୧୧ତାରିଖ ଯାଏ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା
Advertisement

୧୧ତାରିଖ ଯାଏ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା

ସାତକୋଶିଆ ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିସହିତ ଆସନ୍ତା ୯ ତାରିଖରୁ ଆରମ୍ଭ ହେବ କୁମ୍ଭୀର ଗଣନା ।  ଏହି ଗଣନା କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପକ୍ଷୀ ଓ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । 

ଫାଇଲ ଫଟୋ

ରଘୁନାଥ ସାହୁ, ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିସହିତ ଆସନ୍ତା ୯ ତାରିଖରୁ ଆରମ୍ଭ ହେବ କୁମ୍ଭୀର ଗଣନା ।  ଏହି ଗଣନା କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପକ୍ଷୀ ଓ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । 

 fallback
ସେପଟେ ଗଣନା ପାଇଁ ଗୁରୁବାର ଟିକରପଡା ରେଞ୍ଜ କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ସମ୍ମିଳନୀ ଗୃହରେ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।  ସାତକୋଶିଆ ମହାନଦୀ ଗଣ୍ଡର ୨୧ କିଲୋମିଟର, ଶିଶୁ ପଥର ଡ୍ୟାମ୍‌, ଆଠମଲ୍ଲିକର ବେଲପୁଞ୍ଜି ମଠ, ମାନଯୋର ପ୍ରୋଜେକ୍ଟ, କଦଳୀଖୋଲା, ରାଉତପଡା ବନ୍ଧ, ଜାମଡୋଳି ବନ୍ଧ ଆଦି ଅଞ୍ଚଳରେ ପକ୍ଷୀ ଓ କୁମ୍ଭୀର ଗଣନା କରାଯିବ । କୁମ୍ଭୀର ଗଣନା ପାଇଁ ମୋଟ ୧୩ଟି ୟୁନିଟ୍‌ ମଧ୍ୟରୁ ସାତକୋଶିଆରେ ୫ଟି, ମହାନଦୀରେ ୫ଟି ଓ ଆଠମଲ୍ଲିକରେ ୩ଟି ୟୁନିଟ୍‌ ଗଣନା କରିବେ । ସେହିପରି ପକ୍ଷୀ ଗଣନା ପାଇଁ ୧୫ଟି ୟୁନିଟ୍‌ ଗଠନ କରାଯାଇଛି । 

ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକ ହରଭଙ୍ଗାରୁ ଅଏଡ, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ ଅଞ୍ଚଳର ବିଭିନ୍ନ ଜଳାଶୟରେ ଏହି ଗଣନା କରାଯିବ । ଏଥିପାଇଁ ମୋବାଇଲ ଟ୍ରାକିଙ୍ଗ, ଜିପିଏସ, ବାଇନା କୁଲର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ୧୧ ତାରିଖ ଏହି ଗଣନା ସରିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ 
ସାତକୋଶିଆ ଅଭୟାରଣ୍ୟ ବନ୍ଦ ରଖାଯାଇଛି । ଟିକରପଡା, କମାଳାଡିହ, ଆଠମଲ୍ଲିକର ସମସ୍ତ ମତ୍ସ୍ୟଜୀବୀଙ୍କୁ ନଦୀ ଭିତରକୁ ଯିବାକୁ ବାରଣ କରାଯାଇଛି ।

ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଶୀତର ପ୍ରଭାବ ଅଧିକ ରହିଛି । ଏଥିପାଇଁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବ ବୋଲି ଅନୁମାନ  କରା ଯାଉଛି ।  ଏହି ଗଣନାରେ କିଛି ଏନଜିଓ, ସାମ୍ବାଦିକ ଓ ପରିବେଶ କର୍ମୀଙ୍କୁ ମଧ୍ୟ ସାମିଲ କରାଯାଇଛି ।