ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ହାଉସଫୁଲ 4, ପ୍ରଥମ ଦିନର ଆୟ ୨୦ କୋଟି
Advertisement

ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ହାଉସଫୁଲ 4, ପ୍ରଥମ ଦିନର ଆୟ ୨୦ କୋଟି

ଏହି ଦୀପାବଳି ଅବସରରେ ବକ୍ସ ଅଫିସରେ ୩ଟି ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମଗୁଡିକ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ 4, ତାପସୀ ପନ୍ନନ ଓ ଭୂମି ପେଡନେକରଙ୍କ 'ସାଣ୍ଡ କୀ ଆଖ' ଓ ରାଜକୁମାର ରାଓଙ୍କ ଫିଲ୍ମ ମେଡ ଇନ ଚାଇନା ଏହି ଶୁକ୍ରବାର ଅର୍ଥାତ ଅକ୍ଟୋବର ୨୫ରେ ସିନେମା ହଲରେ ରିଲିଜ ହୋଇଯାଇଛି । ପ୍ରାୟ ୧୦ ବର୍ଷ ପରେ ଆମକୁ ଏହି ୩ଟି ଫିଲ୍ମ ମଧ୍ୟରେ ଦୀପାବଳି କ୍ଲାଶ ଦେଖିବାକୁ ମିଳୁଛି । ଗୋଟିଏ ପଟେ ତାପସୀ ଓ ରାଜକୁମାର ରାଓଙ୍କ ଫିଲ୍ମର ପ୍ରଶଂସା ହେଉଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମର ଚର୍ଚ୍ଚା ଲାଗି ରହିଛି । 

Housefull 4

ନୂଆଦିଲ୍ଲୀ: ଏହି ଦୀପାବଳି ଅବସରରେ ବକ୍ସ ଅଫିସରେ ୩ଟି ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମଗୁଡିକ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ 4, ତାପସୀ ପନ୍ନନ ଓ ଭୂମି ପେଡନେକରଙ୍କ 'ସାଣ୍ଡ କୀ ଆଖ' ଓ ରାଜକୁମାର ରାଓଙ୍କ ଫିଲ୍ମ ମେଡ ଇନ ଚାଇନା ଏହି ଶୁକ୍ରବାର ଅର୍ଥାତ ଅକ୍ଟୋବର ୨୫ରେ ସିନେମା ହଲରେ ରିଲିଜ ହୋଇଯାଇଛି । ପ୍ରାୟ ୧୦ ବର୍ଷ ପରେ ଆମକୁ ଏହି ୩ଟି ଫିଲ୍ମ ମଧ୍ୟରେ ଦୀପାବଳି କ୍ଲାଶ ଦେଖିବାକୁ ମିଳୁଛି । ଗୋଟିଏ ପଟେ ତାପସୀ ଓ ରାଜକୁମାର ରାଓଙ୍କ ଫିଲ୍ମର ପ୍ରଶଂସା ହେଉଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମର ଚର୍ଚ୍ଚା ଲାଗି ରହିଛି । 

ହାଉସଫୁଲ 4କୁ ସମସ୍ତ ଦର୍ଶକ ଉତ୍ସୁକତା ସହ ଚାହିଁ ବସିଥିଲେ । ହାଉସଫୁଲର ସମସ୍ତ ପାର୍ଟ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଖୁବ ହସାଇଥିଲେ । ବର୍ତ୍ତମାନ ହାଉସଫୁଲ 4 ମଧ୍ୟ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବା ସହ ଖୁବ ହସାଉଛି । ଏହି ଫିଲ୍ମକୁ ନେଇ ଜନତା ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ରହିଛି । ବର୍ତ୍ତମାନ ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରେ କଲେକଶନ ମଧ୍ୟ କରି ସାରିଛି । 

ହାଉସଫୁଲ 4 ପ୍ରଥମ ଦିନରେ ପ୍ରାୟ ୨୦ କୋଟି ଟଙ୍କାର ବ୍ୟବସାୟ କରିଛି । ଏହି ଫିଲ୍ମକୁ  ଶୁକ୍ରବାର ଦିନ ଧନତେରସ ହେବାର ଲାଭ ମଧ୍ୟ ମିଳିଛି । ଆପଣଙ୍କୁ କହି ରଖୁଛୁ ଯେ, ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, ବବି ଦେୟଲ, କୃତି ସେନନ, କୃତି ଖରବନ୍ଦା, ପୂଜା ହେଗଡ଼େ, ଚଙ୍କି ପାଣ୍ଡେ ଓ ଜନି ଲିଭର ଅଭିନୟ କରିଛନ୍ତି । ପୁନଃଜନ୍ମ ଉପରେ ଆଧାରିତ ଏକ କାହାଣୀକୁ ନେଇ ଏହି ଫିଲ୍ମ ।