ବ୍ରେକ୍ଅପ୍ ପରେ ଲୋକେ ବୁଝି ପାରିଥାନ୍ତି ଏହି ସବୁ ଜିନିଷ

ବ୍ରେକ୍ଅପ୍ ର ଅନୁଭବ କେବେ କାହାକୁ ଭଲ ଲାଗି ନଥାଏ

ବ୍ରେକ୍ଅପ୍ ପରେ ଲୋକେ ବୁଝି ପାରିଥାନ୍ତି ଏହି ସବୁ ଜିନିଷ
ସୌଜନ୍ୟ: ସୋସିଆଲ ମିଡିଆ

ଜସ୍ମିନ ରେଖା, ଭୁବନେଶ୍ୱର: ବହୁ ଯୁବପିଢ଼ିଙ୍କ ମଧ୍ୟରେ ବ୍ରେକଅପ୍ ଓ ପ୍ୟାଚ୍ଅପ୍ ହୋଇଥାଏ । କିନ୍ତୁ ବ୍ରେକ୍ଅପ୍ ର ଅନୁଭବ କେବେ କାହାକୁ ଭଲ ଲାଗି ନଥାଏ । କିଛି ଲୋକ ବ୍ରେକ୍ଅପ୍ ପରେ ଏତେ ଭାଙ୍ଗିପଡିଥାନ୍ତି ଯେ, ସେମାନେ ଏହି ଦୁଃଖରୁ ବାହାରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଭଲପାଇବା, ସମ୍ପର୍କ ଓ ରିଲେସନସିପରେ ବ୍ରକ୍ଅପ୍ ବହୁ କଥା ସିଖାଇ ମଧ୍ୟ ଦେଇଥାଏ । ଆସନ୍ତୁ ଜାଣିବା ସେସବୁ କଣ ଯାହା ବ୍ରେକ୍ଅପ୍ ପରେ ହିଁ ଲୋକେ ବୁଝି ପାରିଥାନ୍ତି ।

ଭଲ ପାଇବାରେ ବୁଡ଼ି ରହିଥିବା ଲୋକଙ୍କ ପାଇଁ ତାଙ୍କ ପାର୍ଟନର ସମସ୍ତ କଥା ପରଫେକ୍ଟ ଲାଗିଥାଏ । ଡେଟିଂ ସମୟରେ ଗାର୍ଲଫ୍ରେଣ୍ଡ କିମ୍ବା ବୟେ ଫ୍ରେଣ୍ଡଙ୍କ ସବୁ ଭଲ କଥା ହିଁ ଦେଖାଦେଇଥାଏ । ଲୋକେ ସବୁବେଳେ ପାର୍ଟନରର ଖରାପ ଅଭ୍ୟାସ ମଧ୍ୟ ଅଣଦେଖା କରିଦେଇଥାନ୍ତି । ଯାହା ବ୍ରେକଅପ ପରେ ହିଁ ଲୋକେ ଅନୁଭବ କରିଥାନ୍ତି । ବ୍ରକଅପ୍ ପରେ ହିଁ ଲୋକେ ଜାଣପାରିନ୍ତି ଯେ, ପ୍ରକୃତରେ କେହିବି ମିଷ୍ଟର ପରଫେକ୍ଟ କିମ୍ବା ମିସ୍ ପରଫେକ୍ଟଟ ନଥାନ୍ତି । ଯାହା ଠିକ୍ ନଥାଏ ତାହା ଜାଣିବୁଜି ଅଣଦେଖା କରିବା କଥା ନୁହେଁ ।

