ଆମେରିକା ଠାରୁ ଏୟାର ଡିଫେନ୍ସ ସିଷ୍ଟମ କିଣିବ ଭାରତ, ବଢ଼ିଲା ପାକିସ୍ତାନର ଚିନ୍ତା

ନୂଆ ଜ୍ଞାନକୌଶଳର ବ୍ୟବହାର କରି ଭାରତ ନିଜର ସାମରିକ କ୍ଷେତ୍ରକୁ ଆଧୁନୀକରଣ କରିବାକୁ ଯାଉଛି ଽ ଆକାଶମାର୍ଗରୁ ଆକ୍ରମଣର ବିପଦରକୁ ନିରାପଦ ପାଇଁ ଇଣ୍ଟିଗ୍ରେଟେଡ୍ ଏୟାର ଡିପେନ୍ସ ସିଷ୍ଟମକୁ କିଣିବାକୁ ଯାଉଛି ଽ

ଆମେରିକା ଠାରୁ ଏୟାର ଡିଫେନ୍ସ ସିଷ୍ଟମ କିଣିବ ଭାରତ, ବଢ଼ିଲା ପାକିସ୍ତାନର ଚିନ୍ତା

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ନିଜର ବାୟୁସେନାର ଶକ୍ତି ବୃଦ୍ଧି କରିବାକୁ ପଦକ୍ଷେପ ନେଇଛି । ସେଥିପାଇଁ ଆମେରିକା ଠାରୁ ଇଣ୍ଟିଗ୍ରେଟେଡ୍ ଏୟାର ଡିପେନ୍ସ ସିଷ୍ଟମ୍ (IADWS)କିଣିବାକୁ ଯାଉଛି ଭାରତ । ୧.୯ ବିଲିଅନ୍ ଡଲାର ର ଏହି ଚୁକ୍ତିକୁ ଆମେରିକା ମଞ୍ଜୁରୀ ପ୍ରଦାନ କରିଛି ।

ଆମେରିକାର ରକ୍ଷା ସହଯୋଗ ସଂସ୍ଥା ସୋମବାର କହିଛି ଯେ, ଟ୍ରମ୍ପ ପ୍ରଶାସନ ଭାରତକୁ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ସିଷ୍ଟମ (IADWS)କୁ ବିକ୍ରି କରିବା ପାଇଁ ନିଜର ଦୃଢ଼ ନେଇ ସଂକଳ୍ପ ଆମେରିକାର କଂଗ୍ରେସକୁ ସ୍ପଷ୍ଟ କରିଛି। ପୁରା ସିଷ୍ଟମର ଦାମ୍ ପ୍ରାୟ ୧.୮୬୭ ବିଲିଅନ୍ ଆମେରିକୀୟ ଡଲାର ହେବ ।

ଏୟାର ଡିପେନ୍ସ ସିଷ୍ଟମ କିଣିବାକୁ ଯାଉଛି ଭାରତ, ଆମେରିକା ୧.୯ ଆରବ ଡଲାରରେ ବିକ୍ରି ପାଇଁ ଦେଲା ଅନୁମତି: ଭାରତ, ଆମେରିକା ଠାରୁ ଏକକୀକୃତ  ବାୟୁ-ରକ୍ଷା ପ୍ରଣାଳୀ ଅର୍ଥାତ୍ ଏୟାର ଡିଫେନ୍ସ ସିଷ୍ଟମ୍ କିଣିବାକୁ ଯାଉଛି ।  ଏହାଯୋଗୁଁ ପାକିସ୍ତାନର ଚିନ୍ତା ବଢ଼ିଯାଇଛି । ଆକାଶ ମାର୍ଗ ସୁରକ୍ଷା ପ୍ରଣାଳୀ କିଣିବାକୁ ନେଇ ଗତ ଗୁରୁବାର ଇସଲାମାବାଦରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଆଇସା ଫାରୁକି କହିଛନ୍ତି, ଭାରତର ଏହି ଅତ୍ୟାଧୁନିକ ହତିଆର ଯୋଗୁଁ ଚିନ୍ତା ବଢ଼ିଯାଇଛି । ଭାରତ ତାର ବାୟୁ ରକ୍ଷା ପ୍ରଣାଳୀକୁ ମଜବୁତ କରିବାକୁ ଏହି ବାୟୁ ରକ୍ଷା ପ୍ରଣାଳୀକୁ କିଣୁଛି । ଆମେରିକାର ଏକକୃତ ବାୟୁ ରକ୍ଷା ପ୍ରଣାଳୀକୁ ଭାରତକୁ ୧.୯ ଆରବ ଡଲାରରେ ବିକ୍ରି କରିବାକୁ ମଂଜୁରୀ ଦେଇଛି ।

ଭାରତକୁ ଆଶା ରହିଛି ଏହି ନିଷ୍ପତ୍ତି ଯୋଗୁଁ ଶସସ୍ତ୍ର ବଳକୁ ଆଧୁନୀକରଣ ଏବଂ ଆକାଶମାର୍ଗରୁ ଆକ୍ରମଣ ବିପଦର ମୁକାବିଲା ପାଇଁ ଥିବା ବାୟୁ ରକ୍ଷା ତନ୍ତ୍ରର ବିସ୍ତାର ସହଜ ହେବ ।

