ଅହମ୍ମଦାବାଦରେ ପହଞ୍ଚିଲେ ଆମେରିକା ସୁରକ୍ଷାକର୍ମୀ

ଫେବ୍ରୁଆରୀ ୨୪ରେ ଅହମ୍ମଦାବାଦରେ ତିନି ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ।

ଅହମ୍ମଦାବାଦରେ ପହଞ୍ଚିଲେ ଆମେରିକା ସୁରକ୍ଷାକର୍ମୀ
ଫାଇଲ ଫଟୋ

ପ୍ରକାଶ ରଞ୍ଜନ ପରିଡ଼ା, ନୂଆଦିଲ୍ଲୀ: ଫେବୃଆରୀ ୨୪ରେ ଅହମ୍ମଦାବାଦରେ ନିଜର ସ୍ଥିତି ଜାହିର କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ସ୍ୱତନ୍ତ୍ର ଅତିଥିଙ୍କୁ ନେଇ ଭାରତରେ ସ୍ୱତନ୍ତ୍ର ପ୍ରସ୍ତୁତି ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଆମେରିକା ସୁରକ୍ଷାକର୍ମୀଙ୍କ ପ୍ରଥମ ବିମାନ ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିସାରିଛି । ଆମେରିକା  ସ୍ନାଇପର, ଅତ୍ୟାଧୁନିକ ଅଗ୍ନି ସୁରକ୍ଷା , ସ୍ପାଇ କ୍ୟାମେରା ଓ ମରିନ କମାଣ୍ଡୋଙ୍କୁ ପ୍ରସ୍ତୁତ ରଖାଯାଇଛି । ଏହି ସମସ୍ତ ଉପକରଣକୁ ୫ଟି ସ୍ପେସାଲ କଣ୍ଟେନର ସାହାଯ୍ୟରେ ରଖି ଅହମ୍ମଦାବାଦର ହୟାତ ହୋଟେଲ ନିଆଯାଇଛି । ଏହି ପ୍ଲେନରେ ୟୁଏସ ସେକ୍ରେଟାରୀ ଏଜେନ୍ସି ଅଧିକାରୀ ଓ ସିକ୍ରେଟ ସର୍ଭିସ ଏଜେଣ୍ଟ ବି ସାମିଲ ଅଛନ୍ତି । ସମସ୍ତ ସୁରକ୍ଷାକର୍ମୀ ହୟାତ ହୋଟେଲରେ ରହିବେ । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ୨ଶହ ଆମେରିକା ସୁରକ୍ଷାକର୍ମୀ ଉପସ୍ଥିତ ରହିବେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ତିଳେ ମାତ୍ରେ ତୃଟି ନ ରହିବା ପାଇଁ ପୂରା ପ୍ରଶାସନ ଗୁରୁତ୍ୱ ଦେଇଛି ।  

ଟ୍ରମ୍ପଙ୍କ କାର୍ଯ୍ୟକ୍ରମକୁ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି । ଫେବ୍ରୁଆରୀ ୨୪ରେ ଅହମ୍ମଦାବାଦରେ ତିନି ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ । ସପ୍ତମ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି । ହେଲିକପ୍ଟର ଦ୍ୱାରା ହେବ ପାଟ୍ରୋଲିଂ । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ପାଖାପାଖି ଏକ ହଜାର ଏନଆଇଆଇ ଉପସ୍ଥିତ ରହିବେ । ଏହି ସମସ୍ତ ଏନଆଇଆଇ କାର୍ଯ୍ୟକ୍ରମ ଶେଷ ହେବା ପରେ ବିଦେଶ ଫେରିବେ । କାର୍ଯ୍ୟକ୍ରମକୁ ନେଇ ଅହମ୍ମଦାବାଦରେ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ଏବେ ଅହମ୍ମଦାବାଦବାସୀ ଟ୍ରମ୍ପଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି ।  

ଆହୁରି ପଢ଼ନ୍ତୁ; ସ୍ୱଳ୍ପରେ ରାଜ୍ୟ ବଜେଟ