କୋରୋନା ମାଡ଼ରେ ତେଲ ବଜାର ହୁଲୁସ୍ତୁଲୁ, ଏମିତି ରହିଛି ଦର

କୋରୋନା ସମୟରେ ଆଜି ଏପରି ରହିଛି ତୈଳଦର

କୋରୋନା ମାଡ଼ରେ ତେଲ ବଜାର ହୁଲୁସ୍ତୁଲୁ, ଏମିତି ରହିଛି ଦର

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ମାଡ଼ରେ ଏବେ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖା ଦେଉଛି। ସବୁ କ୍ଷେତ୍ରରେ ସାମଗ୍ରୀର ଦର ଅସ୍ଥିରତା ପ୍ରକାଶ ପାଇଛି। ବିଗତ ଦଶ ଦିନ ଧରି ଅନ୍ତର୍ଜାତୀୟ ତୈଳ ବଜାରରେ ମଧ୍ୟ ଦରରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଭାରତରେ ମଧ୍ୟ ତୈଳଦର ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳୁଛି। ତେବେ ଅନ୍ତର୍ଜାତୀୟ ବଜାରରେ ଯେଉଁ ପରିମାଣରେ ପରିବର୍ତ୍ତନ ଘଟୁଛି, ସେହି ପରିମାଣରେ ଭାରତ ଉପକୃତ ହେଇ ପାରୁନାହିଁ।  

ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ବା ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଘଟିଛି। ତେବେ ଭାରତରେ ବିଗତ ଦଶ ଦିନ ମଧ୍ୟ ତୈଳ ଦରରେ କୌଣସି ପରିବର୍ତ୍ତନ ଘଟିନଥିବା ଦେଖିବାକୁ ମିଳିଛି। ଦେଶର ଚାରିଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଉଭୟ ପେଟ୍ରୋଲ ଓ ଡିଜେଲରେ ତୈଳ ଦର ଅପରିବର୍ତ୍ତିତ ରହିଛି। ପୂର୍ବ ଦିନ ଭଳି ଆଜି ପେଟ୍ରୋଲ ଲିଟର ପିଛା ଦିଲ୍ଲୀରେ ୬୯.୫୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇ, କୋଲକାତା, ଚେନ୍ନାଇରେ ଯଥାକ୍ରମେ ୭୫.୩୦, ୭୨.୨୯ ଓ ୭୨.୨୮ ଟଙ୍କାରେ ବିକ୍ରି ହେଉଛି।  

ସେହିପରି ଡିଜେଲ ଲିଟର ପିଛା ଦିଲ୍ଲୀରେ ୬୨.୨୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇ, କୋଲକାତା ଓ ଚେନ୍ନଇରେ ଯଥାକ୍ରମେ ୬୫.୨୧, ୬୪.୬୨, ୬୫.୭୧ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୮.୭୯ ଟଙ୍କା ରହିଥିବା ବେଳେ ଡିଜେଲ ୬୮.୫୮ ଟଙ୍କାରେ ବିକ୍ରି ହେଉଛି।