close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅଡ-ଇଭେନ ଲାଗୁ ହେବାର ଅଧ ଘଣ୍ଟା ଭିତରେ ଗଣିଲେ ତଣ୍ଡ

ରାଜଧାନୀରେ ଅଡ-ଇଭେନ ଲାଗୁ ହେଉ ହେଉ ଧରା ପଡିଲେ ନୋଏଡା ବାସିନ୍ଦା । ଦିଲ୍ଲୀ ଟ୍ରାଫିକ ତାଙ୍କ ଗାଡି ଉପରେ ଫାଇନ କାଟିଛି ।

 ଅଡ-ଇଭେନ ଲାଗୁ ହେବାର ଅଧ ଘଣ୍ଟା ଭିତରେ ଗଣିଲେ ତଣ୍ଡ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜଧାନୀରେ ଅଡ-ଇଭେନ ଲାଗୁ ହେଉ ହେଉ ଧରା ପଡିଲେ ନୋଏଡା ବାସିନ୍ଦା । ଦିଲ୍ଲୀ ଟ୍ରାଫିକ ତାଙ୍କ ଗାଡି ଉପରେ ଫାଇନ କାଟିଛି । ନିୟମ ଲାଗୁ ହେବାର ମାତ୍ର ଅଧ ଘଣ୍ଟା ନ ହେଉଣୁ ଟ୍ରାଫିକ ହାତରେ ଧରା ପଡିଛନ୍ତି ନିୟମ ଉଲଙ୍ଘନକାରୀ । ଆଜି ସକାଳ ୮ଟାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ଅଡ-ଇଭେନ ନିୟମ । ପ୍ରଥମ ଦିନ ଅଯୁଗ୍ମ ଗାଡି ଉପରେ କଟକଣା ଲାଗିଛି । 

ସୂଚନା ମୁତାବକ, ପରିବହନ ଅଫିସ ଆଗରେ ନିୟମ ଉଲଙ୍ଘନକାରୀଙ୍କୁ ଟ୍ରାଫିକ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ଆଜି ନିୟମ ଲାଗୁ ହେବା ପରେ ହଠାତ ଟ୍ରାଫିକ ପୋଲିସର ନଜରରେ ଆସିଥିଲା ଏକ କାର । ନମ୍ବର UP16AB9599। ଅର୍ଥାତ ଅଯୁଗ୍ମ ପଞ୍ଜୀକରଣ ନମ୍ବର । ଯାହା ଆଜି ଦିଲ୍ଲୀ ରାସ୍ତାରେ ନଯିବା କଥା । ୪ ହଜାର ଟଙ୍କା ଫାଇନ କାଟିଥିଲେ ଟ୍ରାଫିକ କର୍ମଚାରୀ । 

ତେବେ କାର ଡ୍ରାଇଭରଙ୍କ କହିବା କଥା ହେଲା, ସେ ନୋଏଡା ବାସିନ୍ଦା । ଗତ ରାତିରେ କୌଣସି କାମ ପାଇଁ ଦିଲ୍ଲୀ ଆସିଥିଲେ । ତେବେ ଅଡ-ଇଭେନ ନିୟମ ଆଜିଠୁ ଲାଗୁ ହେଉଥିବା ନେଇ ତାଙ୍କର ଧାରଣା ନଥିଲା । 

କହିରଖୁଛୁ, ସାଙ୍ଘାତିକ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବା ପାଇଁ ଆଜିଠୁ ଆରମ୍ଭ ହୋଇଛି  ଅଡ-ଇଭେନ ଫର୍ମୁଲା । ଏହି ନିୟମ ମୁତାବକ, ଆସନ୍ତା ୧୫ ତାରିଖ ଯାଏଁ ଦିଲ୍ଲୀରେ ଅଧା ଗାଡି ଗଡିବ, ଆଉ ଅଧା ବସିରହିବ । ପ୍ରଥମ ଦିନରେ ଅଯୁଗ୍ମ ଗାଡି ଅର୍ଥାତ ଯେଉଁ ୪ ଚକିଆ ଯାନବାହରର ଗାଡି ନମ୍ବର ଅଯୁଗ୍ମ, ତାହା ଦିଲ୍ଲୀ ରାସ୍ତାରେ ଗଡିପାରିବ ନାହିଁ । ନିୟମ ଅମାନ୍ୟ କଲେ ୪ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀକାଳୀନ ସେବା ପାଇଁ ନିୟମକୁ କୋହଳ କରାଯାଇଛି । 

ଆଜି ସକାଳ ୮ଟାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଫର୍ମୁଲା । ଆସନ୍ତା ୧୫ ତାରିଖ ଯାଏ ପ୍ରତ୍ୟେକ ଦିନ ସକଳା ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଯାନବାହନ ଉପରେ ମଧ୍ୟ ଏହା ନିୟମ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଆସନ୍ତା ୧୦ ତାରିଖ ରବିବାର ଦିନ ନିୟମକୁ କୋହଳ କରାଯାଇଛି । ନିଜ ପିଲା ଛୁଆଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିୟମ ମାନିବାକୁ ଜନତାଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 

କେଉଁ ଦିନ କେଉଁ ନମ୍ବରର ଗାଡି ଚଳାଇପାରିବେ ?

ଅତି ସରଳ ଭାବରେ କହିଲେ ଆସନ୍ତା ୪ରୁ ୧୫ ତାରିଖ ଯାଏ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଦିଲ୍ଲୀରେ ଚାଲିପାରିବ । ଅର୍ଥାତ ନଭେମ୍ବର ୪, ୬, ୮, ୧୨ ଓ ୧୪ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ନଭେମ୍ବର ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ଅଯୁଗ୍ମ ନମ୍ବର ଯୁକ୍ତ ଗାଡି ହିଁ ଗଡିବ । ଆସନ୍ତା ୧୦ ତାରିଖ ରବିବାର ଦିନ ଏହି ନିୟମ ଲାଗୁ ହେବ ନାହିଁ । ଅର୍ଥାତ ରବିବାର ଯୁଗ୍ମ ତାରିଖରେ ମଧ୍ୟ ଅଯୁଗ୍ମ ନମ୍ବରର ଗାଡି ଆପଣ ବ୍ୟବହାର କରିପାରିବେ ।