Advertisement
Article Detail0/zeeodisha/odisha696661
Zee OdishaOther Newsଅଶାନ୍ତ ସୀମା, ଚୀନର ଗୁଳିମାଡ଼ରେ ୩ ଯବାନ ଶହୀଦ

ଅଶାନ୍ତ ସୀମା, ଚୀନର ଗୁଳିମାଡ଼ରେ ୩ ଯବାନ ଶହୀଦ

ଚୀନର ଗୁଳିମାଡ଼ରେ ୩ ଭାରତୀୟ ଯବାନ ଶହୀଦ ହୋଇଥିବାର ଖବର ମିଳିଛି |

ଅଶାନ୍ତ ସୀମା, ଚୀନର ଗୁଳିମାଡ଼ରେ ୩ ଯବାନ ଶହୀଦ

ନୂଆଦିଲ୍ଲୀ: ସୀମା ବିବାଦ ଉଭୟ ଭାରତ ଓ ଚୀନ ମଧ୍ୟରେ ଉଗ୍ରରୂପ ନେଇଛି. ଉଭୟ ରାଷ୍ଟ୍ର ମଧ୍ୟରେ ଏହାର ସମାଧାନ ପାଇଁ କିଛି ଦିନ ତଳେ କମାଣ୍ଡାର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ଏକ ପ୍ରକାର ବିଫଳ ହୋଇଛି | ଲଦାଖ ନିକଟରେ ଭାରତୀୟ ସୀମାକୁ ଲାଗିଥିବା ଗଲଓ୍ୱାନ ଘାଟି ନିକଟରେ ଭାରତୀୟ ସେନା ଉପରକୁ ଗୁଳି ମାଡ଼ କରିଛି ଚୀନ| ଫଳରେ ଜଣେ କମାଣ୍ଡିଂ ଅଫିସର ସହିତ ୨ ଯବାନ ଶହୀଦ ହୋଇଥିବା ସୂଚନା ରହିଛି |

 

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଗଲଓ୍ୱାନ ଘାଟିରେ ଚୀନ ସେନା ଗୁଳିମାଡ଼ କରିଥିଲେ. ଫଳରେ ତିନି ଜଣ ସେନାଙ୍କର ମୃତ୍ୟୁ ହୋଇଥିଲା | ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ଉଭୟ ରାଷ୍ଟ୍ର ମଧ୍ୟରେ ଆଲୋଚନା ଚାଲିଥିବା ନେଇ ସୂଚନା ରହିଛି |

Add Zee News as a Preferred Source