବାୟୁ ପ୍ରଦୂଷଣ  ଦେଖିବାକୁ ମିଳୁଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା ବିଷାକ୍ତ ହୋଇପଡ଼ିଛି । ସଫର ଇଣ୍ଡିଆ ରିପୋର୍ଟ ଅୁନୁଯାୟୀ ବାୟୁର ଗୁଣବତ୍ତା ସୂଚକାଙ୍କ ୪୧୨ରେ ପହଞ୍ଚିଥିବା ବେଳେ ଦେଶର ରାଜଧାନୀରେ ବାୟୁର ଗୁଣବତ୍ତା ସବୁଠୁ ଅଧିକ ପ୍ରଦୂଷିତ ହୋଇ ଅତ୍ୟଧିକ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏପରି କ୍ଷେତ୍ରରେ ନିଜେ ସୁସ୍ଥ ରହିବା ସହ ନିଜ ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ଆବଶ୍ୟକ ହୋଇପଡ଼ିଛି ।

ବାୟୁ ପ୍ରଦୂଷଣ ଦ୍ୱାରା ଗର୍ଭରେ ବଢୁଥିବା ପିଲା ଉପରେ ଗମ୍ଭୀର ପ୍ରଭାବ ପଡ଼ିଥାଏ । ବଢୁଥିବା ପ୍ରଦୂଷଣ କାରଣରୁ ଏପରି ଗଛର ଚାହିଦା ବଢୁଛି, ଯାହାକୁ ଘରେ ରଖିବା ଦ୍ୱାରା ଆଖପାଖ ପରିବେଶର ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା ଏପରିସ୍ଥଳେ କେଉଁ ଗଛ ଯାହା ପ୍ରଦୂଷଣକୁ ଦୂର କରିବାକୁ ସବୁଠାରୁ ଭଲ ।

ଏଲୋବେରା: 
ଏଲୋବେରା ଗଛ ପ୍ରତ୍ୟେକ ସ୍ଥାନରେ ସହଜରେ ଲଗାଯାଇପାରେ । ଏଲୋବେରାକୁ ଆମେ ଅନେକ କ୍ଷେତ୍ରରେ ବ୍ୟବହାର କରିଥାଏ । ଏଲୋବେରା ବାୟୁରୁ ଫର୍ମାଲଡିହାଉଡ୍ ଏବଂ ବେଞ୍ଜିନ୍ ଦୂର କରିବାରେ ସାହାଯ୍ୟ କରିଥାଏ ।  ଏହାକୁ ଘରେ ଲଗାଇଲେ ଅନେକାଶଂରେ ବାୟୁକୁ ସ୍ୱଚ୍ଛ କରିବାରେ ସହାୟକ ହୋଇଥାଏ ।

ମନି ପ୍ଲାଣ୍ଟ:
ଅନେକଙ୍କ ଘରେ ଲୋକେ ମନି ପ୍ଲାଣ୍ଟ ଗଛ ଲଗାଇଥାନ୍ତି । ମନି ପ୍ଲାଣ୍ଟ ବାୟୁ କୁ ସ୍ୱଚ୍ଛ  କରିବାକୁ ଅନେକ ମାତ୍ରାରେ  ସାହାଯ୍ୟ କରିଥାଏ । ଏହା ଅତି ସହଜରେ ବଢ଼ିଥାଏ ।  ଏହିଗଛ କାର୍ବନ ମନୋଅକ୍ସାଡ୍ ଏବଂ କାର୍ବନ ଡାଇଅକ୍ସାଇଡ୍  ପରି  ବିଶାକ୍ତ ବାୟୁକୁ ଘରୁ ଦୂର କରିବାରେ ସାହାଯ୍ୟ କରେ । ଏହାସହ ଘରେ ଅମ୍ଳଜାନ ମାତ୍ରା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ ।  

ଏରେକା ପାମ୍:
ଏରକା ପାମ୍ ଗଛକୁ ମଧ୍ୟ ଲିଭିଂ ରୁମ୍ ପ୍ଲାଣ୍ଟ କୁହାଯାଏ । ଏହି ଗଛ  ଫର୍ମାଲଡିହାଉଡ୍, କାର୍ବନ ମନୋଅକ୍ସାଡ୍ ଏବଂ କାର୍ବନ ଡାଇଅକ୍ସାଇଡ୍ ପରି ବିଶାକ୍ତ ଗ୍ୟାସ୍ କୁ ଦୂର କରିଥାଏ ଏବଂ ସ୍ୱଚ୍ଛ ଅମ୍ଳଜାନ ଦେଇଥାଏ । ଯଦି ଆପଣ ସମସ୍ତ  ଘରମାନଙ୍କରେ ଅମ୍ଲଜାନର ଅଭାବ ସମସ୍ୟାକୁ ଦୂରେଇବାକୁ ଚାହାନ୍ତି, ତେବେ ଘରର ଲିଭିଂ ରୁମରେ ଅତିକମରେ ୪ଟି ଏରକା ପାମ୍  ନିଶ୍ଚୟ ଲଗାନ୍ତୁ ଏବଂ ଏହାସହ ଏହାର ପତ୍ରକୁ ପ୍ରତ୍ୟେକ ଦିନ ସଫା କରନ୍ତୁ । ଏହି ଗଛକୁ ପ୍ରତି ୩ରୁ ୪ ମାସରେ ଥରେ ଖରାରେ ରଖିବାକୁ ପଡ଼ିଥାଏ ।  

ପିସ୍ ଲିଲି ପଲାଣ୍ଟ:
ପିସ୍ ଲିଲି ପଲାଣ୍ଟ ବାୟୁରେ ଉପସ୍ଥିତ ବିପଦଜନକ କଣିକା ଏବଂ ରୋଗ ସୃଷ୍ଟିକରୁଥିବା କଣିକାକୁ ଦୂର କରିବା ସହ ବାୟୁକୁ ସ୍ୱଚ୍ଛ  କରିବାରେ ସାହାଯ୍ୟ କରେ । ଏହି ଗଛ ରାତିରେ ଅମ୍ଲଜାନ ସୃଷ୍ଟିକରିଥାଏ ।  

ସିଂଗୋନିୟମ ପ୍ଲାଣ୍ଟ:
ସିଂଗୋନିୟମ ପ୍ଲାଣ୍ଟ ଦେଖିବାକୁ ଯେପରି ସୁନ୍ଦର ଦେଖାଯାଏ, ସେହିପରି ଘରେ ସ୍ୱଚ୍ଛ ଅମ୍ଳଜାନ ମଧ୍ୟ ଦେଇଥାଏ । ଏହି ଗଛ ବାୟୁ ପ୍ରଦୂଷଣ ମାତ୍ରାକୁ କମ୍ କରିବାରେ ସାହାଯ୍ୟ କରେ ।

ଗରବେରା ଡେଜି:
ଗରବେରା ଡେଜି ଗଛର ଫୁଲ ଦେଖିବାକୁ ଯେପରି ସୁନ୍ଦର ସେହିପରି ଏହା ସ୍ୱଚ୍ଛ ବାୟୁ ମଧ୍ୟ ପ୍ରଦାନ କରିଥାଏ । ଏହାକୁ ଘରେ ରଖିବା ଦ୍ୱାରା ପ୍ରଦୂଷଣ ବାୟୁକୁ ଦୂର କରି ସ୍ୱଚ୍ଛ ପରିବେଶ ସୃଷ୍ଟିକରିଥାଏ ।