ଶାକାହାରୀଙ୍କ ପାଇଁ ଟ୍ରାଭେଲ ଟିପ୍ସ
Advertisement

ଶାକାହାରୀଙ୍କ ପାଇଁ ଟ୍ରାଭେଲ ଟିପ୍ସ

ଏହି ୫ଟି ଟିପ୍ସକୁ ଫଲୋ କଲେ ଦୁନିଆର ଯେଉଁ ଜାଗାକୁ ବି ଟ୍ରାଭେଲ କଲେ ଆପଣଙ୍କୁ ଖାଦ୍ୟରେ ସମସ୍ୟା ହେବନି

ସୌଜନ୍ୟ: ସୋସିଆଲ ମିଡିଆ

ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଆସିଲାଣି ଶୀତଋତୁ । ଆପଣ ହୁଏତ ଦେଶର କେତେକ ସ୍ଥାନ ବୁଲିସାରିଥିବେ । ଆଉ ଏବେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି । ହେଲେ ଆପଣ ଜଣେ ଶାକାହାରୀ ବୋଲି ଚିନ୍ତିତ କି? ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ କେତୋଟି ଟିପ୍ସ ଦେବୁ ସେ ସବୁକୁ ଫଲୋ କଲେ ଆପଣଙ୍କ ଯାତ୍ରା ଆହୁରି ସହଜ ହୋଇଯିବ ।

ଆପଣ ଟିକେ ଭାବନ୍ତୁ । ଆପଣଙ୍କ ପାସପୋର୍ଟ ରେଡି ଅଛି । ଜିନିଷପତ୍ର ମଧ୍ୟ ସଜାଡି ସାରିଲେଣି । ହେଲେ ମନକୁ ଗୋଟିଏ ପ୍ରଶ୍ନ ଆସୁଛି ସେଠାରେ କଣ ଖାଇବେ ଆଉ ଆପଣଙ୍କ ପସନ୍ଦର ଜିନିଷ ମିଳିବ କି ନାହିଁ  । ଏହା ଏପରି ଏକ ପ୍ରଶ୍ନ ଯାହା ପ୍ରତ୍ୟେକ ଶାକାହାରୀଙ୍କ ମନରେ ସବୁବେଳେ ଘର କରିକି ରହିଥାଏ ।  ଶାକାହାରୀଙ୍କ ପାଇଁ ସବୁସ୍ଥାନରେ ଥିବା ରେସ୍ତୁରାଁରେ ଖାଦ୍ୟ ସହଜରେ ମିଳେନାହିଁ । ଖାସ ଏଥିପାଇଁ ଅନେକ ଶାକାହାରୀ ବାହାର ଦେଶକୁ ବୁଲିବାକୁ ପ୍ଲାନ କରୁଥିଲେ ମଧ୍ୟ ପଛଘୁଞ୍ଚା ଦିଅନ୍ତି । ଯଦି ଆପଣ ଏହି ସମସ୍ୟା ଭିତରେ ଗତି କରୁଛନ୍ତି ତେବେ ପଢନ୍ତୁ ଏହି ଟିପ୍ସ...

୧. ଆପଣ ଏକା ଏପରି ଜଣେ ବ୍ୟକ୍ତି ନୁହାଁନ୍ତି  ଯିଏ ଏହି ସମସ୍ୟା ଭିତରେ ଗତି କରୁଛନ୍ତି । ଏଥିପାଇଁ କୁଆଡେ ଯିବାକୁ ପ୍ଲାନ ପ୍ରସ୍ତୁତ କରିବା ପୂର୍ବରୁ ଶାକାହାରୀ ଲୋକଙ୍କ ସହ ଆଲୋଚନା କରନ୍ତୁ । ଯେଉଁମାନେ ଆପଣ ବାଛିଥିବା ସ୍ଥାନକୁ ପୂର୍ବରୁ ଯାଇଛନ୍ତି ।  ଆପଣ ସୋସିଆଲ ମିଡିଆ ହେଉ ଅବା Quoraର ସାହାଯ୍ୟରେ କିଛି ଉପାୟ ପାଇପାରିବେ ।

୨.  କୌଣସି ଦେଶ ଆପଣ ବୁଲିବାକୁ ଯିବା ପୂର୍ବରୁ ଆପଣ ପୂରା ସମୟ ନିଅନ୍ତୁ । ଏହି ସ୍ଥାନ ବିଷୟରେ ଭଲ ଭାବରେ ରିସର୍ଚ୍ଚ କରନ୍ତୁ । ଖାସ କରି ସେଠାକାର ଖାଦ୍ୟ ଓ ପାନୀୟ ବିଷୟରେ ତଥ୍ୟ ସଂଗ୍ରହ କରନ୍ତୁ । ଯଦି ଆପଣ ଲଣ୍ଡନ ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସେଠାକାର ୱିଗନ କିମ୍ୱା ଶାକାହାରୀ ରେସ୍ତୁରାଁ ସହଜରେ ମିଳିଯିବ । ଯାହାକି ଚୀନ୍ ଓ ଜାପାନରେ ଶାକାହାରୀ ଖାଦ୍ୟ ସହଜରେ ମିଳିବା କଷ୍ଟକର । ରିସର୍ଚ୍ଚ କରି ଆପଣ ବୁଲିବା ସ୍ଥାନ ସ୍ଥିର କଲେ ଆପଣଙ୍କ ଯାତ୍ରା ଅଧିକ ସହଜ ହୋଇଯିବ ।

୩. ଆପଣ ଟ୍ରାଭେଲ କରିବା ସମୟରେ ରେଡି-ଟୁ-ଇଟ୍ ଖାଦ୍ୟ (ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ) ସାଙ୍ଗରେ ନେଇପାରିବେ । ଶାକାହାରୀ ମାନେ କପ ନୁଡଲ୍ସ, ଚୂଡ଼ା, ଛତୁଆ, ମିଲ୍କ ପାଉଡର, ଫଳ ଇତ୍ୟାଦି  ଜିନିଷ ସାଙ୍ଗରେ ନେଇପାରିବେ ।

୪. ଆପଣ ଯେଉଁ ଆଡ଼େ ଯାଉଛନ୍ତି ସେଠାରେ ଶାକାହାରୀ ଖାଦ୍ୟକୁ ସେଠାକାର ଭାଷାରେ କଣ କୁହନ୍ତି ତାହା ମଧ୍ୟ ଶିଖନ୍ତୁ । ଏହା ଜାଣିବା ପରେ ଆପଣଙ୍କୁ ସେଠାକାର ଦୋକାନରେ ଜିନିଷ ମାଗିବାକୁ ସହଜ ହେବ ।

୫. ସବୁଠାରୁ ସହଜ ଉପାୟ ହେଉଛି ଆପଣ କିଛି ସିମ୍ପୁଲ ଶାକାହାରୀ ଖାଦ୍ୟପେୟ ତିଆରି କିରବାର ତରିକା ଶିଖିଯାଆନ୍ତୁ ।ଏଥି ପାଇଁ ଆପଣଙ୍କୁ ବଜାରରୁ କିଛି ଜିନିଷ କିଣି ଆଣିବାକୁ ପଡିବ । ଆଉ ହୋଟେଲ ରୁମରେ ଥିବା କିଚେନ ବ୍ୟବହାର କରି ଆପଣ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିପାରିବେ ।