)
ନୂଆଦିଲ୍ଲୀ: ଚାରି ଅଙ୍କ ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା । ଅର୍ଥାତ ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ହଜାରେ ପାର । ଆଜିର ତାଜା ରିପୋର୍ଟ କହୁଛି, ଏପର୍ଯ୍ୟନ୍ତ କୋରୋନା ଯୋଗୁ ୧୦୦୭ଜଣଙ୍କ ଜୀବନ ଗଲାଣି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୭୬୯୫ ଜଣ ସୁସ୍ଥ ହେଲେଣି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
Total number of #COVID19 positive cases in India rises to 31332 including 1007 deaths, 7695 cured/discharged and 1 migrated: Union Ministry of Health and Family Welfare pic.twitter.com/l0hNa3GIPp
— ANI (@ANI) April 29, 2020
ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ବିଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ଲକ୍ଷ ୩୮ ହଜାର ୪୧୩ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧୭ ହଜାର ୯୮୫ ଛୁଇଁଲାଣି । ତେବେ ୯ଲକ୍ଷ ୫୫ ହଜାର ୮୨୪ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । ଯାହାକୁ ଆଗକୁ କୋରୋନା ମୁକାବିଲାରେ ସଫଳତା ମିଳିବା ନେଇ ଆତ୍ମବିଶ୍ୱାସ ଯୋଗାଉଛି ।
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା କୋରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୫ ହଜାର ୭୬୫ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୫୯ହଜାର ୨୬୬ ଚୁଇଁଲାଣି । ତେବେ ୧ଲକ୍ଷ ୪୨ ହଜାର ୨୩୮ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି ।