Advertisement
Article Detail0/zeeodisha/odisha678736

ଔରଙ୍ଗାବାଦ ଟ୍ରେନ ଦୁର୍ଘଟଣା ମାମଲା: 'ଥକ୍କାପଣ ସମୟ ଦେଇନଥିଲା ଆଲୋଚନା ପାଇଁ'

ଚିରଦିନ ପାଇଁ ଶୋଇଗଲେ ପ୍ରବାସୀ ଶ୍ରମିକ

ଔରଙ୍ଗାବାଦ ଟ୍ରେନ ଦୁର୍ଘଟଣା ମାମଲା: 'ଥକ୍କାପଣ ସମୟ ଦେଇନଥିଲା ଆଲୋଚନା ପାଇଁ'

ଔରଙ୍ଗାବାଦ: ଆଖିରେ ବହଳ ନିଦ ଆଉ ଦେହରେ ଭରପୁର ଥକ୍କାପଣ ମେଣ୍ଟାଇବାକୁ ରେଳଧାରଣାରେ ବିଶ୍ରାମ ନେଇଥିଲୁ। ଦେହରେ ଏତେ ମାତ୍ରାରେ ଥକ୍କା ପଣ ରହିଥିଲା ଯେ, ମୃତ୍ୟୁର ଆଭାସ ମଧ୍ୟ ଆମେ ଶୁଣିପାରିନଥିଲୁ। ଏପରିକି ଏହି ବିପଦ ସମ୍ପର୍କରେ ଆଲୋଚନା କରିପାରିନଥିଲୁ। ଆଖିପିଛୁଳାକେ ସବୁକିଛି ଶେଷ ହୋଇଯାଇଥିଲା। ୧୬ ଜଣ ସହଯୋଗୀଙ୍କ ପ୍ରାଣ ଆଖି ଆଗରେ ଚାଲିଯାଇଥିଲା ବୋଲି କୋହଭରା କଣ୍ଠରେ ବଖାଣିଛନ୍ତି ସେହି ଭୋର ସମୟର କାଳମୂହୁର୍ତ୍ତକୁ।  

ପ୍ରାୟ ୨୧ ଜଣ ପ୍ରବାସୀ ଶ୍ରମିକ ଘରକୁ ଫେରୁଥିଲେ। ଟ୍ରେନ ରାସ୍ତାଦେଇ ଘରକୁ ବାହାରିଥିଲେ ବୋଲି ସେହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ବଞ୍ଚି ଯାଇଥିବା ଶ୍ରମିକ ବିରେନ୍ଦ୍ର ସିଂ କହିଛନ୍ତି। ବିରେନ୍ଦ୍ର କେବଳ ସେହି ଦୁର୍ଘଟଣାର ମୂହୁର୍ତ୍ତକୁ ବଖାଣି ନାହାନ୍ତି, ବରଂ ତମାମ ଘରକୁ ଫେରିବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ବଖାଣିଛନ୍ତି।  

ବିରେନ୍ଦ୍ର କହିଛନ୍ତି ଯେ, ସ୍ୱତନ୍ତ୍ର ଟ୍ରେନରେ ଘରକୁ ଫେରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ। ମାତ୍ର ସେଠାରେ ବିଫଳ ହୋଇଥିଲେ ସମସ୍ତେ। କିନ୍ତୁ ତାଙ୍କୁ ସରକାରଙ୍କ ତରଫରୁ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିନଥିଲା। ଫଳରେ ସେ ଘରକୁ ଚାଲି ଚାଳି ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ସନ୍ଧ୍ୟାରୁ ଚାଲିବା ଆରମ୍ଭ କରିଥିଲେ। ରାତି ସାରା ଚାଲିବା ପରେ ସମ୍ପୂ୍ର୍ଣ୍ଣ ଭାବେ ସମସ୍ତେ ଥକି ପଡ଼ିଥିଲେ। ବିଶ୍ରାମ ନେବାକୁ ସମସ୍ତେ ଚାହିଁଥିଲେ। ମାତ୍ର ମୃତ୍ୟୁ ଯେ ସେମାନଙ୍କୁ ଅପେକ୍ଷା କରିଥିଲା ସେ ସମ୍ପର୍କରେ କେହି ବିଶ୍ୱାସ କରିନଥିଲେ ବୋଲି ବିରେନ୍ଦ୍ର କହିଛନ୍ତି।  

Add Zee News as a Preferred Source

ସେ ଆହୁରି ମଧ୍ୟ କହିଥିଲେ କି ଆମକୁ କେବଳ ବିଶ୍ରାମ ନେବାକୁ ଚିନ୍ତୁ କରିଥିଲୁ। କିନ୍ତୁ ରେଳଧାରଣା ଉପରେ ଶୋଇଲେ ଯେ ବିପଦ ରହିଛି ସେ ସମ୍ପର୍କରେ ଆମେ ଆଲୋଚନା କରିବାକୁ ସମୟ ମଧ୍ୟ ପାଇନଥିଲୁ। କିନ୍ତୁ କେବେ ଆଶା ମଧ୍ୟ  କରିନଥିଲୁ ଆମର ସହଯୋଗୀମାନେ ଏଭଳି ଭାବେ ମୃତ୍ୟୁ ମୁଖରେ ପଡ଼ିବେ ବୋଲି ବିରେନ୍ଦ୍ର କହିଥିଲେ।  

About the Author