• ଚାକିରି ନାଁରେ ଆକାଶ ପାଠକ ଲୋକଙ୍କୁ ଠକିବା ଅଭିଯୋଗ ପ୍ରସଙ୍ଗ; ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ପହଞ୍ଚିଥିବା ସୂଚନା ॥
  • ରାଜ୍ୟରେ ଶୀତ ଲହରୀ ଜାରି। ୧୧ଟି ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା ॥
  • ବାରଣାସୀରେ ଦେବ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ: ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ ॥
  • ଆଜି ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ

ଆସନ୍ତା କାଲି କୁମାରପୂର୍ଣ୍ଣିମା,ଏମିତି କରନ୍ତୁ ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଧରାବତରଣ କରିବେ ମା ଗଜଲକ୍ଷ୍ମୀ । ଜାଣନ୍ତୁ କେମିତି କରିବେ ପ୍ରସନ୍ନ

 ଆସନ୍ତା କାଲି କୁମାରପୂର୍ଣ୍ଣିମା,ଏମିତି କରନ୍ତୁ ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

 ଢେଙ୍କାନାଳ: ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଧରାବତରଣ କରିବେ ମାଆ ଗଜଲକ୍ଷ୍ମୀ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଢେଙ୍କାନାଳ ସହର । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଲାଗିପଡିଛନ୍ତି। ସହରରେ  ଆଲୋକ ତୋରଣ ମୃଣ୍ମୟୀ ମୂର୍ତ୍ତୀ କାରିଗରମାନେ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ସାରିବା ପାଇଁ ନିଜ କାମରେ ବ୍ୟସ୍ତ ଅଛନ୍ତି । ତେବେ ଆସନ୍ତା କାଲି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ମାଆ ଗଜଲକ୍ଷ୍ମୀ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବାକୁ ଥିବା ବେଳେ ୨୪ ତାରିଖରେ ମାଆଙ୍କ ମେଲାଣୀ ଉତ୍ସବ ପାଳିତ ହେବ। ମୂର୍ତ୍ତୀ କାରିଗର, ଲାଇଟ କାରିଗର ଓ ତୋରଣ କାରିଗର ମାନେ ଦିନ ରାତି ଏକ କରି କାମରେ ଲାଗି ପଡିଛନ୍ତି ।
ଚଳିତବର୍ଷ ଜବାହାର ଚୌକ୍ ୭୫ ବର୍ଷ ପାଳନ କରୁଥିବାବେଳେ ଜେନାଦେବୀ ବଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଯୋରସୋରରେ ଚଳାଇଛି।   କୁମାରପୂର୍ଣ୍ଣିମା ଦିନ ଠାରୁ ମାଙ୍କର ପୂଜା ୨୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଅନୁଷ୍ଠିତ ହେବ।  ମାଆ ଗଜଲକ୍ଷ୍ମୀପୂଜା ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟର ପହଞ୍ଚିଥିବା ବେଳେ ସହରରେ ଗହଳି ଦେଖିବାକୁ ମିଳିଛି । 

ଏହି ଦିନ କୁମାରୀମାନେ ଭଲ ବର ପାଇବାକୁ କୁମାରପୂର୍ଣ୍ଣିମା ଅର୍ଥାତ କାର୍ତ୍ତିକଙ୍କୁ ପୂଜା କରିଥାନ୍ତି । ଲକ୍ଷ୍ମୀପୂରାଣରେ ବର୍ଣ୍ଣିତ ରହିଛି ସତ୍ୟଯୁଗରେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନରେ ଲାଗିପଡ଼ିଲେ। ସମୁଦ୍ରକୁ ରତ୍ନାକର କୁହାଯାଏ । କାରଣ ସମସ୍ତ ପ୍ରକାର ରତ୍ନକୁ ନିଜ  ଅବୟବରେ ଏହା ଧାରଣ କରିଥାଏ। ସମୁଦ୍ର ମନ୍ଥନରୁ ଆଦ୍ୟାଶକ୍ତି ଜଗତଜନନୀ ଲକ୍ଷ୍ମୀ ଆର୍ବିର୍ଭୁତା ହୋଇଥିଲେ।  ଗଜଲକ୍ଷ୍ମୀ ହେଉଛନ୍ତି ଜଳାଧିପତି  ବରୁଣଙ୍କ କନ୍ୟା । ଲକ୍ଷ୍ମୀଙ୍କ ଆବିର୍ଭାଭାବ ହେତୁ ତାଙ୍କର ଅନ୍ୟନାମ କୁମାର ଲକ୍ଷ୍ମୀ। ଭଗବାନ ବିଷ୍ଣୁଙ୍କର ପାଣିଗ୍ରହଣ ପରେ ମହାଲକ୍ଷ୍ମୀ ତ୍ରୀପୁରରେ ବିଜିତା ହେଲେ। ମାଆଙ୍କ ଉଭୟ ପାର୍ଶ୍ୱରେ ୨ଟି ଗଜହସ୍ତି ଜଳାଭିଷେକ ମୁଦ୍ରାରେ ଦଣ୍ଡାୟମାନ ରହିଥିବାରୁ ମାଆଙ୍କୁ ଗଜଲକ୍ଷ୍ମୀଭାବେ ଆରାଧନା କରାଯାଏ । ଶତଦଳ ପ୍ରସ୍ଫୁଟିତ ପଦ୍ମ ଉପରେ ଅଭୟ ବରଦା ମୁଦ୍ରାରେ ଶୋଭାଭିତା ମାଆ ଗଜଲକ୍ଷ୍ମୀ । କେବଳ ହିନ୍ଦୁ ଧର୍ମ ନୁହେଁ ବୌଦ୍ଧ ଧର୍ମରେ ମଧ୍ୟ ଗଜଲକ୍ଷ୍ମୀଙ୍କୁ ଉପସନା ପ୍ରଚଳିତ ରହିଛି ।ଜ୍ୟୋତିର୍ବିଦ ଦୀନବନ୍ଧୁ ନାୟକ ମା'ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର କିଛି ଉପାୟ କହିଛନ୍ତି। ଆସନ୍ତୁ ଜାଣିବା ମାଙ୍କୁ ଉପାସନା କରିବା ବିଧି 