ସମ୍ପର୍କରେ ଫାଟ ଆସୁଥିଲେ ମଧ୍ୟ ତାକୁ ଜବରଦସ୍ତି ଟାଣିଥାନ୍ତି । କିଛି ଲୋକ ରିଲେସନସିପ୍ ମଧ୍ୟରେ ଜାଣି ସାରିଥାନ୍ତି ଯେ ତାଙ୍କ ପାର୍ଟନର ଠିକ୍ କି ନାହିଁ । ଏହା ଜାଣିବା ପରେ ମଧ୍ୟ ବ୍ରେକଅପ କରିବା ପାଇଁ ସାହାସ କରିପାରି ନଥାନ୍ତି ଯାହା ଫଳରେ ଏହାର ଚାପ ମାନସିକ ସ୍ତରରେ ପଡିଥାଏ । ଏବଂ ଅଧିକ ପ୍ରୋବଲେମ୍ ବଢିବା ପରେ ଶେଷରେ ସମ୍ପର୍କରେ ପୁର୍ନଛେଦ ପଡିଯାଏ । ବ୍ରେକ୍ଅପ ପରେ ଲୋକଙ୍କୁ ଏହା ଜଣାପଡିଥାଏ ଯେ, ଖରାପ ରିଲେସନସିପ୍ ସବୁବେଳେ ବ୍ରେକଅପ କରିଦେବା ଦରକାର ।

ରିଲେସନସିପକୁ ମେଣ୍ଟନ୍ କରିବାକୁ ହେଲେ ଉଭୟଙ୍କ ଦାୟିତ୍ୱ ରହିଛି । ସବୁବେଳେ ପାର୍ଟନ ମଧ୍ୟରେ ନିଜର କ୍ୱାଲିଟି ଦେଖି ଖୁସି ହୋଇଯାଇଥାନ୍ତି । ଖାଇବା, ପିଇବା, ମ୍ୟୁଜିକ୍, ବହି ପଢ଼ିବା ସହ ଆହୁରି ଅନେକ କିଛି ରହିଛି ଯାହା ସମାନ ପସନ୍ଦ ରହିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥାଏ । ବ୍ରେକଅପରେ ପରେ ଅନୁଭବ ହୋଇଥାଏ ଯେ, କୌଣସି ପ୍ରକାର ରିଲେସନସିପକୁ ଆଗକୁ ନେବା ପାଇଁ ହେଲେ ସମାନ ପସନ୍ଦ ରହିବା ଜରୁରୀ ନାହିଁ, ବରଂ ଉଭୟେ ପରସ୍ପରକୁ ବୁଝିବା ଦରକାର ।

ଯେତେବେଳେ ରିଲେସନସିପରେ ରହିଥାନ୍ତି, ସେତେବେଳେ ଆଉ କାହା କଥା ଭାବିବା ଖରାପ ଲାଗିଥାଏ । ସବୁବେଳେ ଗାର୍ଲଫ୍ରେଣ୍ଡ ବୟେଫ୍ରେଣ୍ଡ ମଧ୍ୟରେ ତୃତୀୟ ଲୋକଙ୍କ ପାଇଁ ଝଗଡ଼ା ହୋଇଥାଏ । ଅଧିକାଂଶ ସମୟରେ ଏହି ଭୁଲ ବୁଝାମଣା ଯୋଗୁଁ ବ୍ରେକ୍ଅପର ମୁଖ୍ୟ କାରଣ ରହିଥାଏ । ବ୍ରେକଅପର କିଛି ବର୍ଷ ପରେ ଆପଣଙ୍କ ଅନୁଭବ ହୋଇଥାଏ ଯେ, କାହାକୁ ପସନ୍ଦ କରିବାର କାରଣ ଏହା ନୁହେଁ ଯେ ନିଜ ପାର୍ଟନରକୁ ଧୋକା ଦେଉଛନ୍ତି ।

ଅଫିସ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ଯୁବକ ଓ ଯୁବତୀଙ୍କୁ ସମାନ ଅଧିକ ଦେବା ପାଇଁ କଥା କୁହାଯାଉଛି । ରିଲେସନସିପର ମେଣ୍ଟନ୍ କରିବା ପାଇଁ ମଧ୍ୟ ଆମେ ଏହି ଆଶା କରିଥାଉ ଯେ, ଉଭୟେ ସମାନ ଭୁମିକା ନିଭାନ୍ତୁ । କିନ୍ତୁ ଏହା ସବୁବେଳେ ସମ୍ଭବ ନଥାଏ । ବ୍ରେକଅପରେ ଆପଣ ସ୍ୱିକାର କରିବା ପାଇଁ ସାହାସ ଆସିଯାଇଥାଏ, ଯାହା ଆପଣ ଏହି କାମ କରିପାରିବେ କି ନାହିଁ ।