close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ, ୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି

ବାୟୁମଣ୍ଡଳ ପ୍ରଦୂଷଣକୁ ଦୃଷ୍ଟି ରେ ରଖି ନଭେମ୍ୱର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ  ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଏକ ପ୍ୟାନେଲ୍ ଦିଲ୍ଲୀ-ଏନସିଆର ରେ ପ୍ରଦୂଷଣ ସ୍ତରକୁ ଆଖି ଆଗରେ ରଖି ପବ୍ଲିକ ହେଲଥ ଏମରଜେନ୍ସି ଘୋଷଣା କରିଛନ୍ତି । 

ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ, ୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି
source: social media

ପ୍ରଦ୍ୟୁମ୍ନ କୁମାର ମାଝୀ(ନୂଆଦିଲ୍ଲୀ): ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରକୁ ଚାଲିଯାଇଛି । ଫଳରେ ବାୟୁମଣ୍ଡଳ ପ୍ରଦୂଷଣ କାରଣରୁ ଦିଲ୍ଲୀବାସୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି  । ଏହାକୁ ଦୃଷ୍ଟିରେ ରଖି ନଭେମ୍ୱର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ  ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଏକ ପ୍ୟାନେଲ୍ ଦିଲ୍ଲୀ-ଏନସିଆର ରେ ପ୍ରଦୂଷଣ ସ୍ତରକୁ ଆଖି ଆଗରେ ରଖି ପବ୍ଲିକ ହେଲଥ ଏମରଜେନ୍ସି ଘୋଷଣା କରିଛନ୍ତି । 

ଦିଲ୍ଲୀ ଏନସିଏର୍ ଅଞ୍ଚଳରେ ପ୍ରଦୂଷଣ ସ୍ତର ' ଗମ୍ଭୀର ପ୍ଲସ' ଶ୍ରେଣୀରେ ପହଞ୍ଚିଛି । ତେଣୁ  ପରିବେଶ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସହରର ସମସ୍ତ  ବିଦ୍ୟାର୍ଥୀଙ୍କୁ ମାସ୍କ ବାଣ୍ଟିଛନ୍ତି ।ସ୍କୁଲ  ପିଲାଙ୍କୁ ମାସ୍କ ବାଣ୍ଟିବାକୁ  ୫୦ ଲକ୍ଷ  (ଏନ୍95) ମାସ୍କ ଦିଲ୍ଲୀ ସରକାର କିଣିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଏବଂ ହରିୟାଣାରେ ନଡା ଜାଳିବା ବଢିଯାଇଥିବାରୁ ଏହା ବାୟୁ ପ୍ରଦୂଷଣକୁ ବୃଦ୍ଧି କରିଛି ବୋଲି କହିଛନ୍ତି । ଏଥିସକାଶେ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏହାକୁ ନିୟନ୍ତ୍ରଣ କରିବାକୁ ଅପିଲ୍ କରିଥିବା କଥା ଭାଷଣରେ କହିଛନ୍ତି । ଦିଲ୍ଲୀରେ ଅଳିଆ ଆବର୍ଜନା ନ ଜଳାଇବାକୁ ଦିଲ୍ଲୀବାସୀଙ୍କୁ ଅପିଲ୍ କରିଛନ୍ତି । 

ସୂଚନାଯୋଗ୍ୟ, ଏବେ ଦିଲ୍ଲୀର ଏୟାର କ୍ୱାଲିଟି ଏଫ୍‌କ୍ୟୁଆଇ ୫୦୦-୭୦୦ ମଧ୍ୟରେ ରହିଛି ଯାହା ଅତି ସାଂଘାତିକ ସ୍ତର ବୋଲି କୁହାଯାଉଛି ।