କାଶ୍ମୀର ଘାଟିରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ଏବଂ ଆଇଏସ ପତାକା ବଦଳରେ ତ୍ରୀରଙ୍ଗା ଉଡୁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |
Trending Photos
)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବଦଳିବ ଜମ୍ମୁ କାଶ୍ମୀରର ଚିତ୍ର ଏବଂ ଭାଗ୍ୟ | ରବିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁ କାଶ୍ମୀର ଜନସମ୍ବାଦ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ପାକି ଅଧିକୃତ କାଶ୍ମୀର(ପିଓକେ) ବାସିନ୍ଦା ପାକିସ୍ତାନ ସରକାରଙ୍କ ଅଧିନରେ ରହିବା ବଦଳରେ ଭାରତ ସହ ସାମିଲ ହେବାକୁ ଆଗ୍ରହ ଦେଖାଉଛନ୍ତି | ଏପରି ଏକ ଦିନ ଆସିବ ଯେଉଁଦିନ ଆମ ସଂସଦର ଏକ ଲକ୍ଷ୍ୟ ମଧ୍ୟ ପୂରଣ ହେବ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଜମ୍ମୁ କାଶ୍ମୀର ଶିଖରରେ ପହଞ୍ଚିବ |
କାଶ୍ମୀର ଘାଟିରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ଏବଂ ଆଇଏସ ପତାକା ବଦଳରେ କାଶ୍ମୀରରେ ଉଡୁଛି ରାଷ୍ଟ୍ରୀୟ ଧ୍ୱଜ ତ୍ରୀରଙ୍ଗା | ଏହା ପୂର୍ବରୁ ଶତ୍ରୁ ଦେଶ ଏବଂ ଆତଙ୍କବାଦୀ ଗୋଷ୍ଠୀର ପତାକା ଉଡାଇ କାଶ୍ମୀର ଆଜାଦିର ନାରା ଲଗାଉଥିଲେ ବିଚ୍ଛିନତାବାଦୀ |
ଜନ ସମ୍ବାଦ ରାଲିକୁ ସମ୍ବୋଧିନ କରିବା ଅବସରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାଶ୍ମୀର ଘାଟିର ସରପଞ୍ଚ ଅଜୟ ପଣ୍ଡିତ ଏବଂ ୧୯୪୭ ମସିହାରେ ସେତେବେଳର କାଶ୍ମୀର ଘାଟିରେ ପତାକା ଉଡାଇଥିବା ବାରମୂଳାର ମହମ୍ମଦ ମକବୁଲ ଶେରୱାନୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ |
କେନ୍ଦ୍ର ସରକାରଙ୍କ ଭବିଷ୍ୟତର ଯୋଜନା ସମ୍ପର୍କରେ ମତ ରଖି ସେ କହିଛନ୍ତି ବିଦେଶରୁ ହେଉଥିବା ଜନିଷପତ୍ର ଆମଦାନୀକୁ ବନ୍ଦ କରିବା ପାଇଁ ଜାରି ରହିଛି ଉଦ୍ୟମ | ଆଗାମୀ ଦିନରେ ଭାରତ ବୈଦେଶିକ ବାଣିଜ୍ୟକ କ୍ଷେତ୍ରରେ ଏକ ରପ୍ତାନୀକାରୀ ରାଷ୍ଟ୍ର ଭାବେ ସାମ୍ନାକୁ ଆସିବ |
ଲଦାଖରେ ଚୀନ ସହିତ ଚାଲିଥିବା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ରାଜନାଥ ସିଂହ କହିଛନ୍ତି କୂଟନୈତିକ ଏବଂ ସାମରିକ ସ୍ତରରେ ଏନେଇ କଥାବାର୍ତ୍ତା ଜାରି ରହିଛି | ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ | ବିରୋଧିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ସରକାର କାହାକୁ ଅନ୍ଧାର ମଧ୍ୟରେ ରଖିବାକୁ ଚାହୁଁନାହାଁନ୍ତି | ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ |