ଆଜି ହେବାକୁ ଥିବା ଚନ୍ଦ୍ରଗ୍ରହଣରେ , ଚନ୍ଦ୍ରର ଆକାରରେ କୌଣସି ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ |
Trending Photos
)
ନୂଆଦିଲ୍ଲୀ: ଆଜି ହେବାକୁ ଥିବା ଚନ୍ଦ୍ରଗ୍ରହଣର ଖାସ କଥା ହେଉଛି ସାଧରଣ ଚନ୍ଦ୍ର ଏବଂ ଗ୍ରହଣ ସମୟର ଚନ୍ଦ୍ର ମଧ୍ୟରେ ଥିବା ପ୍ରଭେଦକୁ ଜାଣିବା ସହଜ ନୁହେଁ | ଏପରିକି ଚନ୍ଦ୍ରର ଆକାରରେ କୌଣସି ପରିବର୍ତ୍ତନ ହେବାର ନାହିଁ |
ଏପରିକି ଗ୍ରହଣ ଲାଗିବା ସମୟକୁ ମଧ୍ୟ ମାନ୍ୟତା ମିଳିବା ନାହିଁ |
ଏହା ପଛର କାରଣ ହେଉଛି ଜୁନ ୫ ଶୁକ୍ରବାର ରାତିରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ, ଉପଛାୟା ଗ୍ରହଣ ହୋଇଥିବାରୁ ଏଥର ଧୂଆଁଳିଆ ଚନ୍ଦ୍ର ଦୃଶ୍ୟମାନ ହେବ | ଯାହାକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ | ଏପିରିକି ଗ୍ରହଣ ଲାଗିଥିବା ସମୟ ଯାହାକୁ ସୂତକ କାଳ ବୋଲି କୁହାଯାଏ ତାହା ମଧ୍ୟ ଗ୍ରହଣଯୋଗ୍ୟ ହେବ ନାହିଁ | ଯେଉଁ ଗ୍ରହଣକୁ ଖାଲି ଅଖିରେ ଦେଖିବା ସମ୍ଭବ ହୁଏ ତାହାର ସୂତକ କାଳ ଜ୍ୟୋତିଷ ବିଜ୍ଞାନ ଅନୁସାରେ ନିର୍ଦ୍ଧାରଣ କରାଯାଇପାରେ |
ଆଜି ହେବାକୁ ଥିବା ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୧୮ ମିନିଟ ସମୟ ପର୍ଯ୍ୟନ୍ତ ଚାଲିବ | ଜୁନ ୫ ତାରିଖ ରାତି ୧୧ଟା ୧୫ ମିନିଟରୁ ଆରମ୍ଭ ହୋଇ, ୬ ଜୁନ ରାତି ୧୨ଟା ୫୪ ମିନିଟ ପର୍ଯ୍ୟନ୍ତ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିବ | ଯାହା ସେହି ଦିନ ରାତି ୨ଟା ୩୪ ମିନିଟରେ ଶେଷ ହେବ | ଏପରି ଚନ୍ଦ୍ରଗ୍ରହଣ ଭାରତ ବ୍ୟତୀତ ୟୁରୋପ, ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ |
ଜ୍ୟୋତିଷ ବିଜ୍ଞାନ ଅନୁସାରେ ଚନ୍ଦ୍ରଗ୍ରହଣ ବେଳେ ଅନେକ ପ୍ରତିବନ୍ଧକ ଲାଗୁ ହୋଇଥାଏ | ଯଥା ଖାଦ୍ୟପାନ୍ୟ ଗ୍ରହଣ, କୌଣସି ଶୁଭକାର୍ଯ୍ୟ କରିବା, ଠାକୁରଙ୍କ ପୂଜା କିମ୍ବା ଆରତୀ କରିବା, ଗର୍ଭବତୀ ମହିଳା ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଥାଏ | ଏପରିକି ଗ୍ରହଣ ଲାଗିଥିବା ସମୟରେ ରନ୍ଧା ହୋଇଥିବା ଖାଦ୍ୟକୁ ଅଶୁଦ୍ଧ ବୋଲି କୁହାଯାଏ | ଏହାକୁ ନଖାଇବା ପାଇଁ କୁହାଯାଇଥାଏ କିମ୍ବା ଏହାର ସୁଦ୍ଧତା ରକ୍ଷା କରିବା ପାଇଁ ଏଥିରେ ତୁଳସୀ ପତ୍ର ପକାଯାଏ |
ଯଦି ଧାର୍ମିକ ଦୃଷ୍ଟିକୋଣରୁ ବିଚାର କରାଯାଏ ଯେ ଏହି ପ୍ରକାର ଉପଗ୍ରହରେ ଚନ୍ଦ୍ରର ପ୍ରତିମୂର୍ତ୍ତି ଉପରେ ମେଘୁଆ ଛାୟା ହେତୁ ସେଗୁଡିକ ଚନ୍ଦ୍ରଗ୍ରହଣ ଶ୍ରେଣୀରେ ରଖାଯାଏ ନାହିଁ। ଏହିପରି ପ୍ରତ୍ୟେକ ଘଟଣା ଘଟିବା ପୂର୍ବରୁ ଏବଂ ପରେ ଚନ୍ଦ୍ରକୁ ପୃଥିବୀର ଉପରିଭାଗ ଦେଇ ଯିବାକୁ ପଡେ, ଯାହାକୁ ଚନ୍ଦ୍ରଗ୍ରହଣ କୁହାଯିବ ନାହିଁ |