ଟିଭିରେ ଭଗବାନ ରାମଙ୍କୁ ଦେଖି କିଛି ଏପରି କଲେ ଯୁବକ

ରାମାୟଣ ଦେଖି ଅଭିନେତାଙ୍କ ଅଜବ ଭିଡ଼ିଓ ଭାଇରାଲ

ଟିଭିରେ ଭଗବାନ ରାମଙ୍କୁ ଦେଖି କିଛି ଏପରି କଲେ ଯୁବକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜାରି କରିଥିବା ଲକଡାଉନକୁ ୬ ଦିନ ପୁରିଛି। ଏହି ସମୟ ମଧ୍ୟରେ ଲୋକମାନେ ଘରେ ରହିଛନ୍ତି। କେବଳ ଜରୁରୀ କାମ ଥିଲେ ହିଁ ବାହାରକୁ ବାହାରୁଛନ୍ତି। ସେପଟେ ଏହି ୨୧ ଦିନ ମଧ୍ୟରେ ଲୋକମାନେ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଇ ଦେଇଛନ୍ତି। ପୌରାଣିକ କଥା ବସ୍ତୁ ତଥା ଭାରତୀୟ ସଂସ୍କୃତିର ପରିଚୟ ପାଲଟିଥିବା ରାମାୟଣ ଓ ମହାଭାରତର ପୁନଃପ୍ରସାରଣ ଆରମ୍ଭ କରିଛନ୍ତି।

ଆଉ ଏହି ପ୍ରସାରଣ ସମୟରେ ଅନେକ ଅଜବଗଜବ ଚିତ୍ର ସାମ୍ନାକୁ ଆସୁଥିବା ଦେଖିବାକୁ ମିଳୁଛି। ଏହି ରାମାୟଣ ପ୍ରସାରିତ ହେଉଛି ଟିଭି ଅଭିନେତା ଭାବିନ ଭାନୁଶାଳୀ ଟିଭି ସାମ୍ନାରେ ବସି ପଡ଼ୁଛନ୍ତି। ତେବେ ରାମାୟଣ ଦେଖୁଥିବା ସମୟରେ ତାଙ୍କର ଏକ ଟିକଟକ ଭିଡ଼ିଓ ମଧ୍ୟ ବର୍ତ୍ତମାନ ବେଶ ଭାଇରାଲ ହେଉଛି। 

ଭାବୀନଙ୍କ ଟିକଟକ ମଧ୍ୟ ବେଶ ମଜାଦାର ରହିଛି। ଏହି ଭିଡ଼ିଓରେ ଯେତେବେଳେ ରାମ ବାହାରୁଛନ୍ତି, ସେହି ସମୟରେ ଭାବିନ ତାଙ୍କ ଆରତୀ ଓ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଏପରିକି ଭାବିନ ପରିବାର ସହିତ ହାତ ଯୋଡ଼ିକି ବସିଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡ଼ିଓକୁ ଶେୟାର କରି ଭାବିନ ଲେଖିଛନ୍ତି କି, ସେହି ସମୟରେ ଏହି ଭଳି ହିଁ କିଛି ହେଉଥିଲା। ଏହି ଭିଡ଼ିଓକୁ ବର୍ତ୍ତମାନ ୧।୨ ମିଲିୟନ ଲାଇକ ମିଳିସାରିଛି।