ଟେନସନରେ ଶିବସେନା: ଛିଣ୍ଡୁନି ଅଙ୍କ, କିଏ ଗଢ଼ିବ ସରକାର ?
Advertisement

ଟେନସନରେ ଶିବସେନା: ଛିଣ୍ଡୁନି ଅଙ୍କ, କିଏ ଗଢ଼ିବ ସରକାର ?

ମହାରାଷ୍ଟ୍ରରେ ମହାନାଟକ ଜାରି ରହିଛି । ଏଯାଏ କେହି ବି ସରକାର ଗଠନ କରିପାରୁନାହାନ୍ତି । ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ବେଳେ ଅଙ୍କ ଛିଣ୍ଡୁନି । ରାଜ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା। ସେପଟେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇ ଦୁଇଟି ବୟାନ୍ ଶିବସେନାକୁ ଅଡୁଆରେ ପକାଇଛି ।  ତଥାପି ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ ପାଇଁ ପୁଣି ଦାବି କରିଛି ଶିବସେନା ।

ଫାଇଲ ଫଟୋ

ଦେବେଶ କୁମାର ନାହକ, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାନାଟକ ଜାରି ରହିଛି । ଏଯାଏ କେହି ବି ସରକାର ଗଠନ କରିପାରୁନାହାନ୍ତି । ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ବେଳେ ଅଙ୍କ ଛିଣ୍ଡୁନି । ରାଜ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା। ସେପଟେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇ ଦୁଇଟି ବୟାନ୍ ଶିବସେନାକୁ ଅଡୁଆରେ ପକାଇଛି ।  ତଥାପି ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ ପାଇଁ ପୁଣି ଦାବି କରିଛି ଶିବସେନା ।

ନା ସମାଧାନ ହେଉଛି  ନା କୌଣସି ନିଷ୍କର୍ଷ ବାହାରୁଛି । ବୈଠକ ପରେ ବୈଠକ,  ସାକ୍ଷାତ ପରେ ସାକ୍ଷାତ । ହେଲେ କୌଣସି ଫଳାଫଳ ନାହିଁ । କେବଳ ସରକାର ଗଠନ ପାଇଁ ରାଜନୀତି ସରଗରମ ରହୁଛି । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବୟାନକୁ ନେଇ ସାମାନ୍ୟ ଟେନସନରେ ପଡ଼ିଛି ଶିବସେନା । ଗତ ଦୁଇ ଦିନରେ ସେ ଦୁଇଟି ଭିନ୍ନ ଭିନ୍ନ ମତ ରଖିଛନ୍ତି । ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଶରଦ ପାୱାରଙ୍କ ଆଭିମୁଖ୍ୟ ବୁଝିବା ଭାରି କଷ୍ଟ । ଆହୁରି କେଇ ଥର ଜନ୍ମ ନେଲେ ପାୱାରଙ୍କ ମନକଥା ବୁଝିହେବ । ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ବିଢ଼ିଛି ଦଳ ।

ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରଶ୍ନ ପଚାରିବାରୁ ପାୱାର କିନ୍ତୁ ଭିନ୍ନ ବୟାନ୍ ରଖିଥିଲେ । ସେ କହିଥିଲେ ଯିଏ ସରକାର ଗଠନ କରିବ, ତାଙ୍କୁ ପ୍ରଶ୍ନ ପଚାରନ୍ତୁ । ଠିକ୍ ସେମିତି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ପ୍ରେସମିଟରେ ଏନସିପି ସୁପ୍ରିମୋ କହିଥିଲେ ଯେ ରାଜ୍ୟରେ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ । କଂଗ୍ରେସ ଓ ଏନସିପି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ,  ତେଣୁ ଆଗାମୀ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୁଧବାର ଏନସିପି ଓ କଂଗ୍ରେସର ବୈଠକ ବସିବ । ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି ।  ମଙ୍ଗଳବାର ଦିଲ୍ଲୀ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଏକେ ଆଣ୍ଟୋନି, ମଲ୍ଲିକାର୍ଜୁନ ଖଡଗେ ଓ ଅହମ୍ମଦ ପଟେଲଙ୍କ ଭଳି ନେତା ଯୋଗଦେଇ ମହାରାଷ୍ଟ୍ର ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଆହୁରି ବି ପଢନ୍ତୁ; ଛଅ ବର୍ଷ ବିଜେପି ଶାସନରେ 'ସୁପର୍ ଚିଫ୍ ମିନିଷ୍ଟର' ରାଜ୍ୟପାଳ !