ବନ୍ଦ ହେବ ୩ଟି ବଡ଼ ବଡ଼ ଟେଲିକମ୍ କମ୍ପାନୀ !

ବନ୍ଦ ହୋଇପାରେ ଭୋଡାଫୋନ୍ ଆଇଡିଆ, ଭାରତୀୟ ଏୟାରଟେଲ୍ କମ୍ପାନୀ 

ବନ୍ଦ ହେବ ୩ଟି ବଡ଼ ବଡ଼ ଟେଲିକମ୍ କମ୍ପାନୀ !
ସୌଜନ୍ୟ: ସୋସିଆଲ ମିଡିଆ

ଜସ୍ମିନ ରେଖା ମହାନ୍ତ, ଭୁବନେଶ୍ୱର: ବନ୍ଦ ହୋଇପାରେ ଭାରତର ୩ଟି ବଡ଼ ବଡ଼ ଟେଲିକମ୍ କମ୍ପାନୀ । ଭୋଡାଫୋନ୍ ଆଇଡିଆ , ଭାରତୀୟ ଏୟାରଟେଲ୍ କମ୍ପାନୀ ବନ୍ଦ ହୋଇପାରେ । ଫଳରେ କୋଟି କୋଟି ଗ୍ରାହକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କିଛି ଦିନ ପୂର୍ବେ ADJUSTED GROSS REVENUE (AGR) ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରଠାରୁ କମ୍ପାନୀ ଗୁଡିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଦ୍ୱିତୀୟ ତ୍ରୟ ମାସିକ ରିପୋର୍ଟ ଅନୁସାରେ କମ୍ପାନୀ ପାଇଁ ଏହା ସବୁଠାରୁ ବଡ଼ କ୍ଷତି ସାବ୍ୟସ୍ତ ହୋଇଛି । କର୍ପୋରେଟ୍ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କ୍ଷତି ହୋଇଛି । କମ୍ପାନୀ ଗୁଡ଼ିକ ପାଖାପାଖି ୭୪ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି ।

ଅକ୍ଟୋବର ୧୯ରେ ଜାରି କରାଯାଇଥିବା ଡାଟା ଅନୁସାରେ ଭୋଡାଫୋନ୍ ଆଇଡିଆର ପାଖରେ ୩୭.୫ କୋଟି ଗ୍ରାହକ ଅଛନ୍ତି । ସେପଟେ ରିଲାଏନ୍ସ ଜିଓ ପାଖରେ ୩୪.୮ କୋଟି ଗ୍ରାହକ ଅଛନ୍ତି । ଏହି ହିସାବରୁ ଦେଖାଯାଉଛି ଯେ ଭୋଡ଼ାଫୋନ୍ ଆଇଡିଆ ଓ ଏୟାରଟେଲ ପାଖରେ ସଂଯୁକ୍ତ ଭାବେ ୭୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି । ଜିଓ ଟେଲିକମ୍ କମ୍ପାନୀ ପାଖରେ ୮୯.୭୮ ପ୍ରତିଶତ ସେୟାର ରହିଛି, ସେଭଳି BSNL ଓ MTNL କମ୍ପାନୀ ପାଖରେ କେବଳ ୧୦.୨୨ ପ୍ରତିଶତ ସେୟାର ରହିଛି ।

ଚଳିତ ସପ୍ତାହ ଆଦିତ୍ୟ ବିର୍ଲା ସମୂହ ଭାବେ କହିଛନ୍ତି ଯେ, ADJUSTED GROSS REVENUEକୁ ନେଇ ୩୯,୦୦୦ କୋଟି ଟଙ୍କାରୁ ଅଧିକ ଟିକସ ଉପରେ ଛାଡ଼ ମିଳିପାରିବନାହିଁ । ସେପଟେ କମ୍ପାନୀରେ ଆଉ ନିବେଶ ନ କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ସ୍ଥିତିରେ ଭୋଡାଫୋନ୍ ଆଇଡିଆ ଦେବାଳିୟା ହୋଇଯିବା ଆଶଙ୍କା ରହିଛି ।