ନୂଆ ଲୁକ୍ ରେ ରାନୁ, ଟ୍ରୋଲର୍ସ କହିଲେ ଏପରି କଥା

ରାମ୍ପରେ ଚାଲିଲେ ରାନୁ ମଣ୍ଡଳ

ନୂଆ ଲୁକ୍ ରେ ରାନୁ, ଟ୍ରୋଲର୍ସ କହିଲେ ଏପରି କଥା
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ରେଳ ଷ୍ଟେସନରୁ ସିଧା ବଲିଉଡରେ ପାଦ ଥାପିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ହେଲେ ଏ ଚର୍ଚ୍ଚା ପ୍ରଶଂସା ପାଇଁ ନୁହଁ ବରଂ ଟ୍ରୋଲ କରିବା ପାଇଁ । ପ୍ରଥମେ ରାନୁ ହିମେଶଙ୍କ ସହ ଗୀତ ଗାଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ । ରାନୁ ଗାଇଥିବା କେଇ ପଦ ଗୀତ ମୋବାଇଲରୁ ମୋବାଇଲକୁ ଘୂରି ବୁଲିବା ସହ ଟିକଟିକଠୁ ଆରମ୍ଭ କରି ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ତେରୀ..ମେରୀ..ତେରୀ ମେରୀ କାହାଣୀ ଗୀତ ବନ୍ୟା ପାଣିଭଳି ଚାରିଆଡେ ଖୁବ କମ ସମୟ ମଧ୍ୟରେ ମାଡି ଯାଇଥିଲା । 

ଆଉ ଏହି ଗୀତ ଗାଇବା ପରେ ରାନୁ ସେଲିବ୍ରିଟି ପାଲଟିଯାଇଥିଲେ । ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ରାନୁଙ୍କ ଚର୍ଚ୍ଚିତ ଜୀବନରେ କଳା ରଙ୍ଗ ବୋଳି ଦେଇଥିଲା । ଭିଡିଓରେ ରାନୁଙ୍କ ସହ ଫଟୋ ନେବା ପାଇଁ ଜଣେ ମହିଳା ତାଙ୍କୁ ଡାକିବାରୁ ରାନୁ ପ୍ରତିକ୍ରିୟା ଗ୍ରହଣ କରିଥିଲେ । ମହିଳା ଜଣଙ୍କ କାହିଁକି ତାଙ୍କୁ ଛୁଇଁଲେ ବୋଲି ସେ ପଚାରିବା ସହ ରାଗ ତମତମ ହୋଇ ସେଠୁ ଚାଲି ଯାଇଥିଲେ । ଆଉ ରାନୁଙ୍କ ଏପରି ପ୍ରତିକ୍ରିୟା ଦେଖି ସୋସିଆଲ ମିଡିଆରେ ରାନୁଙ୍କୁ ଖୁବ ଟ୍ରୋଲ କରିଥିଲେ ଲୋକେ । ଏ ସବୁ ବାଦ ବର୍ତ୍ତମାନ ରାନୁ ଏକ ରାମ୍ପ ସୋରେ ମଡେଲ ସାଜି ରାମ୍ପରେ ଚାଲିଥିଲେ  ରାନୁଙ୍କ ଯେଉଁ ମେକ ଅପ ଭିଡିଓ ସାମ୍ନାକୁ ଆସିଛି ତାକୁ ଦେଖି ମଧ୍ୟ ପୁଣି ଥରେ ଲୋକେ ରାନୁଙ୍କୁ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଟ୍ରୋଲ କରିଛନ୍ତି ଓ ବିଭିନ୍ନ ପ୍ରକାରର ମଜାଳିଆ କଥା ମଧ୍ୟ କହିଛନ୍ତି । ଜାଣନ୍ତୁ ରାନୁଙ୍କୁ କିପରି ଟ୍ରୋଲ କରିଛନ୍ତି ଲୋକେ...