ସଂସଦରେ ବିଜେଡି ସାଂସଦୀୟ ଦଳ ବୈଠକ, ଚିଟ୍ ଫଣ୍ଡ ସଂଶୋଧନ ବିଲ ନେଇ ହୋଇପାରେ ଆଲୋଚନା
Advertisement

ସଂସଦରେ ବିଜେଡି ସାଂସଦୀୟ ଦଳ ବୈଠକ, ଚିଟ୍ ଫଣ୍ଡ ସଂଶୋଧନ ବିଲ ନେଇ ହୋଇପାରେ ଆଲୋଚନା

ସଂସଦରେ ଶୀତକାଳୀନ ଅଧିବେଶନକୁ ଆଖି ଆଗରେ ରଖି ଆଜି ସଂସଦରେ ବିଜେଡି ସାଂସଦୀୟ ଦଳ ବୈଠକ

file photo

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନକୁ ଆଖି ଆଗରେ ରଖି ଆଜି ସଂସଦରେ ବିଜେଡି ସାଂସଦୀୟ ଦଳ ବୈଠକ । ବୈଠକରେ ରାଜ୍ୟର ସ୍ୱାର୍ଥଜନିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଚଳିତ ଅଧିବେଶନରେ ରାଜ୍ୟ ବିଧାନ ପରିଷଦ ଗଠନ ନେଇ ସାମ୍ବିଧାନିକ ସଂଶୋଧନ ଵିଲ ଆଗତ କରିବାକୁ ବିଜେଡି ଦାବି ରଖିବ । ଏହା ସହ ବିଜୁବାବୁଙ୍କୁ ଭାରତ ରତ୍ନ ମିଳିବା ଦାବି, କୋଇଲା ରୟାଲଟି ବୃଦ୍ଧି, ଚାଷୀ, ମହାନଦୀ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଆଲୋଚନା ହୋଇଛି ।

ଆଜି ସଂସଦରେ ଚିଟ୍ ଫଣ୍ଡ ସଂଶୋଧନ ବିଲ ଏବଂ ଦିଲ୍ଲୀ ପ୍ରଦୂଷଣ ନେଇ ହୋଇପାରେ ଆଲୋଚନା । ରାଜ୍ୟରେ ଅନେକ ଚିଟ ଫଣ୍ଡ ଦୁର୍ନୀତି ହୋଇଥିବାରୁ ଏହି ଵିଲର ଅନେକ ଗୁରୁତ୍ୱ ରହିଛି ।