ନିର୍ଭୟା ମାମଲା: ଶେଷ ଦେଖା ପାଇଁ ଶେଷ ସୁଯୋଗ...

ପରିବାରବର୍ଗଙ୍କୁ ଶେଷ ଦେଖା ପାଇଁ ସୂଚନା ଦେବେ ଜେଲ କର୍ତ୍ତୃପକ୍ଷ

ନିର୍ଭୟା ମାମଲା: ଶେଷ ଦେଖା ପାଇଁ ଶେଷ ସୁଯୋଗ...

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପଟିଆଲା ହାଉସ କୋର୍ଟ ସୋମବାର ତୃତୀୟ ଥର ପାଇଁ ଡେଥ ଓ୍ୱାରେଣ୍ଟ ଜାରି କରିଛନ୍ତି। ଆଗାମୀ ୧୪ ଦିନ ମଧ୍ୟରେ ଯଦି କୌଣସି ପ୍ରକାର ନ୍ୟାୟିକ ବ୍ୟବସ୍ଥା ଅଭିଯୁକ୍ତମାନେ ନ ଆପଣାନ୍ତି ତେବେ ଆସନ୍ତା ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। ତେବେ ଅଭିଯୁକ୍ତମାନଙ୍କ ନିକଟରେ ବଞ୍ଚିଥିବା ଅବଶିଷ୍ଟ ନ୍ୟାୟିକ ବ୍ୟବସ୍ଥାକୁ ନିଶ୍ଚିତ ଆପଣାଇବାର ବ୍ୟବସ୍ଥା କରୁଛନ୍ତି ବୋଲି ଆଇନଜୀବୀଙ୍କ ପକ୍ଷରୁ ସୂଚନା ମିଳିଛି। 

ଅଧିକ ପଢନ୍ତୁ: ଏହି ଦୋଷୀଙ୍କୁ ହେବନି ଫାଶୀ

ସେପଟେ ଡେଥ ଓ୍ୱାରେଣ୍ଟ ଅନୁଯାୟୀ ଯଦି ଫାଶୀ ଦିଆଯାଏ, ତେବେ ଅଭିଯୁକ୍ତ ଙ୍କ ନିକଟରେ ଆଉ ମାତ୍ର ୧୪ ଦିନର ସମୟ ରହିଛି। ଏହି ସମୟରେ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟିବା ପାଇଁ ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ପଚରାଯିବ। ଏହା ସହିତ ଜେଲ କର୍ତ୍ତୃପକ୍ଷ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦେଇ ସାରିଛନ୍ତି। ପୂର୍ବରୁ ଅଭିଯୁକ୍ତମାନଙ୍କ ପରିବାର ସଦସ୍ୟ ଆସି ଭେଟି ସାରିଛନ୍ତି। ତେବେ ଶେଷଥର ପାଇଁ ଭେଟିବାକୁ ପରିବାରବର୍ଗଙ୍କୁ ପୁଣି ଥରେ ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ। 

ଏହି ଡେଥ ଓ୍ୱାରେଣ୍ଟ ଜାରି ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେପଟେ ଆଗାମୀ ୧୪ ଦିନ ମଧ୍ୟରେ ଶେଷ ଥର ପାଇଁ ଦେଖିଯିବାକୁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ଡେଥ ଓ୍ୱାରେଣ୍ଟ ଜାରି ହୋଇଥିବା ଏକ ନକଲ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର ହସ୍ତାନ୍ତର କରିଛନ୍ତି ଜେଲ କର୍ତ୍ତୃପକ୍ଷ। 

ଅଧିକ ପଢନ୍ତୁ: 'ଲେଖିକି ରଖ, ମାର୍ଚ୍ଚ ୩ରେ ଫାଶୀ ହେବନି'

ଅଭିଯୁକ୍ତମାନେ ବର୍ତ୍ତମାନ ତିହାର ଜେଲର ୩ ନମ୍ବର ଜେଲରେ ରହୁଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ରଖା ଯାଇଛି। ଡେଥ ଓ୍ୱାରେଣ୍ଟ ଜାରି ହେବା ପରେ ସେମାନଙ୍କ ସିକ୍ୟୁରିଟି ବ୍ୟବସ୍ଥାକୁ ମଧ୍ୟ ଆହୁରି ବଢାଇ ଦିଆଯାଇଛି। ବାହାରୁ ଆସୁଥିବା ଲୋକମାନଙ୍କୁ କଡ଼ା ଯାଞ୍ଚ ପରେ ଭିତରକୁ ଛଡ଼ା ଯାଉଛି। ଜେଲ ମୁଖ୍ୟାଳୟକୁ ଗଲେ ମଧ୍ୟ କଡ଼ା ଯାଞ୍ଚ ପରେ ଛଡ଼ା ଯାଉଥିବା ଜଣାପଡ଼ିଛି। 

ଜେଲ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ଦୋଷୀମାନଙ୍କୁ ସେମାନଙ୍କ ପରିବାରର ସଦସ୍ୟଙ୍କୁ ଭେଟିବା ପାଇଁ ପଚରାଯିବ। ସେହିପରି ଜଲ୍ଲାଦଙ୍କୁ ମଧ୍ୟ ପୁନର୍ବାର ତିହାର ଜେଲ ପଠାଇବା ପାଇଁ ଉତ୍ତରପ୍ରଦେଶର ଜେଲ ବିଭାଗକୁ ଚିଠି ଲେଖାଯିବ। ଦୁଇ ଦିନ ପୂର୍ବରୁ ଏଠାରେ ପହଞ୍ଚିବା ପାଇଁ ମଧ୍ୟ ଉକ୍ତ ଚିଠିରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।