Advertisement
Article Detail0/zeeodisha/odisha665217
Zee OdishaOther Newsପୁଣି ବଢିଲା ସୁନା ଦର, ଖସିଲା ଚାନ୍ଦି

ପୁଣି ବଢିଲା ସୁନା ଦର, ଖସିଲା ଚାନ୍ଦି

ପୁଣି ବଦଳିଲା ସୁନା ଦର

ପୁଣି ବଢିଲା ସୁନା ଦର, ଖସିଲା ଚାନ୍ଦି

ନୂଆଦିଲ୍ଲୀ: ବୈଶ୍ୱିକ ମହାମାରୀ ସମୟରେ ସମଗ୍ର ବିଶ୍ୱ ବଜାରରେ ଅସ୍ଥିରତା ଲାଗି ରହିଛି। ଫଳରେ ଭାରତୀୟ ବଜାର ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି। ତେବେ ଦେଶରେ ଲକଡାଉନ ଜାରି ରହିଥିବାରୁ ଦିଲ୍ଲୀରେ ସୁନା ବଜାର ମଧ୍ୟ ମାନ୍ଦା ରହିଛି। ଦିଲ୍ଲୀର ପ୍ରସିଦ୍ଧ ସୁନା ବଜାର ସର୍ରାଫ ବଜାର ବନ୍ଦ ରହିଛି। ମଙ୍ଗଳବାର ସୁନା ଦରରେ ରେକର୍ଡ ବୃଦ୍ଧି ରହିଥିବା ଦେଖିବାକୁ ମିଳିଛି। ତେବେ ବୁଧବାର ମଧ୍ୟ ସୁନାଦରରେ ମଧ୍ୟ ବୃଦ୍ଧି ଘଟିଛି।

ବୁଲିଅନ ବଜାର ଦର ଅନୁଯାୟୀ ବୁଧବାର ସୁନା ଭରି ପ୍ରତି ୧୦ ଟଙ୍କା ବୃଦ୍ଧି ଘଟି ୪୪୮୯୦ ଟଙ୍କାରେ ବିକ୍ରି ହେଉଛି। ସେପଟେ କିନ୍ତୁ ଚାନ୍ଦି ଦରରେ ହ୍ରାସ ଘଟିଛି। ଗତକାଲି ତୁଳନାରେ ଚାନ୍ଦି ଦରରେ କିଲୋ ପିଛା ୧୯୦ ଟଙ୍କା ହ୍ରାସ ପାଇଛି। ହ୍ରାସ ପାଇବା ପରେ ଚାନ୍ଦି ଦର ବର୍ତ୍ତମାନ ୪୨୧୧୦ ଟଙ୍କାରେ ବିକ୍ରି ହେଉଛି। 

କହିରଖୁଛୁ ଯେ, ବୁଲିଅନ ବଜାର ଅନୁଯାୟୀ ଦିନରେ ଦୁଇଥର ଦର ଅପଡେଟ ହୋଇଥାଏ। ତେବେ ବୁଲିଅନ ଓ ଜୁଏଲର୍ସ ଆସୋସିଏସନର   ମିଡ଼ିଆ ପ୍ରଭାରୀ କହିଛନ୍ତି କି, ଦେଶସାରା ୧୪ଟି ସେଣ୍ଟରରେ ସୁନା ଚାନ୍ଦିର ଦର ଦର୍ଶାଯାଇଥାଏ। ଫଳରେ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଓ ଚାନ୍ଦି ଦର ଭିନ୍ନ ରହିଥାଏ। 

Add Zee News as a Preferred Source

 

 

About the Author