Advertisement
Article Detail0/zeeodisha/odisha868129

ପିନ୍ଧିନଥିଲେ ହେଲମେଟ; ଆଉ କଟିଗଲା ଏତିକି ଟଙ୍କାର ଚାଲାଣ

ହେଲେମେଟ ପିନ୍ଧିନଥିବା କାରଣରୁ ୧୦୦୦ ଟଙ୍କାର ଚାଲାଣ କଟିଥିବା ନେଇ ଜାଣି ପାରିନଥିଲେ ଟ୍ରକ ଚାଳକ।

ପିନ୍ଧିନଥିଲେ ହେଲମେଟ; ଆଉ କଟିଗଲା ଏତିକି ଟଙ୍କାର ଚାଲାଣ

ଭୁବନେଶ୍ୱର: ଟ୍ରକ ଭଳି ଭାରୀଯାନ ଚଳାଉଛନ୍ତି ଆପଣ? ତାହେଲେ ପିନ୍ଧିନିଅନ୍ତୁ ହେଲମେଟ ନହେଲେ କଟିଯିବ ଆପଣଙ୍କ ଚାଲାଣ। ଆଜ୍ଞା ହଁ ହେଲମେଟ ପିନ୍ଧିନଥିଲେ ବୋଲି ଜଣେ ଟ୍ରକ ଚାଳକଙ୍କୁ ଭରିବାକୁ ପଡିଛି ୧୦୦୦ ଟଙ୍କାର ଚାଲାଣ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ। ଯାହା ପରିବହନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। 

ପ୍ରମୋଦ କୁମାର ନାମକ ଜଣେ ଗାଡିଚାଳକ ନିଜର ଟ୍ରକ ପରମିଟ ରିନ୍ୟୁ (Truck Permit Renew) କରିବା ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (Regional Transportation Office) ଠାରେ ପହଞ୍ଚିଥିଲେ। ବିନା ହେଲମେଟ ପିନ୍ଧି ଟ୍ରକ ଚଳାଇ ଆରଟିଓ କାର୍ଯ୍ୟାଳୟରେ ପହଞ୍ଚିଥିବାରୁ ତାଙ୍କର ୧୦୦୦ ଟଙ୍କାର ଚାଲାଣ କାଟି ଦେଇଛି ରାଜ୍ୟ ପରିବହନ ବିଭାଗ (Odisha Transport Department)। 

ହେଲେମେଟ ପିନ୍ଧିନଥିବା କାରଣରୁ ୧୦୦୦ ଟଙ୍କାର ଚାଲାଣ କଟିଥିବା ନେଇ ଜାଣି ପାରିନଥିଲେ ଟ୍ରକ ଚାଳକ ପ୍ରମୋଦ କୁମାର। ଯେତେବେଳେ ସେ ଗାଡି ପରମିଟ ରିନ୍ୟୁ କରିବା ଲାଗି ଆରଟିଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଏ ଘଟଣା ବାବଦରେ ଜଣାପଡିଥିଲା। ଏନେଇ ପରିବହନ କୁହାଯାଇଥିଲା ଓଆର-୦୭ଡବ୍ଲ୍ୟୁ/୪୫୯୩ (OR-07W/4593) ଗାଡି ଚାଲାଣ ଜମା ହେଇନାହିଁ। କ'ଣ ପାଇଁ ଏହି    ଚାଲାଣ କଟିଥିଲା ବୋଲି ସେ ପ୍ରଶ୍ନ କରିବାରୁ ଏହାର ଉତ୍ତର ରଖି ବିଭାଗ ପକ୍ଷରୁ କୁହାଯାଇଥିଲା ବିନା ହେଲମେଟରେ ଗାଡି ଚଳାଉଥିବାରୁ ୧୦୦୦ ଟଙ୍କାର ଚାଲାଣ କଟିଛି। 

Add Zee News as a Preferred Source

Also Read: ନାବାଳକକୁ ସ୍କୁଟି ଦେବା ପଡିଲା ମହଙ୍ଗା; ମାଲିକ ଗଣିବେ ୨୬ ହଜାର ଟଙ୍କା

 

ଏନେଇ ଗାଡି ଚାଳକ ପରିବହନ ବିଭାଗକୁ ପ୍ରଶ୍ନ କରିଥିଲେ ମଧ୍ୟ ଏହାର କୌଣସି ଉତ୍ତର ରଖାଯାଇନଥିଲା। ଚାଲଣ ଜମା କରିବା ପରେ ଟ୍ରକ ପରମିଟ ରିନ୍ୟୁ ହେବା ନେଇ ଜଣାଇ ଦେଇଥିଲା ପରିବହନ ବିଭାଗ।  ବିଗତ ୩ ବର୍ଷ ଧରି ଟ୍ରକ ଚଲାଇ ଆସୁଛନ୍ତି ପ୍ରମୋଦ କୁମାର। ଗାଡି ପରମିଟ ଶେଷ ହୋଇଯିବା ପରେ ଏହାକୁ ରିନ୍ୟୁଆଲ କରିବା ଆବଶ୍ୟକ ହୋଇପଡିଥିଲା। ବାଧ୍ୟ ହୋଇ ତାଙ୍କୁ ୧୦୦୦ ଟଙ୍କାର ଚାଲଣ ଭରିବାକୁ ପଡିଥିଲା।      
 

About the Author