ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
Advertisement

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଅନ୍ୟପକ୍ଷେ ରୁପା ଦରରେ ୮୧୫ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦର ୪୪,୯୪୯ ଟଙ୍କାରେ ପହଞ୍ଚିଛି । ଗୁରୁବାର ଗୋଟିଏ କିଲୋଗ୍ରାମ ରୁପାର ଦର ୪୫,୭୬୪ ଟଙ୍କା ଥିଲା । ବୁଧବାର ଏହାର ଦାମ ୪୫,୮୫୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା ।

 

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ଚାହିଦା ଓ ଟଙ୍କାର ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଯୋଗୁ ସୁନାରେ ହ୍ରାସ ଦେଖା ଦେଇଛି । ଏହାସହ ଶୁକ୍ରବାର ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଦମରେ ହ୍ରାସ ରେକର୍ଡ କରାଯାଇଛି । ଏହା ବ୍ୟତୀତ ବିବାହର ସିଜନ ସତ୍ତ୍ୱେ ସୁନା ଦରରେ କ୍ରମାଗତ ହ୍ରାସ ରେକର୍ଡ କରାଯାଉଛି । ଆଜି ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦରରେ ୧୦୨ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮, ୮୫୬ ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ, ଗୁରୁବାର ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୩୯,୯୫୮ ଟଙ୍କା ଥିଲା ।

ଅନ୍ୟପକ୍ଷେ ରୁପା ଦରରେ ୮୧୫ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ଦର ୪୪,୯୪୯ ଟଙ୍କାରେ ପହଞ୍ଚିଛି । ଗୁରୁବାର ଗୋଟିଏ କିଲୋଗ୍ରାମ ରୁପାର ଦର ୪୫,୭୬୪ ଟଙ୍କା ଥିଲା । ବୁଧବାର ଏହାର ଦାମ ୪୫,୮୫୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟଙ୍କାର ମୂଲ୍ୟରେ ହ୍ରାସ ଯୋଗୁଁ ଦିଲ୍ଲୀ ସର୍ରାଫା ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟରେ ୯୦ ଟଙ୍କାର ହ୍ରାସ ଦେଖା ଦେଇଛି । ବିବାହର ସିଜନ ଆସିବାରୁ ସୁନା ଦର ବଢିବାର ସମ୍ଭାବନା ରହିଛି । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନାର ଦର ୧୪୬୭ ଡଲାର ପ୍ରତି ଆଉନ୍ସ ଥିଲା । ଅନ୍ୟପଟେ ରୁପା ଦରରେ ସ୍ୱଳ୍ପ ବୃଦ୍ଧି ଘଟି ୧୭.୧୫ ଡଲାର ଆଉନ୍ଲରେ ପହଞ୍ଚି ଯାଇଛି । ଅନ୍ତର୍ଜାତୀୟ ବଜାରରେ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ବିବାଦ ଓ  ଟ୍ରେଡ ଚୁକ୍ତି ଯୋଗୁଁ ଅନିଶ୍ଚିତତାର ପ୍ରଭାବ ଦେଖା ଦେଇଛି ।