ଚଳିତ ମାସ ଶେଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପ ଫେବ୍ରୁଆରୀ ୨୪ ଏବଂ ୨୫ ମଧ୍ୟରେ ଭାରତରେ ୨ ଦିନିଆ ଯାତ୍ରାରେ ଆସିବେ । ଏହି ଗସ୍ତ ସମୟରେ ଦୁଇ ଦେଶ ମଦ୍ୟରେ ଅନେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ । ସେଥିରେ ଇଣ୍ଟିଗ୍ରେଟେଡ୍ ଏୟାର ଷ୍ଟ୍ରାଇକ୍ ସିଷ୍ଟମ(IADWS)ମଧ୍ୟ ସାମିଲ ରହିଛି ।

ଏହାସହ ଆମେରିକା ଠାରୁ ଇଣ୍ଟିଗ୍ରେଟେଡ୍ ଏୟାର ଷ୍ଟ୍ରାଇକ୍ ସିଷ୍ଟମ ସହ  ଭାରତ ୫ AN/MPQ-64Fl ସେଣ୍ଟିନାଲ ରାଡାର ସିଷ୍ଟମ୍, ୧୧୮ AMRAAM AIM-120C-7/C-8 ମିସାଇଲ୍: ୩ AMRAAM ଗାଇଡାନ୍ସ ସେକ୍ସନ, ୪ AMAMAM କଣ୍ଟ୍ରୋଲ୍ ସେକ୍ସନ ଏବଂ ୧୩୪ ଷ୍ଟିଙ୍ଗର FIM-92L ମିସାଇଲ୍ ମଧ୍ୟ କିଣିବା ନେଇ ସ୍ୱାକ୍ଷର ହୋଇପାରେ ।

ଇସଲାମାବାଦରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଆଇସା ଫାରୁକି ଗଣମାଧ୍ୟମ ସହ ଆଲୋଚନା ସମୟରେ କହିଛନ୍ତି କି, ପାକିସ୍ତାନ ଆମେରିକା ରକ୍ଷା ସହଯୋଗ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ଅଗ୍ରୀମ ନୋଟିସ୍ ବିଷୟରେ ଜାଣୁ ଜ୍ଞାତ ରହିଛି । ଏହି ନୋଟିସ୍ ଭାରତର ଏକକୀକୃତ ବାୟୁ ରକ୍ଷା ପ୍ରଣାଳୀକୁ ବିକ୍ରିନେଇ ବିଦେଶୀ ସୈନ୍ୟ ବିକ୍ରିକୁ ମଞ୍ଜୁରୀକୁ ସୂଚାଉଛି ।

ଫାରିକି ଏହା ମଧ୍ୟ କହିଛନ୍ତି, ଏହି ସମୟରେ ଭାରତକୁ ଏହି ଅତ୍ୟାଧୁନିକ ଅସ୍ତ୍ର ବିକ୍ରିକୁ ନେଇ ପାକିସ୍ତାନର ଚିନ୍ତା ବଢ଼ାଇଦେଇଛି । କାରଣ, ଆଗରୁ ଅସ୍ତିର କ୍ଷେତ୍ରକୁ ଆହୁରି ଅସ୍ତିର କରିଦେବ । ଆମେରିକାର ଏହି ନିଷ୍ପତ୍ତି ଏସିଆରେ ସାମରିକ ସନ୍ତୁଳନକୁ ବିଗାଡ଼ି ଦେବ ଏବଂ ପାକିସ୍ତାନ ତାର କ୍ଷେତ୍ର ପାଇଁ ସୁରକ୍ଷାକୁ ବଢ଼ାଇବା ଆବଶ୍ୟକ ରହିଛି ।   

ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପଙ୍କର ଚଳିତ ମାସରେ ଭାରତ ଯାତ୍ରାରେ ଆସିବା ନେଇ ଫାରୁକି କହିଛନ୍ତି, ଟ୍ରମ୍ପ ଅନେକ ଥର ଜମ୍ମୁ କାଶ୍ମୀର ବିବାଦ ଉପରେ ମଧ୍ୟସ୍ତତା କରିବାକୁ କହିଆସିଛନ୍ତି । ଏବେ ପ୍ରତିଶ୍ରୁତି ପୂରଣ କରିବାର ସମୟ ଆସିଛି ।

ସେ କହିଛନ୍ତି, ଆମେ ଟ୍ରମ୍ପଙ୍କ କଥାକୁ କାର୍ଯ୍ୟରେ ପରିଣତ କରିବାକୁ ଅପେକ୍ଷା କରିଛୁ । ଆମକୁ ଆଶା ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଯାତ୍ରା ଅବସରରେ ଜମ୍ମୁ କାଶ୍ମୀର ବିବାଦ ଉଠାଯିବ ।   

ସେ ଅଭିଯୋଗ କରିଛନ୍ତି ଯେ, ଭାରତ ଚଳିତ ବର୍ଷ ନିୟନ୍ତ୍ରଣ ରେଖାରେ ୨୭୨ଥର ଅସ୍ତ୍ର ବିରତୀ ଉଲ୍ଲଂଘନ କରିଛି । ଯେଉଁଥିରେ ପାକିସ୍ତାନର ୩ଜଣ ନାଗରିକଙ୍କ ମୃତ୍ୟୁ ହେବାସହ ୨୫ଜଣ ଆହତ ହୋଇଛନ୍ତି ।