ଘରେ କିପରି କରିବେ ମାଙ୍କୁ ଆରାଧନା 
1. ସପ୍ତସତୀ ଚଣ୍ଡିରେ ଉଲ୍ଲେଖ ଅଛି  ଯା ଦେବୀ ସର୍ବ ଭୂତେଷୁ ଶକ୍ତିରୂପେଣ ସଂସ୍ତିତା । ମାଆଙ୍କର ଏହି ଶକ୍ତିକୁ କୁମାର କୁମାରୀମାନେ ଗଜଲକ୍ଷ୍ମୀ ରୂପେ ଉପାସନା କରିବା ଦ୍ୱାରା ଉପଯୁକ୍ତ ବର, କନ୍ୟା ରତ୍ନ ପ୍ରାପ୍ତିହୁଏ । 

2.  ପ୍ରାତଃକାଳ ସମୟରେ  କାଠ ପିଢ଼ାରେ ଶ୍ୱେତବସ୍ତ୍ର  ଓ ଧଳାଫୁଲ ବିଛାଇ ମାଆ ଗଜଲକ୍ଷ୍ମୀଙ୍କ ଫଟୋ ରଖି ଦ୍ୱିପ, ଧୂପ, ନୈବିଦ୍ୟ ଅର୍ପଣ କରିବେ, ଏସମସ୍ତ କାର୍ଯ୍ୟ କରଲାବେଳେ ଓଁ  ଗଜଲକ୍ଷ୍ମୀ ନମଃ ମନ୍ତ୍ର ଉଚ୍ଚାରଣ କରିବେ । ଏହାପରେ ସନ୍ଧ୍ୟାରେ  ଏହି ମନ୍ତ୍ରଉଚ୍ଚାର କରି ପୁଷ୍ପଞ୍ଜଳୀ ଦେବେ।   ଦିନବେଳା ଉପବାସ ରହି ସଂଧ୍ୟା ବେଳେ  ମାତାଙ୍କୁ ୧୦୮ ପଦ୍ମ ପ୍ରଦାନ କରି ଉପାସନା  କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । 

କେଉଁ ମୁଦ୍ରାରେ ଧ୍ୟାନ କରିବେ

ଲକ୍ଷ୍ମୀ ଶୁକ୍ଳାବରା ଦେବି, ରୂପେଣ ପ୍ରତିମା ଭୂବି
ପୃଥକ୍ ଚର୍ତ୍ତୃଭୂଜା କାର୍ଯ୍ୟା, ଦେବି ସିଂହାସନେ ଉଭା
ସିଂହାସନେ ସ୍ତ୍ୟା କର୍ତ୍ତବ୍ୟଂ କମଳଂ ଯାରୁକାର୍ଣ୍ଣିଂକାମ୍
ଅଷ୍ଟାପତ୍ରଂ ମହାଭାଗା କର୍ଣ୍ଣଂକାୟାଂ ସୁସଂସ୍ଥିତା 

 ମନୋବାଞ୍ଛିତ ଫଳ ପାଇବା ପାଇଁ ମନ୍ତ୍ର 
ଓଁ  ଗଜଲକ୍ଷ୍ମୀ ମମ ସର୍ବାରିଷ୍ଟ ପ୍ରଶମାନୟ ସ୍ୱାହାକୁ ୫୪, ୨୧ ଓ ୭ ଥର ଜପ କରିପାରିବେ।