ଟ୍ରେନରେ ପ୍ରସୂତୀ ପ୍ରସବ ଘଟଣା; ଭଦ୍ରକ ମେଡିକାଲରେ ଆଖି ବୁଜିଲେ ସମସ୍ତ ଶିଶୁ
ଗର୍ଭବତୀ ଥିବା ସମ୍ପୃକ୍ତ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ସେ ଭଦ୍ରକ ଷ୍ଟେସନ ରେ ପ୍ରସବ ହୋଇଥିଲା । ସେ ଏକାଥରେ ୩ ଶିଶୁପୁତ୍ର ଜନ୍ମ ଦେଇଥିଲେ ।
Trending Photos
)
ଭଦ୍ରକ: ଭଦ୍ରକ ରେଲ୍ୱେ ଷ୍ଟେସନରେ ଜଣେ ମହିଳା ଟ୍ରେନ୍ରେ ୩ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ସମସ୍ତ ନବଜାତ ଶିଶୁ ଶେଷରେ ଆଖି ବୁଜିଛନ୍ତି । ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ସୂଚନା ଅନୁସାରେ, ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଆସାମର ଜଣେ ମହିଳା ଯାତ୍ରୀ । ତାଙ୍କ ନାଁ ମଞ୍ଜୁଲା ଖାତୁନ ଓ ସେ ଆସାମ ଗୌହାଟି ନାଲବାଡି ଜିଲ୍ଲାର ବୋଲି ଜଣାପଡିଛି । ଗର୍ଭବତୀ ଥିବା ସମ୍ପୃକ୍ତ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ସେ ଭଦ୍ରକ ଷ୍ଟେସନ ରେ ପ୍ରସବ ହୋଇଥିଲା । ସେ ଏକାଥରେ ୩ ଶିଶୁପୁତ୍ର ଜନ୍ମ ଦେଇଥିଲେ । କିନ୍ତୁ ନବଜାତମାନଙ୍କର ସ୍ଵାସ୍ଥ୍ୟ ଠିକ୍ ନଥିଲା । ଏହାପରେ ୩ ଅସୁସ୍ଥ ନବଜାତଙ୍କୁ ସ୍ଥାନୀୟ ଲୋକେ ଓ ଜିଆରପି ପୁଲିସ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ମଞ୍ଜୁଲା ବର୍ତମାନ ସୁସ୍ଥ ଥିବାବେଳେ ଭଦ୍ରକ ମେଡିକାଲ୍ ରେ ଚିକିତ୍ସା ଚାଲିଛି ।
More Stories