ତୈଳ ଦର: ଅନ୍ତର୍ଜାତୀୟ ବଜାରରେ ଖସୁଛି, ଦେଶରେ....
Advertisement

ତୈଳ ଦର: ଅନ୍ତର୍ଜାତୀୟ ବଜାରରେ ଖସୁଛି, ଦେଶରେ....

ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୬୮.୫୮ ଟଙ୍କା ରହିଛି । ଅନ୍ୟପଟେ ଡିଜେଲ ଦର ୬୬.୭୦ ଟଙ୍କା ରହିଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ୍ ଥିବା ସତ୍ତ୍ୱେ ଭାରତରେ କମ୍ ହେଉନି । ପ୍ରାୟ ଗୋଟିଏ ସପ୍ତାହ ହେବ ଦେଶର ପ୍ରମୁଖ ସହରର ତୈଳ ଦର ସ୍ଥିର ଥିବା ନଜରକୁ ଆସିଛି । ଆଜି ଅର୍ଥାତ ସୋମବାର ଦେଶର ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି ଅର୍ଥାତ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଜି ଦେଶର ୪ ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି ।

ରାଜଧାନୀ ଦିଲ୍ଲୀରେ ଆଜି ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୫.୩୦ ଟଙ୍କା ରହିଛି । କୋଲକାତା ଲିଟର ପିଛା ୭୨.୫୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୬୨.୨୯ ଟଙ୍କା ରହିଛି। ମୁମ୍ବାଇରେ ୬୫.୨୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୬୪.୬୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି ।

ସେହିପରି ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ତୈଳ ଦର କେତେ ରହିଛି, ସେ ବିଷୟରେ ଜାଣିବା । ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୬୮.୫୮ ଟଙ୍କା ରହିଛି । ଅନ୍ୟପଟେ ଡିଜେଲ ଦର ୬୬.୭୦ ଟଙ୍କା ରହିଛି ।