close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମାଛଧରା ଟ୍ରଲରକୁ ବୁଡାଇଲା 'ବ୍ଲାକରୋଜ'

ପାରାଦୀପ ସମୁଦ୍ର ମଝିରେ ବର୍ଷ ବର୍ଷ ଧରି ବୁଡି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଆଜି ଏକ ମାଛଧରା ଟ୍ରଲର ବୁଡି ଯାଇଛି । 

ମାଛଧରା ଟ୍ରଲରକୁ ବୁଡାଇଲା 'ବ୍ଲାକରୋଜ'
ଫାଇଲ ଫଟୋ

ଜସ୍ମିନ ରେଖା ମହନ୍ତ, ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ବର୍ଷ ବର୍ଷ ଧରି ବୁଡି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଆଜି ଏକ ମାଛଧରା ଟ୍ରଲର ବୁଡି ଯାଇଛି । ତେବେ ଟ୍ରଲରରେ ଥିବା ସମସ୍ତ ୬ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅନ୍ୟପଟେ ଏହି ଘଟଣା ପରେ 'ବ୍ଲାକରୋଜ' କୁ ସ୍ଥାନାନ୍ତର କେବେ କରାଯିବ, ସେନେଇ ପ୍ରଶ୍ନ ଉଠିଛି । 

ଯାହା ଆଶଙ୍କା କରାଯାଉଥିଲା, ତାହା ଘଟିବା ଆରମ୍ଭ ହେଲା । ସମୁଦ୍ର ମଝିରେ ପଡି ରହିଥିବା ମାଲବାହୀ ଜାହାଜ ବ୍ଲାକରୋଜ ହାବୁଡରେ ଆଜି ଏକ ମାଛଧରା ଟ୍ରଲର ପଡିଛି । ଆଜି ସକାଳୁ ୬ ମତ୍ସଜୀବୀ ମାଛ ଧରିବା ପାଇଁ ସମୁଦ୍ର ଭିତରରକୁ ଯାଉଥିବା ବେଳେ ଘନ କୁହୁଡି ଯୋଗୁଁ ବ୍ଲାକରୋଜ ସହ ସେମାନଙ୍କ ଟ୍ରଲର ଧକ୍କା ହୋଇଛି । ଫଳରେ ସମ୍ପୁର୍ଣ୍ଣ ଭାବରେ ମାଛ ଧରା ଟ୍ରଲରଟି ବୁଡି ଯାଇଛି । ଏହାସହ ମାଛଧରା ସାମଗ୍ରୀ ସବୁ ସମୁଦ୍ର ପାଣିରେ ଭାସି ଯାଇଛି । ଦୁର୍ଘଟଣାଗ୍ରସ୍ଥ ଟ୍ରଲରର ନାଁ "ମା ଜଗତଜନନୀ" ବୋଲି ଜଣାପଡିଛି । 

ଆଉ ଏହା ପରେ ବ୍ଲାକରୋଜ ଜାହାଜକୁ ନେଇ ଉଠିଛି ଅନେକ ପ୍ରଶ୍ନ । ମଙ୍ଗୋଲିଆର ଏହି ଜାହାଜ ବୁଡି ଘଟଣାକୁ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି । ସେତେବେଳେ ଜାହାଜରେ ଥିବା ୨୭ଜଣ ନାବିକଙ୍କ ମଧ୍ୟରୁ ବନ୍ଦର ମେରାଇନ ବିଭାଗ ୨୬ ଜଣଙ୍କୁ ଉଦ୍ଧାର କରିଥିଲା। ଜାହାଜର ମୁଖ୍ୟଯନ୍ତ୍ରୀ ଆଲେକ ଜାଣ୍ଡାର ୟୁଲୋଶ୍ୱେଙ୍କୋଙ୍କ ମୃତ୍ୟୁ ଘଟିଥିଲା। ଆଉ ସେବେଠୁ ଜାହାଜକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଆସୁଛି । ଏହା ଅନ୍ୟତ୍ର ସ୍ଥାନାନ୍ତର ନହେଲେ, ଅନ୍ୟ ଜାହାଜର ପଥରେ ବାଧା ହେବ ବୋଲି ଆଶଙ୍କା କରାଯାଉଥିଲା ।  ଆଉ ୧୦ ବର୍ଷ ପରେ ମାଛଧରା ଟ୍ରଲର ଏହାର ପ୍ରଥମ ଶୀକାର ହୋଇଛି ।