)
ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଆଜିର ତାଜା ରିପୋର୍ଟ କହୁଛି, ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାକୁ ବସିଲାଣି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯୩୯୧ରେ ପହଞ୍ଚିଛି । ସେହିପରି ୧୬୯୪ ଜଣଙ୍କ ମୃତ୍ୟୁ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପର୍ଯ୍ୟନ୍ତ ୧୪୧୮୨ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଅନ୍ୟପଟେ ୩୩୫୧୪ ମାମଲା ସକ୍ରିୟ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୮ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି । ଦେଶରେ କୋରୋନା ଯୋଗୁ ସବୁଠୁ ବେଶି ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨୫ ରହିଛି । ସେହିପରି ୬୧୭ ଜଣଙ୍କ ଜୀବନ ମଧ୍ୟ ଗଲାଣି ।
Total number of #COVID19 positive cases in India rises to 49,391 including 33,514 active cases, 1694 deaths, 14,182 cured/discharged and 1 migrated: Ministry of Health and Family Welfare pic.twitter.com/LsL0gDYZ2D
— ANI (@ANI) May 6, 2020
ଏବେ ନଜର ପକାଇବା, ବିଶ୍ୱବ୍ୟାପି କୋରୋନାର ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୩୭ ଲକ୍ଷ ୨୭ ହଜାର ୯୩୬ ଜଣ କୋରୋନାରେ ଆକ୍ରାନ୍ତ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୨ଲକ୍ଷ ୫୮ ହଜାର ୩୪୪ ଜଣଙ୍କ ମୃତ୍ୟୁ ହୋଇଛି । ୧୨ଲକ୍ଷ ୪୨ ହଜାର ୪୩୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ବିଶ୍ୱରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ସେପଟେ କୋରୋନାର ଉତ୍ପତି ସ୍ଥଳ ଚୀନ ଏହାକୁ ନିୟନ୍ତ୍ରଣକୁ ନେବାରେ ସଫଳ ହୋଇଛି ।